ନୂଆଦିଲ୍ଲୀ,୧୧/୦୪; ରନ୍ ବର୍ଷା ସହ ରେକର୍ଡ । ଜମୁଛି ଫଟାଫଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ । ଶୁକ୍ରବାର ୧୬ ତମ ଲିଗ୍ ମ୍ୟାଚରେ ମୁହାଁମୁହିଁ ହୋଇଥିଲେ ଆରସିବି ଏବଂ ରାଜସ୍ଥାନ । ଏହି ମ୍ୟାଚରେ ଆରବିସି ବିଜୟରେ ବ୍ରେକ୍ ଲାଗିଛି । ୬ ୱିକେଟରେ ଜିତିଛି ରାଜସ୍ଥାନ । ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ ବିପକ୍ଷରେ ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ ଧୂଆଁଧାର ଇନିଂସ ଖେଳିଛନ୍ତି । ଗୌହାଟୀରେ ବରସାପାରା କ୍ରିକେଟ ଷ୍ଟାଡିୟମରେ ବୈଭବ ୮ ଚୌକା ଏବଂ ୭ ଛକା ମାରି ୭୮ ରନ୍ କରିଛନ୍ତି । ମାତ୍ର ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ ବ୍ୟାଟିଂ ବିସ୍ଫୋରଣ ବୈଭବ । କୃଣାଳ ପାଣ୍ଡ୍ୟାଙ୍କ ବଲରେ ବିରାଟ କୋହଲିଙ୍କ ହାତରେ କ୍ୟାଚ୍ ଆଉଟ୍ ହୋଇଥିଲେ କିନ୍ତୁ ତାଙ୍କ ଇନିଂସ ସବୁବେଳେ ମନେ ରହିବ । ବିରାଟ କୋହଲି ବି ତାଙ୍କ ତାରିଫ କରିଥିଲେ ।
୧୫ ବର୍ଷୀୟ ବୈଭବ ଏହି ମୁକାବିଲାରେ ଭୁବନେଶ୍ୱର କୁମାରଙ୍କ ବଲରେ ଚୌକା ସହ ଖାତା ଖୋଲିଥିଲେ । ପ୍ରଥମ ଓଭରରେ ବୈଭବ ୩ଟି ଛକା ମାରିଥିଲେ । ଏହା ପରେ ବୈଭବ ଅଭିନନ୍ଦନ ଶର୍ମାଙ୍କ ବଲରେ ବିସ୍ଫୋରକ ବ୍ୟାଟିଂ କରିଥିଲେ । ତାଙ୍କ ଓଭରରେ ୨ ଚୌକା ଏବଂ ଗୋଟିଏ ଛକା ମାରିଥିଲେ । ଇନିଂସର ଚତୁର୍ଥ ଓଭରରେ ଅଭିଜ୍ଞ, ଦ୍ରୁତ ବୋଲର ଜୋସ୍ ହାଜେଲଉଡଙ୍କୁ ଶେଷ ୪ ବଲରେ ୪,୪,୪, ୬ ରନ୍ କରିଥିଲେ । ପୁଣି ପରବର୍ତ୍ତୀ ଓଭରରେ ଭୁବନେଶ୍ୱର କୁମାରଙ୍କ ଲଗାତାର ୨ ବଲରେ ୨ଟି ଛକା ମାରି ବୈଭବ ୫୦ ରନ୍ ପୂରଣ କରିଥିଲେ । ଏହା ପରେ ବି ଧୂଆଁଧାର ବ୍ୟାଟିଂ ଜାରି ରହିଥିଲା । ଲାଗୁଥିଲା ସେ ନିଶ୍ଚିତ ଶତକ ହାସଲ କରିବେ । ମାତ୍ର କୃଣାଳ ପାଣ୍ତ୍ୟାଙ୍କ ବଲରେ ଟାଇମିଂ ଠିକ୍ ନହେବାରୁ କ୍ୟାଚ ଆଉଟ୍ ହୋଇଥିଲେ ।
ଦେଖିବାକୁ ଗଲେ ବୈଭବ ସୂର୍ଯ୍ୟବଂଶୀ ଦ୍ୱିତୀୟ ଥର ୧୫ ବଲରେ ୫୦ ରନ୍ କରିଛନ୍ତି । ଏହା ପୂର୍ବରୁ ଚେନ୍ନାଇ ସୁପରକିଙ୍ଗସ ବିପକ୍ଷରେ ବି ୧୫ ବଲରେ ଅର୍ଦ୍ଧଶତକ ହାସଲ କରିଥିଲେ । ଆଇପିଏଲରେ ବୈଭବ ତୃତୀୟ ଥର ୨୦ରୁ କମ୍ ବଲରେ ୫୦ ରନ୍ କରିବାରେ ସଫଳ ହୋଇଛନ୍ତି ।
IPLରେ ଦ୍ରୁତ ଅର୍ଦ୍ଧଶତକ ଭାରତୀୟ ବ୍ୟାଟର
୧୩ ବଲ୍-ଯଶସ୍ୱୀ ଜୈସ୍ୱାଲ (ରାଜସ୍ଥାନ) ବନାମ କେକେଆର, କୋଲକାତା, ୨୦୨୩
୧୪ ବଲ୍-କେଏଲ ରାହୁଲ (ପଞ୍ଜାବ କିଙ୍ଗସ) ବନାମ ଦିଲ୍ଲୀ , ମୋହାଲି, ୨୦୧୮
୧୫ ବଲ୍- ୟୁସୁଫ ପଠାନ (କେକେଆର) ବନାମ ହାଇଦ୍ରାବାଦ, କୋଲକାତା, ୨୦୧୪
୧୫ ବଲ୍- ବୈଭବ ସୂର୍ଯ୍ୟବଂଶୀ (ରାଜସ୍ଥାନ ରାୟଲ୍ସ) ବନାମ ଚେନ୍ନାଇ, ଗୌହାଟୀ, ୨୦୨୬
୧୫ ବଲ୍- ବୈଭବ ସୂର୍ଯ୍ୟବଂଶୀ (ରାଜସ୍ଥାନ ରୟାଲ୍ସ) ବନାମ ଆରସିବି, ଗୌହାଟୀ, ୨୦୨୬
ଏହା ବି ପଢନ୍ତୁ...ବୈଭବ-ଜୁରେଲ ଝଡ଼; ରାଜସ୍ଥାନର ଚତୁର୍ଥ ବିଜୟ, ୬ ୱିକେଟରେ ହାରିଲା ଡିଫେଣ୍ଡି ଚାମ୍ପିଅନ
First ball vs Jasprit Bumrah - 6️⃣
— IndianPremierLeague (@IPL) April 11, 2026
First ball vs Trent Boult - 6️⃣
First ball vs Bhuvneshwar Kumar - 4️⃣
First ball vs Josh Hazlewood - 4️⃣
That's Vaibhav Sooryavanshi for you 🫡#TATAIPL | #KhelBindaas | @rajasthanroyals | @Vaibhavsooryava pic.twitter.com/gv4xXAogPp
ବୈଭବଙ୍କ ଇନିଂସକୁ ନେଇ ଭୁବନେଶ୍ୱର କୁମାର କହିଛନ୍ତି, "ବୈଭବ ସୂର୍ଯ୍ୟବଂଶୀ ଜଣେ ୧୫ ବର୍ଷର ପିଲା ପାଇଁ ବହୁତ ପରିପକ୍ୱ। ସେ ସ୍ଲୋଗିଂ କରୁନାହାଁନ୍ତି, ସେ ସଠିକ୍ ସଟ୍ ଖେଳୁଛନ୍ତି । ସେ ଯେଉଁଭଳି ବ୍ୟାଟିଂ କରୁଛନ୍ତି ସେଥିପାଇଁ ସେ ସମସ୍ତ କ୍ରେଡିଟ୍ ପାଇବାକୁ ଯୋଗ୍ୟ । "
April 11, 2026— Mufaddal Vohra (@mufaddal_vohra)Bhuvneshwar Kumar said, “Vaibhav Suryavanshi is too mature for a 15 year old. He’s not slogging, he’s playing proper shots. He deserves all the credit for the way he’s batting”. pic.twitter.com/Gu6qzeRsbo