ନୂଆଦିଲ୍ଲୀ: ରବିବାର ଆଇପିଏଲ ୨୦୨୬ର ଫାଇନାଲ ମୁକାବିଲା ଅନୁଷ୍ଠିତ ହେବ । ଗୁଜରାଟ ଏବଂ ବେଙ୍ଗାଲୁରୁ ମଧ୍ୟରେ ଖେଳାଯିବ ଏହି ହାଇଭୋଲଟେଜ୍ ମୁକାବିଲା । ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ସୁପର ସଣ୍ଡେରେ ସୁପର ମୁକାବିଲା ଅନୁଷ୍ଠିତ ହେବ । ତେବେ ପାଣିପାଗ ବିଭାଗର ସୂଚନା ଅନୁସାରେ ବର୍ଷା ହେବାର ସମ୍ଭାବନା ରହିଛି । ମ୍ୟାଚ୍ ବାତିଲ୍ ହେବାର ସମ୍ଭାବନା ମଧ୍ୟ ରହିଛି । ତେବେ ଯଦି ବର୍ଷା ପାଇଁ ଖେଳାନଯାଏ ଫାଇନାଲ ମୁକାବିଲା ତାହେଲେ କିଏ ନେବ କପ୍ ? କିଏ ହେବ ୨୦୨୬ର ବିଜେତା ?
କ’ଣ କହୁଛି ପାଣିପାଗ ରିପୋର୍ଟ ?
ଆଇଏମଡି ଡିଜିଙ୍କ ସୂଚନା ଅନୁସାରେ ରବିବାର ଅହମ୍ମଦାବାଦର ଅନେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ପ୍ରବଳ ବର୍ଷା ହେବା ସହ ୪ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା କୁହାଯାଉଛି । ପବନର ବେଗ ୫୦-୬୦ ରହିବା ସହ ବିଜୁଳି ଘଡ଼ଘଡ଼ିର ସମ୍ଭାବନା ରହିଛି । ଏହି କାରଣରୁ ସମୁଦ୍ର ଭିତରକୁ ମାଛ ମାରିବାକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ ମଧ୍ୟ କରାଯାଇଛି । ଏଭଳି ସମୟରେ ଫାଇନାଲ ମୁକାବିଲା କେମିତି ହେବ ଅନେକ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।
ବାତିଲ୍ ହେଲେ କ’ଣ ହେବ ?
ଆଇପିଏଲର ନିୟମ ଅନୁସାରେ ଫାଇନାଲ ମୁକାବିଲା ପାଇଁ ଏକ ରିଜର୍ଭ ଡେ’ ରହିଛି । ଯଦି ନିର୍ଦ୍ଧାରିତ ହୋଇଥିବା ଦିନ ଯଦି ବର୍ଷା ହୁଏ ତାହେଲେ ପରବର୍ତ୍ତୀ ଦିନ ଖେଳାଯିବ । ଯାହାକି ପ୍ଲେଅଫରେ ନଥିଲା । ମାତ୍ର ଫାଇନାଲ ମୁକାବିଲା ପାଇଁ ରିଜର୍ଭ ଡେ’ ରହିଛି । ଏହାସହ ଉଭୟ ଦିନ ପାଇଁ ୧୨୦ ମିନିଟର ଅତିରିକ୍ତ ସମୟ ରହିଛି । ଯଦି ଏହା ମଧ୍ୟରେ ମ୍ୟାଚ୍ ନହୁଏ ତାହେଲେ ଅତି କମରେ ୫ ଓଭରର ଖେଳ ହେବ । ତେବେ ମ୍ୟାଚ ଅଧା ହୋଇଥିବା ସମୟରେ ଯଦି ଖେଳ ନହୁଏ ତାହେଲେ ଡିଏଲଏସ ପଦ୍ଧତି ଆପଣାଯିବ । ଏହାସହ ସୁପର ଓଭର ମଧ୍ୟ ଖେଳାଯିବାର ନିୟମ ରହିଛି ।
ଶେଷରେ ଯଦି ସୁପର ଓଭର ମଧ୍ୟ ଖେଳାଯିବା ସମ୍ଭବ ନହୁଏ ତାହେଲେ ତାହେଲେ ପଏଣ୍ଟ ହିସାବକୁ ନିଆଯିବ । ଲିଗ୍ ପର୍ଯ୍ୟାୟରେ ଅଧିକ ପଏଣ୍ଟ ପାଇଥିବା ଦଳକୁ ବିଜେତା ଘୋଷଣା କରାଯିବ । ଯେଉଁଥିରେ ଆଗରେ ରହିଛି ବେଙ୍ଗାଲୁରୁ । ଯଦି ଫାଇନାଲ ମୁକାବିଲା ଖେଳାନଯାଏ ତାହେଲେ ଆରସିବି ପୁଣିଥରେ ଚାମ୍ପିୟନ ହେବ ।
ଏହାସହ ପଢ଼ନ୍ତୁ : Abhishek Banerjee Attacked: ଅଣ୍ଡା ମାରିଲେ, ଡ୍ରେସ୍ ଚିରିଦେଲେ: ସୋନାରପୁରରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ