ନୂଆଦିଲ୍ଲୀ : ମ୍ୟାଚ୍ ଖେଳିବା ପୂର୍ବରୁ ସିଏସକେକୁ ଲାଗିଛି ଆଉ ଏକ ବଡ଼ ଝଟକା । ସିଏସକେର ଆଇକନ ଧୋନୀ ଆହତ କାରଣରୁ ତିନି ସପ୍ତାହ ମ୍ୟାଚ୍ ଖେଳିପାରିବେ ନାହିଁ । ଯାହାକି ସିଏସେକେ ପ୍ରଂଶସକଙ୍କ ପାଇଁ ଏକ ବଡ଼ ଖବର ରହିଥିବାବେଳେ ଏବେ ଆଉ ଜଣେ ଯୁବ ଖେଳାଳି ଆହତ ହେବା ଖବର ସାମ୍ନାକୁ ଆସିଛି । ଦକ୍ଷିଣଆଫ୍ରିକୀୟ ଯୁବ ତାରକା ବ୍ରାଭିସ୍ ଆହତ ସହ ଜୁଝି ହେଉଛନ୍ତି । ସେ ଅତି କମରେ ୨ରୁ ତିନି ମ୍ୟାଚ ଖେଳିନପାରନ୍ତି ବୋଲି ଖବର ଆସିଛି ।

ଏକ ରିପୋର୍ଟରୁ ଜଣାପଡିଛି ଯେ ବିସ୍ଫୋରକ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଡେୱାଲ୍ଡ ବ୍ରେଭିସ୍ ଆହତ ହୋଇଛନ୍ତି ଏବଂ ସିଜିନର ପ୍ରଥମ ମ୍ୟାଚ୍ ଖେଳିପାରିବେ ନାହିଁ । ଚେନ୍ନାଇ ସୁପର କିଙ୍ଗ୍ସ ସୋମବାର ଅର୍ଥାତ ମାର୍ଚ୍ଚ ୩୦ ତାରିଖରେ ସେମାନଙ୍କର ପ୍ରଥମ ମ୍ୟାଚ୍ ରେ ରାଜସ୍ଥାନ ରୟାଲ୍ସ ଖେଳିବ । ଧୋନି ଏବଂ ବ୍ରେଭିସ୍ ଉଭୟଙ୍କ ବିନା ଖେଳିବାକୁ ପଡିବ । କିନ୍ତୁ ଚିନ୍ତା କେବଳ ଏହି ମ୍ୟାଚ୍ ବିଷୟରେ ନୁହେଁ, ଏହା ବିଶ୍ୱାସ କରାଯାଉଛି ଯେ ସେ ପରବର୍ତ୍ତୀ ମ୍ୟାଚରେ ମଧ୍ୟ ଏହି ଷ୍ଟାର ଖେଳାଳି ନଜର ନଆସି ପାରନ୍ତି । ଯାହାକି ସିଏସକେ ଫ୍ୟାନ୍ସଙ୍କୁ ଆଘାତ ଦେଇଛି ।

ମଧ୍ୟକ୍ରରେ ସିଏସକେ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରୁଥିଲେ ବ୍ରେଭିସ୍ । ସେ ଗତ ସିଜିନରେ ୬ ମ୍ୟାଚରେ ୧୩ ଚୌକା ଏବଂ ୧୭ ଛକା ବଳରେ ୨୨୫ ରନ୍ କରିଛନ୍ତି । ତାଙ୍କ ଷ୍ଟ୍ରାଇକ୍ ରେଟ୍ ଭଲ ରହିଛି । ଯାହାକି ଦଳକୁ ଏକ ବିଶାଳ ସ୍କୋର କରିବାରେ ସହାୟକ ହେଉଥିଲା । ସିଏସକେ ଧୋନିଙ୍କ ଆଘାତ ସମ୍ପର୍କରେ ଯେଉଁ ଘୋଷଣା କରିଥିଲା, ସେହିପରି ବ୍ରେଭିସ୍ ସମ୍ପର୍କରେ ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଘୋଷଣା କରିନାହିଁ।

ଏହାସହ ପଢ଼ନ୍ତୁ : କେତେ ମ୍ୟାଚରୁ ବାଦ୍ ପଡ଼ିବେ ଧୋନୀ? ଆସିଲା ବଡ଼ ଖବର