ନୂଆଦିଲ୍ଲୀ,୧୫/୦୫; ଚଳିତ ଆଇପିଏଲ୍ରେ ପ୍ରଥମ ୭ଟି ମ୍ୟାଚ ଅପରାଜେୟ ରହି ୧୩ ପଏଣ୍ଟ ଅର୍ଜନ କରିଥିବା ପଞ୍ଜାବ ଲୟ ହରାଇ କ୍ରମାନ୍ୱୟରେ ପଞ୍ଚମ ପରାଜୟ ବରଣ କରିଛି । ଆଜି ଅନୁଷ୍ଠିତ ୫୮ତମ ଲିଗ୍ ମୁକାବିଲାରେ ଦଳ ୬ ୱିକେଟରେ ମୁମ୍ବାଇ ଠାରୁ ପରାଜିତ ହୋଇଛି । ଏହି ମ୍ୟାଚରେ ପ୍ରଥମେ ବ୍ୟାଟିଂ କରି ପଞ୍ଜାବ ୮ ୱିକେଟ ବିନିମୟରେ ୨୦୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ମୁମ୍ବାଇ ୧୯.୫ ଓଭରରେ ୪ ୱିକେଟ୍ ହରାଇ ଆବଶ୍ୟକ ରନ ସଂଗ୍ରହ କରି ନେଇଥିଲା । ଶ୍ରେୟସ ଆୟରଙ୍କ ନେତୃତ୍ୱଧୀନ ପଞ୍ଜାବ କିଙ୍ଗସ ଲାଗାତର ପଞ୍ଚମ ପରାଜୟର ସମ୍ମୁଖୀନ ହୋଇଛି । ସିଜିନ ଆରମ୍ଭରୁ ଭଲ ପ୍ରଦର୍ଶନ କରୁଥିବା ହଠାତ୍ ଲୟ ହରାଇ ବସିଛି । ଏବେ ଦଳ ପାଇଁ ପ୍ଲେ ଅଫକୁ କ୍ୱାଲିଫାଏ କରିବା ଟେନସନ ରହିଛି ।
ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷ ପରାଜୟ ପରେ ଦଳ ୧୩ ପଏଣ୍ଟ ସହ ଟେବୁଲର ଚରୁର୍ଥ ସ୍ଥାନରେ ରହିଛି । ଦଳ ହାତରେ ଆଉ ୨ଟି ମ୍ୟାଚ ଅଛି । ଏହାକୁ କୌଣସି ମତେ ଜିତିବାକୁ ପଡିବ । ପଞ୍ଜାବ ଯଦି ତାର ବଳକା ୨ଟି ମ୍ୟାଚ ଜିତେ ତେବେ ସର୍ବାଧିକ ୧୭ ପଏଣ୍ଟରେ ପହଞ୍ଚିପାରିବ । ଏହି ସମୟରେ ଚେନ୍ନାଇ ସୁପରକିଙ୍ଗସ ଏବଂ ରାଜସ୍ଥାନ ରୟାଲ୍ସ ପାଖରେ ସର୍ବାଧିକ ୧୮ ପଏଣ୍ଟ ପାଇବାର ସୁଯୋଗ ରହିଛି । ଆଜି ଚେନ୍ନାଇ ଏବଂ ଲକ୍ଷ୍ନୌର ଏକ ମ୍ୟାଚ ରହିଛି । ଏହା ସିଏସକେର ୧୨ତମ ମୁକାବିଲା । ସୁପରକିଙ୍ଗସ ପାଖରେ ୧୨ ପଏଣ୍ଟ ରହିଛି । ଯଦି ଆଜି ଲକ୍ଷ୍ନୌକୁ ଚେନ୍ନାଇ ପରାସ୍ତ କରେ ତେବେ ୧୪ ପଏଣ୍ଟ ସହ ପଞ୍ଜାବକୁ ପଛରେ ପକାଇଦେବ ।
ଏହା ବି ପଢନ୍ତୁ...IPL 2026: ପଞ୍ଜାବ ଉପରେ ବିପଦ ଖଣ୍ଡା; ପ୍ଲେ ଅଫ୍ ଆଶାକୁ ଝଟକା, କିପରି କ୍ୱାଲିଫାଏ କରିବ ଶ୍ରେୟସଙ୍କ କିଙ୍ଗସ୍ ?
ମୁମ୍ବାଇ ବିପକ୍ଷ ପରାଜୟ ପରେ ପଞ୍ଜାବ ଉପରେ ବିପଦ ଖଣ୍ଡା ଝୁଲୁଛି । ଏବେ ଦଳର ପ୍ଲେ ଅଫ୍ ଚିନ୍ତା ବଢିଛି । ଏବେ ପ୍ଲେ ଅଫକୁ କିପରି କ୍ୱାଲିଫାଏ କରିବ ଶ୍ରେୟାସ ଆୟରଙ୍କ ନେତୃତ୍ୱାଧୀନ ପଞ୍ଜାବ କିଙ୍ଗସ ? ସିଜିନ ଆରମ୍ଭରୁ ୭ଟି ମ୍ୟାଚରୁ ୬ଟି ଜିତି ଟପରେ ଥିଲା । ଏବେ ୧୩ ପଏଣ୍ଟ ସହ ଟେବୁଲର ଚତୁର୍ଥ ସ୍ଥାନରେ ରହିଛି । ପ୍ରଥମେ ଲାଗୁଥିଲା ପଞ୍ଜାବ ସହଜରେ ପ୍ଲେଅଫରେ ପ୍ରଥମ ଦଳ ଭାବେ ଯୋଗ୍ୟତା ଅର୍ଜନ କରିବ । ହେଲେ କଥାରେ ଅଛି ନା କ୍ରିକେଟ୍ ଅନିଶ୍ଚିତତାର ଖେଳ । ଏଥିରେ କିଛି ବି ହୋଇପାରେ । ପଞ୍ଜାବ ହାତରେ ଆଉ ୨ଟି ମ୍ୟାଚ ରହିଛି । ଯଦି ସେହି ୨ ମ୍ୟାଚ ଦଳ ଜିତେ ତେବେ ୧୭ ପଏଣ୍ଟରେ ପହଞ୍ଚିପାରିବ । ପରାଜୟ ପ୍ଲେଅଫ୍ ଦୌଡରୁ ବାଦ ଦେଇପାରେ ।