ନୂଆଦିଲ୍ଲୀ : ପୂର୍ବତନ ଭାରତୀୟ ଅଧିନାୟକ ତଥା ସିଏସକେର ଆଇକନ୍ ମହେନ୍ଦ୍ରସିଂହ ଧୋନୀଙ୍କ ନେଇ ଆସିଲା ବଡ଼ ଖବର । ଆହତ କାରଣରୁ କିଛି ମ୍ୟାଚ୍ ଖେଳିବେ ନାହିଁ ଧୋନୀ । ଯାହାକି ତାଙ୍କ ପ୍ରଂଶସକଙ୍କୁ ବହୁ ଆଘାତ ପହଞ୍ଚାଇଛି । ପ୍ରଥମରୁ ତିନି ମ୍ୟାଚ୍ ଖେଳିବେ ନାହିଁ ବୋଲି ଖବର ଆସିଥିଲା । ସିଏସକେର ଅଫିସିଆଲ ରିପୋର୍ଟ ମୁତାବକ ଧୋନୀ ୨ ସପ୍ତାହ ବିଶ୍ରାମ ନେବେ । ଧୋନୀଙ୍କୁ ଦେଖିବା ଲାଗି ଫ୍ୟାନ୍ସମାନେ ଭିଡ଼ ଜମାଇଥାନ୍ତି । ଷ୍ଟାଡିୟମ ସମ୍ପୂର୍ଣ୍ଣ ହଳଦିଆ ହୋଇଯାଏ । ମାତ୍ର ତାଙ୍କ ଅନୁପସ୍ଥିତି ଫ୍ୟାନ୍ସଙ୍କ ପାଇଁ ବଡ଼ ଖବର ପାଲଟିଛି ।

ସଦ୍ୟ ପ୍ରକାଶିତ ଏକ ରିପୋର୍ଟକୁ ଯଦି ବିଶ୍ବାସ କରିବା ତାହେଲେ ଧୋନୀ ୨ ସପ୍ତାହ ନୁହେଁ ବରଂ ମଇଦାନକୁ ଫେରିବା ପାଇଁ ତିନି ସପ୍ତାହ ଲାଗିବ । ଏପ୍ରିଲ୍ ଶେଷ ସପ୍ତାହ ପର୍ଯ୍ୟନ୍ତ ଖେଳିପାରିବେ ନାହିଁ ବୋଲି କୁହାଯାଉଛି । କୁହାଯାଉଛି କି, ଅତି କମରେ ୬ଟି ମ୍ୟାଚ୍ ଖେଳିନପାରନ୍ତି ବୋଲି ସୂଚନା ମିଳିଛି । ମ୍ୟାଚ୍ ପାଇଁ ସିଏସକେ ଟିମ୍ ଏବେ ଗୌହାଟୀ ପହଞ୍ଚିଥିବାବେଳେ ଧୋନୀ କିନ୍ତୁ ଚେନ୍ନାଇରେ ଅଛନ୍ତି । ଧୋନିଙ୍କ ଅନୁପସ୍ଥିତି CSK ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପ୍ରମାଣିତ ହେବ। ସେ ଗତ କିଛି ସିଜନରେ ଦଳରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛନ୍ତି। ତଥାପି, ବୟସ ଏବଂ ବାରମ୍ବାର ଆଘାତ ଯୋଗୁଁ, ତାଙ୍କର ପ୍ରଦର୍ଶନ ପୂର୍ବ ପରି ପ୍ରଭାବଶାଳୀ ହୋଇନାହିଁ। ଏବେ, 'ଥାଲା' ବିନା ଦଳକୁ ପ୍ରାରମ୍ଭିକ ମ୍ୟାଚ୍ଗୁଡ଼ିକରେ ସଂଘର୍ଷ କରିବାକୁ ପଡିବ। ଏହା ବ୍ୟତୀତ, IPL ଇତିହାସରେ ଏହା ପ୍ରଥମ ଥର ହେବ ଯେ ଧୋନି କିମ୍ବା ସୁରେଶ ରାଇନା କେହି CSKର ପ୍ଲେଇଂ ଇଲେଭେନରେ ରହିବେ ନାହିଁ।