ନୂଆଦିଲ୍ଲୀ,୧୦/୦୯; ମୁକୁଲ ଚୌଧୁରୀ । ଗୁରୁବାର ରାତିଠାରୁ ସବୁ କ୍ରିକେଟ ଫ୍ୟାନ୍ସଙ୍କ ମୁହଁରେ ତାଙ୍କ ନାମ । ୨୭ ବଲରୁ ଅପରାଜିତ ୫୪ ରନ୍ କରି କେକେଆର ବିପକ୍ଷରେ ଲକ୍ଷ୍ନୌକୁ ବିଜୟୀ କରାଇଥିଲେ ମୁକୁଲ ଚୌଧୁରୀ । ସେ ତାଙ୍କ ଦଳକୁ ୧୨୮/୭ର ଏକ କଷ୍ଟକର ସ୍ଥିତିରୁ ବିଜୟୀ କରାଇଥିଲେ । ସେ କହିଛନ୍ତି ଯେ ଋିଷବ ପନ୍ତଙ୍କ ପରାମର୍ଶ ତାଙ୍କ ପାଇଁ ଗୁରୁମନ୍ତ୍ର ହୋଇଥିଲା । ପନ୍ତଙ୍କ ପରାମର୍ଶ ତାଙ୍କ ଚିନ୍ତାଧାରା ବଦଳାଥିଲା । ଏହି ମ୍ୟାଚ ବିଜୟୀ ଇନିଂସ ପାଇଁ ସେ ତାଙ୍କ ବାପା ଏବଂ ଧୋନିଙ୍କୁ ଉତ୍ସର୍ଗ କରିଛନ୍ତି । ପନ୍ତ ମୁକୁଲଙ୍କୁ କଣ ପରାମର୍ଶ ଦେଇଥିଲା କାହିଁକି ଧୋନିଙ୍କୁ ମନେ ପକାଇଲେ ସେ ଜାଣନ୍ତୁ ରିପୋର୍ଟରେ ।
ମ୍ୟାଚ ପରେ ମୁକୁଲ କହିଛନ୍ତି କିପରି ପନ୍ତଙ୍କ ପରାମର୍ଶ ତାଙ୍କ ଖେଳ ପରିବର୍ତ୍ତନକାରୀ ପାଲଟିଥିଲା । ସେ କହିଛନ୍ତି, ମୁ ପୂର୍ବରୁ ଶୀଘ୍ର ଖେଳୁଥିଲି, କିନ୍ତୁ ଏବେ ମୁଁ ପ୍ରକ୍ରିୟା ଉପରେ ଧ୍ୟାନ ଦିଏ । ଶେଷ ଇନିଂସରେ ମୁଁ କେବଳ ୪-୫ ବଲ ଖେଳିପାରିଥିଲି, ତେଣୁ ମୁଁ ପନ୍ତ ଭାଇଙ୍କ ସହ କଥା ହୋଇଥିଲି । ସେ କହିଥିଲେ, ଅଧିକ କିଛି ଚିନ୍ତା କରନାହିଁ, ବଲ୍ ଦେଖ ଏବଂ କେବଳ ମାର । ଯଦି ତୁମେ ଅଧିକ ଚିନ୍ତା କର , ତେବେ ଚାପ ବଢିବ ।'' ଏହି ପରାମର୍ଶ ମୁକୁଲଙ୍କ ପାଇଁ ମ୍ୟାଚର ମୋଡ଼ ବଦଳାଇଥିଲା ।
କ୍ରମାଗତ ୱିକେଟ ପଡିବା ସମୟରେ ମୁକୁଲ ଧୈର୍ଯ୍ୟ ଦେଖାଇଥିଲେ । ସେ କହିଥିଲେ, ଯେତେବେଳେ ଆୟୂଷ ଭାଇ ଆଉଟ୍ ହୋଇଥିଲେ, ମୁଁ ଅନୁଭବ କରିଥିଲି ଯେ ମୋତେ ଦାୟିତ୍ୱ ନେବାକୁ ପଡିବ । ମୁଁ କେବଳ ମ୍ୟାଚକୁ ଶେଷ ପର୍ଯ୍ୟନ୍ତ ନେବା ବିଷୟରେ ଚିନ୍ତା କରିଥିଲି । ଜିତିବା କିମ୍ବା ହାରିବା ବିଷୟରେ ନୁହେଁ । ଏହି ଚିନ୍ତାଧାରାକୁ ଶେଷ ପର୍ଯ୍ୟନ୍ତ ଜାରି ରଖିଥିଲା ଏବଂ ସେ ଶେଷରେ ମ୍ୟାଚକୁ ସମାପ୍ତ କରିଥିଲେ । ଶେଷ ଓଭରରୁ ୧୪ ରନ ଦରକାର ଥିଲା । ମୁକୁଲ ୪ଟି ବଲରେ ମାତ୍ର ୭ ରନ୍ ବାକି ଥିବାବେଳେ ଆତ୍ମବିଶ୍ୱାସୀ ଥିଲେ । ସେ କହିଥିଲେ ମୁଁ, ଜାଣିଥିଲି ବୋଲର ଗୋଟିଏ ବଲ ହାତଛଡା କରିବେ । ମୋତେ ସେହି ବଲରେ ଛକା ମାରିବାକୁ ପଡିଲା । ପ୍ରଥମ ବଲ ଡଟ୍ ଥିଲା । କିନ୍ତୁ ମୁଁ ନିଶ୍ଚିତ ଥିଲି ଯେ ମୋତେ ସୁଯୋଗ ମିଳିବ ଏବଂ ଠିକ୍ ତାହା ହିଁ ହେଲା । ଗୋଟିଏ ଭୁଲ ଏବଂ ମ୍ୟାଚ୍ ଶେଷ ହୋଇଗଲା ।
ଏହା ବି ପଢନ୍ତୁ...କିଏ ମୁକୁଲ ଚୌଧୁରୀ ? ଛକା ବର୍ଷା କରି ପଲଟାଇଲେ ମ୍ୟାଚ୍, ଜନ୍ମ ହେବା ପରଠୁ ଆରମ୍ଭ ହୋଇଥିଲା କ୍ରିକେଟ ଯାତ୍ରା
ମୁକୁଲ ସ୍ୱୀକାର କରିଛନ୍ତି ଯେ, ପ୍ରତ୍ୟେକ ଖେଳାଳି ଚାପ ଅନୁଭବ କରନ୍ତି, ତାହା ନୂଆ ହୁଅନ୍ତୁ କିମ୍ବା ଅଭିଜ୍ଞ ଖେଳାଳି । ଏହା ମୋର ପ୍ରଥମ ସିଜିନ । ଅଭ୍ୟାସ ମ୍ୟାଚରେ ମଧ୍ୟ ଚାପ ଅଛି । ଘରୋଇ କ୍ରିକେଟରେ ଭଲ ପ୍ରଦର୍ଶନ କରିବା ପରେ ହିଁ ଏଠାରେ ସୁଯୋଗ ଆସିଥାଏ । ନିଜର ପରିଚୟ ପ୍ରତିଷ୍ଠା କରିବାକୁ ନେଇ ମଧ୍ୟ ଏହା ଏକ ସୁଯୋଗ । ମୁଁ ପିଲାଦିନରୁ ଏମଏସ ଧୋନିଙ୍କୁ ଅନୁସରଣ କରୁଛି । ମୁଁ ସମାନ ପୋଜିସନରେ ବ୍ୟାଟିଂ କରେ ଏବଂ ଧୋନି ସାରଙ୍କୁ ଦେଖି ମ୍ୟାଚ କିପରି ଶେଷ କରାଯାଏ ତାହା ଶିଖିଛି । ମୁଁ ଏହି ଇନିଂସକୁ ତାଙ୍କୁ ଉତ୍ସର୍ଗ କରୁଛି ।