କୋଲାକାତା : ପଶ୍ଚିମବଙ୍ଗର ସୋନାରପୁରରେ ଟିଏମସି ନେତା ଅଭିଷେକ ବାନାର୍ଜୀଙ୍କୁ ଆକ୍ରମଣ । ଅଭିଷେକ ଜଣେ କର୍ମୀଙ୍କ ଘରକୁ ଯାଇଥିବା ସମୟରେ ଏଭଳି ଘଟିଥିବା କୁହାଯାଉଛି । ତେବେ ତାଙ୍କୁ ବିରୋଧ କରିବା ସହ ନାରାବାଜି ଦେଇଥିଲେ । ଏହାସହ ଅଭିଷେକଙ୍କ ଉପରକୁ ଅଣ୍ଡା ମାରିବା ସହ ପୋଷାକ ଚିରି ଦେଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଥିବାବେଳେ ସୁରକ୍ଷାକର୍ମୀ ଏବଂ ପୁଲିସ ଅଭିଷେକଙ୍କୁ ହେଲମେଟ୍ ପିନ୍ଧାଇ ଘଟଣାସ୍ଥଳରୁ ଉଦ୍ଧାର କରିଥିଲା ।
#WATCH | सोनारपुर, पश्चिम बंगाल: TMC MP अभिषेक बनर्जी पर उस समय स्थानीय लोगों ने हमला किया, जब वे चुनाव के बाद पीड़ितों के परिवारों से मिलने सोनारपुर गए थे। pic.twitter.com/FQHsUeg0hC
— ANI_HindiNews (@AHindinews) May 30, 2026
ସେପଟେ ଏହି ଆକ୍ରମଣ ପରେ ଅଭିଷେକ ଅଭିଯୋଗ କରିଛନ୍ତି କି, ବିଜେପି କର୍ମୀମାନେ ଜାରିଶୁଣି ତାଙ୍କ ଉପରେ ଆକ୍ରମଣ କରିଛନ୍ତି । ବିଜେପି କର୍ମୀମାନେ ଚୋର ଚୋର କହି ନାରାବାଜି କରିଥିବା ମଧ୍ୟ ଅଭିଯୋଗ କରିଛନ୍ତି । ଅଭିଷେକ କହିଛନ୍ତି କି, ମୋତେ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର କରାଯାଇଛି । "ଏହି ସମ୍ପୂର୍ଣ୍ଣ ଘଟଣା କ୍ୟାମେରାରେ କଏଦ ହୋଇଛି। ଆମେ ଏ ବିଷୟରେ ହାଇକୋର୍ଟକୁ ଜଣାଇବୁ। ଆମେ ରାଜ୍ୟପାଳଙ୍କୁ ମଧ୍ୟ ଜଣାଇବୁ। ମୁଁ ନିଶ୍ଚିତ ଭାବରେ କୋର୍ଟର ଦ୍ୱାରସ୍ଥ ହେବି।" ବୋଲି ମଧ୍ୟ କହିଛନ୍ତି ଅଭିଷେକ ।
#WATCH सोनारपुर, पश्चिम बंगाल: TMC सांसद अभिषेक बनर्जी ने कहा, "... वे मुझे मारना चाहते थे... पूरी घटना कैमरे में कैद हो गई है। हम इस बारे में हाई कोर्ट को ज़रूर बताएंगे। हम गवर्नर को भी इस बारे में बताएंगे... मैं ज़रूर कोर्ट जाऊंगा..." https://t.co/iJQgz3wDtR pic.twitter.com/jEv4SURZZn
— ANI_HindiNews (@AHindinews) May 30, 2026
ଏହାସହ ଅଭିଷେକ କହିଛନ୍ତି କି, କର୍ତ୍ତୃପକ୍ଷଙ୍କୁ ପୂର୍ବରୁ ଜଣାଇବା ସତ୍ତ୍ୱେ ତାଙ୍କୁ ପର୍ଯ୍ୟାପ୍ତ ସୁରକ୍ଷା ଯୋଗାଇ ଦିଆଯାଇ ନଥିଲା। ସେ କହିଛନ୍ତି, "ପୋଲିସ ଏବଂ ସୁରକ୍ଷା ବାହିନୀ ଏଠାରେ ସୁରକ୍ଷା ସୁନିଶ୍ଚିତ ନ କରିବା ପର୍ଯ୍ୟନ୍ତ ମୁଁ ଏହି ସ୍ଥାନ ଛାଡିବି ନାହିଁ। ସେମାନେ ଘର ଭାଙ୍ଗିବାକୁ ଚେଷ୍ଟା କରୁଛନ୍ତି, ଏବଂ ସେମାନେ ମୋତେ ହତ୍ୟା କରିବାକୁ ଚାହୁଁଛନ୍ତି।"
ସେ ଆହୁରି କହିଛନ୍ତି ଯେ ଆଜି ତାଙ୍କ ମୁଣ୍ଡକୁ ରକ୍ଷା କରିଥିବା ଏକମାତ୍ର ଜିନିଷ ହେଉଛି ତାଙ୍କ ହେଲମେଟ; ନଚେତ୍, ଏକ ବଡ଼ ଦୁର୍ଘଟଣା ଘଟିପାରିଥାନ୍ତା। ବିରୋଧୀ ଦଳଗୁଡ଼ିକୁ ଚ୍ୟାଲେଞ୍ଜ କରି ଅଭିଷେକ ବାନାର୍ଜୀ ସ୍ପଷ୍ଟ କରିଛନ୍ତି ଯେ ଟିଏମସି ଏପରି କାପୁରୁଷ ଆକ୍ରମଣରେ ଭୟଭୀତ ହେବ ନାହିଁ ଏବଂ ଲୋକଙ୍କ ପାଇଁ ଏହାର ଲଢ଼େଇ ଜାରି ରଖିବ।
ଏହାସହ ପଢ଼ନ୍ତୁ : ଆକାଶ ଚୋପ୍ରା କହିଲେ କିଏ ହେବା ଦରକାର LSGର ପରବର୍ତ୍ତୀ ଅଧିନାୟକ