ନୂଆଦିଲ୍ଲୀ : ବିଶ୍ବର ସବୁଠାରୁ ଧନୀ କ୍ରିକେଟ ଲିଗ୍ ଆଇପିଏଲର ଦ୍ବିତୀୟ ପର୍ଯ୍ୟାୟ ସୂଚୀ ଘୋଷଣା କରିଛି ବିସିସିଆଇ ।ଦ୍ବିତୀୟ ପର୍ଯ୍ୟାୟରେ ମୋଟ ୫୦ ମ୍ୟାଚ୍ ଏପ୍ରିଲ ୧୩ରୁ ମେ’ ୨୪ ମଧ୍ୟରେ ଖେଳାଯିବ। ଦେଶବ୍ୟାପୀ ମୋଟ ୧୪ଟି ଷ୍ଟାଡିୟମରେ ଏସବୁ ମ୍ୟାଚ୍ ହେବ ବୋଲି ବିସିସିଆଇ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଫାଇନାଲ, କ୍ବାଲିଫାୟର-୧ ଓ ୨ ଏବଂ ଏଲିମିନେଟର ମ୍ୟାଚ୍ର ତାରିଖ ଓ ସ୍ଥାନ ପରିବର୍ତ୍ତୀ ସମୟରେ ଘୋଷଣା କରାଯିବ। ପୂର୍ବରୁ ପ୍ରଥମ ପର୍ଯ୍ୟାୟରେ ୨୦ ମ୍ୟାଚ୍ ପାଇଁ ସୂଚୀ ଜାରି କରାଯାଇଥିଲା।
ଦ୍ୱିତୀୟ ପର୍ଯ୍ୟାୟର ପ୍ରମୁଖ ତଥ୍ୟ
୧୨ଟି ସହରରେ ଆୟୋଜନ: ଦ୍ୱିତୀୟ ପର୍ଯ୍ୟାୟର ମ୍ୟାଚ୍ ଗୁଡ଼ିକ ବେଙ୍ଗାଲୁରୁ, ମୁମ୍ବାଇ, ଚେନ୍ନାଇ, କୋଲକାତା, ଦିଲ୍ଲୀ, ଅହମ୍ମଦାବାଦ, ହାଇଦ୍ରାବାଦ, ଲକ୍ଷ୍ନୌ, ଜୟପୁର, ଧର୍ମଶାଳା, ରାୟପୁର ଏବଂ ନ୍ୟୁ ଚଣ୍ଡିଗଡ଼ରେ ଖେଳାଯିବ।
ଆରମ୍ଭ ମ୍ୟାଚ୍: ଏପ୍ରିଲ୍ ୧୩ ତାରିଖରେ ହାଇଦ୍ରାବାଦରେ ସନରାଇଜର୍ସ ହାଇଦ୍ରାବାଦ (SRH) ଏବଂ ରାଜସ୍ଥାନ ରୟାଲ୍ସ (RR) ମଧ୍ୟରେ ମୁକାବିଲା ସହ ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେବ। ସୂଚନାଯୋଗ୍ୟ ଯେ, ପ୍ରଥମ ପର୍ଯ୍ୟାୟ ମାର୍ଚ୍ଚ ୨୮ ରୁ ଏପ୍ରିଲ୍ ୧୨ ପର୍ଯ୍ୟନ୍ତ ଖେଳାଯିବ।
ଏହାସହ ପଢ଼ନ୍ତୁ : ଆସନ୍ତାକାଲି ୫ ଘଣ୍ଟା ବନ୍ଦ ରହିବ ଜଗା ଦର୍ଶନ