ପ୍ରମୂଖ ଖବର
  • ବୁଧବାରଠୁ ଇଂଲଣ୍ଡ- ଭାରତ ଦ୍ୱିତୀୟ ଟେଷ୍ଟ: ଆର୍ଚରଙ୍କୁ ମିଳିଲାନି ସ୍ଥାନ, ଅପରିବର୍ତ୍ତିତ ବେନ୍‌ ସେନା
  • ||
  • ପୁରୀ ଯିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଅପରାହ୍ନରେ ସେବାୟତଙ୍କ ସହ ଆଲୋଚନା
  • ||
  • ମଙ୍ଗଳବାର ହେରାପଞ୍ଚମୀ: ନନ୍ଦିଘୋଷ ଭାଙ୍ଗିବେ ମାଆ ଲକ୍ଷ୍ମୀ ସାଆନ୍ତାଣୀ, ରାତି ସାଢ଼େ ୯ଟାରେ ଶରଧାବାଲିକୁ ବିଜେ କରିବେ
  • ||
  • ଆସନ୍ତା ୫ ଦିନ ଯାଏ ବର୍ଷା ସମ୍ଭାବନା, ଉତ୍ତର-ପଶ୍ଚିମ ଓଡ଼ିଶାରେ ପ୍ରବଳ ବର୍ଷିବ: ୧୨ ଜିଲ୍ଲାରେ ଅଧିକ, ୧୫ରେ ସ୍ୱାଭାବିକ
  • ||
  • ପାରାଦୀପ: ତେଲ ଟ୍ୟାଙ୍କର -କାର୍ ମୁହାଁମୁହିଁ ଧକ୍କା, ଘଟଣାସ୍ଥଳରେ କାର୍ ଡ୍ରାଇଭରଙ୍କ ମୃତ୍ୟୁ
  • ||
  • ବିଏମସି ଅତିରିକ୍ତ କମିଶନରଙ୍କୁ ଆକ୍ରମଣ ଘଟଣା , ସମୂହ ଛୁଟି ନିଷ୍ପତ୍ତିରୁ ଓହରିଲା ଓଏଏସ ସଂଘ
  • ||

ପ୍ରିୟାଂଶ ଆର୍ଯ୍ୟଙ୍କ ଦମଦାର ଶତକ; ଚେନ୍ନାଇ ଆଗରେ ୨୨୧ ରନ୍‌ର ବିଜୟ ଲକ୍ଷ୍ୟ ରଖିଲା ପଞ୍ଜାବ

Published By : Soubhagya Ranjan | April 8, 2025 9:17 PM

Image source: ABP Live

ଚଣ୍ଡିଗଡ଼,୦୮/୦୪: ଆଇପିଏଲ୍‌ ୨୦୨୫ର ୨୨ତମ ମୁକାବିଲାରେ ପଞ୍ଜାବ କିଙ୍ଗସ୍ ଚେନ୍ନାଇ ସୁପର କିଙ୍ଗସ୍‌ର ବୋଲରଙ୍କ ବିପକ୍ଷରେ ଧୂଆଁଧାର ପ୍ରଦର୍ଶନ କରିଛି। ପଞ୍ଜାବ ପକ୍ଷରୁ ଯୁବ ଖେଳାଳି ପ୍ରିୟାଂଶ ଆର୍ଯ୍ୟ ୪୨ ବଲ୍‌ରେ ୧୦୩ ରନ୍‌ର ଏକ ବିସ୍ଫୋରକ ଇନିଂସ ଖେଳିଥିଲେ। ତାଙ୍କ ବ୍ୟାଟରୁ ୭ଟି ଚୌକା ଏବଂ ୯ଟି ଛକା ବାହାରିଥିଲା। ଶଶାଙ୍କ ସିଂହ ୩୬ ବଲ୍‌ରେ ୫୨ ରନ୍ ଏବଂ ମାର୍କୋ ଜନସନ୍ ୧୯ ବଲ୍‌ରେ ୩୪ ରନ୍ କରି ଅପରାଜିତ ରହିଥିଲେ। ଦୁହେଁ ସପ୍ତମ ୱିକେଟ ସୁଦ୍ଧା ୩୮ ବଲ୍‌ରେ ୬୫ ରନ୍‌ର ଭାଗୀଦାରି କରିଥିଲେ। ଏହି ତିନି ଜଣଙ୍କ ଯୋଗୁଁ ପଞ୍ଜାବ କିଙ୍ଗ୍ସ ୨୦ ଓଭରରେ ୬ ୱିକେଟ୍ ହରାଇ ୨୧୯ ରନ୍ କରିଛି।

ଆକର୍ଷଣୀୟ କଥା ହେଉଛି ଯେ ପଞ୍ଜାବ କିଙ୍ଗ୍ସର ସମସ୍ତ ବଡ଼ ଖେଳାଳି ଆଜିର ମ୍ୟାଚ୍‌ରେ ଫ୍ଲପ୍ ହୋଇଥିଲେ। ତଥାପି, ଦଳ ୨୦୦ ରୁ ଅଧିକ ସ୍କୋର କରିଛି। ପ୍ରଭସିମରନ ସିଂହ (୦୦), ଅଧିନାୟକ ଶ୍ରେୟସ ଆୟର (୦୯), ଗ୍ଲେନ ମ୍ୟାକ୍ସୱେଲ (୦୧), ମାର୍କସ ଷ୍ଟୋଇନିସ୍ (୦୪) ଏବଂ ନେହାଲ ୱାଧେରା (୦୯) ଦୁଇ ଅଙ୍କ ଛୁଇଁ ପାରି ନଥିଲେ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.