ନୂଆଦିଲ୍ଲୀ : କୋଲକାତା ନାଇଟ୍ ରାଇଡର୍ସ ଚଳିତ ଆଇପିଏଲରେ ନୈରାଶ୍ୟଜନକ ପ୍ରଦର୍ଶନ ଜାରି ରଖି ଚର୍ଚ୍ଚାରେ ରହିଛି । ତିନିଥର ଚାମପିୟନ ହୋଇଥିବା ଏହି ଦଳ ଲଗାତାର ୫ ମ୍ୟାଚରୁ ୪ ପରାଜୟ ହୋଇଛି । ଗୋଟିଏ ମ୍ୟାଚ ବର୍ଷା ପାଇଁ ବାତିଲ ହୋଇଥିବାବେଳେ ମାତ୍ର ଗୋଟିଏ ପଏଣ୍ଟ ପାଇଛି ସତ କିନ୍ତୁ ପଏଣ୍ଟ ଟେବୁଲର ତଳେ ରହିଛି । ଏଭଳି ଏକ ଶକ୍ତିଶାଳି ଦଳ ଲଗାତାର ପରାଜୟ ବରର କରୁଥିବାବେଳେ ଏହାର କାରଣ ଖୋଜିବା ଆରମ୍ଭ କରାଯାଇଛି । ଦଳରେ ଅଭିଜ୍ଞ ଖେଳାଳିଙ୍କ ସହ ଅଧଡଜନରୁ ଅଧିକ କୋଚ ଏବଂ ସପୋର୍ଟ ଷ୍ଟାଫ୍ ରହିଛନ୍ତି । ତତାପି ଦଳର ନୈରାଶ୍ୟଜନକ ପ୍ରଦର୍ଶକ ଚିନ୍ତାର କାରଣ ପାଲଟିଛି ।

ମିନି ଅକ୍ସନରେ ଗ୍ରୀନଙ୍କ ଭଳି ଖେଳାଳି ଦଳରେ ସାମିଲ ହେବା ପରେ କୋଲକାତା ଏଥର ଅଧିକ ଶକ୍ତି ପ୍ରଦର୍ଶନ କରିବ ବୋଲି ଆଶା କରାଯାଉଥିଲା । ମାତ୍ର ଦଳ ଆରମ୍ଭରୁ ପରାଜୟ ବରଣ କରି ଚାଲିଛି । ସେପଟେ ଦଳର ଏଲଭି ପ୍ରଦର୍ଶନ ପଛର କାରଣ ହେଉଛି ଅଧାରୁ ଅଧିକ ଖେଳାଳି ଫର୍ମରେ ନାହାନ୍ତି । ଦଳର ଶ୍ରେଷ୍ଠ ଫିନିସରଭାବେ ଜଣାଶୁଣା ରିଙ୍କୁ ସିଂହଙ୍କ ପ୍ରଦର୍ଶନ ଦଳ ପାଇଁ ବଡ଼ ମୁଣ୍ଡବିନ୍ଧାର କାରଣ ପାଲଟିଛି । ଏହାସହ ଗ୍ରୀନଙ୍କୁ ୨୫ କୋଟିରୁ ଅଧିକ ଟଙ୍କାରେ ଦଳରେ ସାମିଲ କରାଯାଇଥିବାବେଳେ ବୋଲିଂରେ କୌଣସି ସୁଧାର ଆସୁନଥିବାବେଳେ ବ୍ୟାଟିଂରେ ୫ ମ୍ୟାଚରେ ମାତ୍ର ୫୭ ରନ କରିଛନ୍ତି ।

​​​​​​​

ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଉଛି କୋଲକାତାର ଓପନିଂ ଯୋଡ଼ି । ଗୋଟିଏ ମ୍ୟାଚରେ ଫିନ୍ ଆଲେନ୍ ପାଳି ଆରମ୍ଭ କରୁଥିବାବେଳେ ଅନ୍ୟ ମ୍ୟାଚରେ ରାହାଣେ ଆରମ୍ଭ କରୁଛନ୍ତି । ଏପରିକି ରାହାଣେଙ୍କ ବଦଳରେ ସୁନୀଲ ନାରାୟଣଙ୍କୁ ମଧ୍ୟ ପରୀକ୍ଷା କରାଯାଇଛି । ବାରମ୍ବାର ନିଷ୍ପତ୍ତି ବଦଳାଇବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇଛି । ସେପଟେ ବୋଲିଂ କଥା ଯଦି କହିବା ତାହେଲେ ଦଳର ବୋଲର କମାଲ କରିପାରୁନାହାନ୍ତି । ଦଳର ଦକ୍ଷ ସ୍ପିନର ନାରାୟଣ ଏବଂ ବରୁଣ ଚକ୍ରବର୍ତ୍ତୀ ଫ୍ଲପ୍ ହୋଇଚାଲିଛନ୍ତି । ବ୍ୟାଟ୍ସମ୍ୟାନେମାନେ ଏମାନଙ୍କ ବଲକୁ ଧୂଲେଇ କରୁଛନ୍ତି । ଏହାସହ ହର୍ଷିତଙ୍କ ଅନୁପସ୍ଥିତି ଦଳ ପାର୍ଇ ବଡ଼ ମହଙ୍ଗା ସାବ୍ୟସ୍ତ ମଧ୍ୟ ହୋଇଛି ।

ଏହାସହ ପଢ଼ନ୍ତୁ : ଚର୍ଚ୍ଚା ଭିତରେ ଏପ୍ରିଲ୍ ୧୬ରେ ଧୋନି ନେଇପାରନ୍ତି ବଡ଼ ନିଷ୍ପତ୍ତି