ନୂଆଦିଲ୍ଲୀ : ମହେନ୍ଦ୍ରସିଂହ ଧୋନି, ଟିମ୍ ଇଣ୍ଡିଆର ଏହି ପୂର୍ବତନ ଅଧିନାୟକଙ୍କ ଗୋଟିଏ ଝଲକ ପାଇବା ପାଇଁ ଫ୍ୟାନ୍ସମାନେ ଚାହିଁ ବସନ୍ତି । ଆନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା ପରେ କେବଳ ଆଇପିଏଲରେ ଖେଳ ଜାରି ରଖିଛନ୍ତି ମାହି । କିନ୍ତୁ ଚଳିତବର୍ଷ ଆହତ କାରଣରୁ ସେ ଏଯାବତ ଗୋଯିଏ ବି ମ୍ୟାଚ୍ ଖେଳିନାହାନ୍ତି । ତେବେ ମାହି କେବେ ଫିଲ୍ଡକୁ ଫେରିବେ ଏହା ଉପରେ ସମସ୍ତଙ୍କ ନଜର ରହିଥିବାବେଳେ ମଝିରେ ଅଭ୍ୟାସ ପାଇଁ ମଇଦନାକୁ ଓହ୍ଲାଇଥିଲେ । ଯେଉଁଥିରୁ ସ୍ପଷ୍ଠ ହେଉଥିଲା କି, ଧୋନି ଖୁବଶୀଘ୍ର ମ୍ୟାଚ ଖେଳିପାରନ୍ତି । ଏହାରି ଭିତରେ ଏହାକୁ ନେଇ ଏକ ଖବର ଆସିଛି କି, ଆସନ୍ତା ୧୬ ତାରିଖରେ ଏନେଇ ଧୋନି ନିଜେ ଘୋଷଣା କରିପାରନ୍ତି ।

ଆସନ୍ତା ୧୮ ତାରିଖରେ ଚେନ୍ନାଇ ନିଜର ପରବର୍ତ୍ତୀ ମ୍ୟାଚ ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଖେଳିବ । ୧୬ ତାରିଖରେ ଧୋନି ହାଇଦ୍ରାବାଦ ଯିବେ କି ନାହିଁ ନିଷ୍ପତ୍ତି ନେବେ । ସେ ଆସନ୍ତାକାଲି ଯଦି ହାଇଦ୍ରାବାଦ ଯାଆନ୍ତି ତାହେଲେ ସେ ମ୍ୟାଚରେ ଉପଲବ୍ଧ ହେବେ ବୋଲି କୁହାଯାଉଛି । ମାତ୍ର ଏଯାବତ ଧୋନି ଏନେଇ କୌଣସି ସୂଚନା ଦେଇନାହାନ୍ତି । ଫ୍ୟାନ୍ସମାନେ ଏବେ ମଧ୍ୟ ଚାହିଁ ରହିଛନ୍ତି କି, ମାହି କେବେ ଫିଲ୍ଡକୁ ଫେରିବେ ? ଏବଂ ଖେଳିବେ । ତେବେ ଧୋନି ଆସନ୍ତାକାଲି ଯଦି ଟିମ୍ ସହ ହାଇଦ୍ରାବାଦରେ ଯୋଗ ଦିଅନ୍ତି ତାହେଲେ ଖେଳିବାର ଆଶା ରହିଛି ।

ସେପଟେ ପୂର୍ବରୁ ଆଲୋଚନା ହେଉଥିଲା କି, ଧୋନି ମଙ୍ଗଳବାର ଖେଳାଯାଇଥିବା କୋଲକାତା ବିପକ୍ଷରେ ମ୍ୟାଚକୁ ଫେରିପାରନ୍ତି । କିନ୍ତୁ ଅଧିନାୟକ ଋତୁରାଜ ଗାଏକ୍ବାଡ ଯେତେବେଳେ ଟିମ୍ ଘୋଷଣା କରିଥିଲେ ସେତେବେଳେ ଧୋନୀଙ୍କ ନାମ ନଥିଲା । ମାତ୍ର ପରବର୍ତ୍ତୀ ମ୍ୟାଚରେ ସେ ହାଇଦ୍ରାବାଦ ବିପକ୍ଷରେ ଖେଳି ସବୁ ଅପେକ୍ଷାର ଅନ୍ତ ଘଟାଇବେ ବୋଲି କୁହାଯାଉଛି ।

ଏହାସହ ପଢ଼ନ୍ତୁ : Rohit Sharma Injury : ମୁମ୍ବାଇ ଇଣ୍ଡିଆନ୍ସକୁ ଝଟକା: ପରବର୍ତ୍ତୀ ମ୍ୟାଚ୍ ରୁ ବାଦ ପଡ଼ିଲେ ରୋହିତ ଶର୍ମା ! ତାଙ୍କ ସ୍ଥାନରେ ଖେଳିବେ…