ନୂଆଦିଲ୍ଲୀ: ଆଇପିଏଲ-୨୦୨୫ ଲାଗି ମେଗା ଅକ୍ସନ ପୂର୍ବରୁ ସବୁ ଦଳ ରିଟେନସନ୍‌ ତାଲିକା ଜାରି କରିଛନ୍ତି । ନିଲାମୀ ନଭେମ୍ବର ଶେଷ କିମ୍ବା ଡିସେମ୍ବର ପ୍ରଥମ ସପ୍ତାହରେ ହୋଇପାରେ । ବିସିସିଆଇ ରିଟେନ୍ ଖେଳାଳିଙ୍କୁ ନେଇ ନୂଆ ନିୟମ କରିଥିଲା।    ଏହି ନିୟମ ଅନୁସାରେ ଗୋଟିଏ ଫ୍ରାଞ୍ଚାଇଜ୍‌ ଅତି ବେଶୀରେ ୬ ଜଣ ଖେଳାଳିଙ୍କୁ ରିଟେନ୍‌ କରିପାରିବ । ଆଉ ଏବେ ଆସନ୍ତୁ ଜାଣିବା ୧୦ ଟିମ୍‌ର ରିଟେନ ତାଲିକାରେ କେଉଁ ସବୁ ଖେଳାଳି ସାମିଲ ଅଛନ୍ତି ଏବଂ ସେମାନଙ୍କୁ କେତେ ଟଙ୍କା ମିଳିଛି ।

ଗୁଜରାଟ ଟାଇଟନ୍ସ (ଜିଟି)

ଶୁଭମନ ଗିଲ୍‌ (୧୬.୫ କୋଟି)

ରାସିଦ ଖାନ (୧୮ କୋଟି)

ସାଇ ସୂଦର୍ଶନ (୮.୫ କୋଟି)

ଶାହରୁଖ ଖାନ (୪ କୋଟି)

ରାହୁଲ ତେଓତିଆ (୪ କୋଟି)

ମୁମ୍ବାଇ ଇଣ୍ଡିଆନ୍ସ (ଏମଆଇ)

ହାର୍ଦ୍ଦିକ ପାଣ୍ଡ୍ୟା (୧୬.୩୫ କୋଟି)

ସୂର୍ଯ୍ୟକୁମାର ଯାଦବ (୧୬.୩୫ କୋଟି)

ରୋହିତ ଶର୍ମା (୧୬.୩୦ କୋଟି)

ଜଶପ୍ରୀତ ବୁମରା (୧୮ କୋଟି)

ତୀଲକ ବର୍ମା (୮ କୋଟି)

ଚେନ୍ନାଇ ସୁପର କିଙ୍ଗ୍ସ (ସିଏସ୍‌କେ)

ଋତୁରାଜ ଗାଏକ୍ବାଡ (୧୮ କୋଟି)

ମଥିଶା ପାଥିରାନା (୧୩ କୋଟି)

ଶିବମ ଦୁବେ (୧୨ କୋଟି )

ରବୀନ୍ଦ୍ର ଜାଡେଜା (୧୮ କୋଟି)

ମହେନ୍ଦ୍ର ସିଂ ଧୋନି (୪ କୋଟି)

ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌ (ଏଲଏସ୍‌ଜି)

ନିକୋଲାସ ପୁରନ (୨୧ କୋଟି)

ମୟଙ୍କ ଯାଦବ (୧୧ କୋଟି)

ରବି ବିଷ୍ଣୋଇ (୧୧ କୋଟି)

ଆୟୁଶ ବାଦୋନୀ (୪ କୋଟି)

ମୋହସିନ ଖାନ (୪ କୋଟି)

ସନରାଇଜର୍ସ ହାଇଦ୍ରାବାଦ (ଏସଆରଏଚ୍‌)

ପ୍ୟାଟ କମିନ୍ସ (୧୮ କୋଟି)

ହେନରିକ୍‌ କ୍ଲାସେନ (୨୩ କୋଟି)

ଅଭିଶେଖ ବର୍ମା (୧୪ କୋଟି)

ଟ୍ରେଭିସ ହେଡ୍‌ (୧୪ କୋଟି)

ନୀତୀଶ ରେଡ୍ଡୀ (୬ କୋଟି)

ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (ଆରସିବି)

ବିରାଟ କୋହଲି (୨୧ କୋଟି)

ରଜତ ପଟିଦାର (୧୧ କୋଟି)

ୟଶ ଦୟାଲ (୫ କୋଟି)

ଦିଲ୍ଲୀ କ୍ୟାପିଟାଲ୍ସ (ଡିସି)

ଅକ୍ଷର ପଟେଲ (୧୬.୫୦ କୋଟି)

କୁଲଦୀପ ଯାଦବ (୧୩.୨୫ କୋଟି)

ଟ୍ରିଷ୍ଟନ ଷ୍ଟବ୍ସ (୧୦ କୋଟି)

ଅଭିଷେଖ ପୋରେଲ୍‌ (୪ କୋଟି)

କୋଲକାତା ନାଇଟ ରାଇଡର୍ସ (କେକେଆର)

ସୁନୀଲ ନାରିନ (୧୨ କୋଟି)

ରିଙ୍କୁ ସିଂ (୧୩ କୋଟି)

ଆଂଡ୍ରେ ରସେଲ୍‌ (୧୨ କୋଟି)

ବରୁଣ ଚକ୍ରବର୍ତ୍ତୀ (୧୨ କୋଟି)

ହର୍ଷିତ ରାଣା (୪ କୋଟି)

ରମଣଦୀପ ସିଂ (୪ କୋଟି)

ପଂଜାବ କିଙ୍ଗ୍ସ (ପିବିକେଏସ୍‌)

ଶଶାଙ୍କ ସିଂହ (୫.୫ କୋଟି)

ପ୍ରଭସିମରନ୍‌ ସିଂହ (୪ କୋଟି)

ରାଜସ୍ଥାନ ରୟାଲ୍ସ (ଆରଆର)

ସୁଞ୍ଜୁ ସାମସନ ( ୧୮ କୋଟି)

ଯଶସ୍ବୀ ଜୟସ୍ବାଲ (୧୮ କୋଟି)

ରିୟାନ ପରାଗ (୧୪ କୋଟି)

ଧ୍ରୁବ ଜୁରେଲ୍‌ (୧୪ କୋଟି)

ଶିମରନ ହେଟମାୟର (୧୧ କୋଟି)

ସଂଦୀପ ଶର୍ମା (୪ କୋଟି)

ରିଟେନସନ ତାଲିକାରୁ ଜଣାପଡ଼ୁଛି ଯେ, ଋଷଭ ପନ୍ତ, ଶ୍ରେୟସ ଆୟର, କେଏଲ ରାହୁଲ ଏବଂ ଫାଫ ଡୁ ପ୍ଲେସିସ୍‌ଙ୍କୁ ତାଙ୍କ ଦଳ ରିଟେନ ତାଲିକାରେ ସାମିଲ କରିନାହିଁ । ସେହିଭଳି ଧୋନି ଆଗାମୀ ସିଜନନରେ ପୁଣି ଥରେ ଖେଳିବାକୁ ଯାଉଛନ୍ତି । ଅନ-କ୍ୟାପଡ୍‌ ଖେଳାଳି ଭାବରେ ଧୋନିଙ୍କୁ ରିଟେନ୍‌ କରିଛି ସିଏସ୍‌କେ ।