ମୁମ୍ବାଇ,୩୧/୫ : ବଲିଉଡ଼ର ଭେଟରାନ ଫିଲ୍ମ ମେକର ଶେଖର କପୁର ୧୯୯୬ରେ ଫିଲ୍ମ ‘ମାସୁମ’ ନିର୍ମାଣ କରିଥିଲେ। ଯେଉଁଥିରେ ନସିଋଦ୍ଦିନ ଶାହ ଏବଂ ଶବନା ଆଜମୀ ନଜର ଆସିଥିଲେ । ସେହିଭଳି ଏବେ ଶେଖର କପୁର ଏହି ଫିଲ୍ମର ସିକ୍ୱେଲ୍ ‘ମାସୁମ : ଦ ନ୍ୟୁ ଜେନରେସନ’କୁ ନିର୍ମାଣ କରିବାର ଯୋଜନା କରୁଛନ୍ତି। ସୂଚନା ମୁତାବକ ଏହି ଫିଲ୍ମରେ ଭେଟରାନ ସଙ୍ଗୀତକାର ଏ ଆର ରହମାନ ନିଜ ମ୍ୟୁଜିକ ଦେବେ । ଏହା ମଧ୍ୟରେ ଶେଖର କପୁର ସୋସିଆଲ ମିଡ଼ିଆ ଏକ୍ସରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ଆଇପିଏଲ୍ ୨୦୨୬ର ୟଙ୍ଗ କ୍ରିକେଟର ଏବଂ ନ୍ୟୁ ସେନ୍ସେଶନ ବୈଭବ ସୂର୍ଯ୍ୟବଂଶୀଙ୍କୁ ପ୍ରଶଂସା କରିଛନ୍ତି ।
ଏହି ଏକ୍ସ ପୋଷ୍ଟରେ ଶେଖର କପୁର ବୈଭବ ସୂର୍ଯ୍ୟବଂଶୀଙ୍କ ପ୍ରଶଂସା କରିବା ସହ ସେ ନିଜ ଅପକମିଂ ଫିଲ୍ମ ‘ମାସୁମ : ଦ ନ୍ୟୁ ଜେନରେସନ’ରେ ନେବାକୁ ଆଶା ପ୍ରକଟ କରିଛନ୍ତି । ଫିଲ୍ମ ମେକରଙ୍କ ଏହି ପୋଷ୍ଟ ସୋସିଆଲ ମିଡ଼ିଆରେ ଏବେ ନୂଆ ହଲଚଲ୍ ଆରମ୍ଭ କରି ଦେଇଛି । ଫିଲ୍ମ ‘ମାସୁମ’ ନିର୍ଦ୍ଦେଶକ ଶେଖର କପୁର ୧୫ବର୍ଷର ବୈଭବ ସୂର୍ଯ୍ୟବଂଶୀଙ୍କ ଶାନଦାର୍ ବ୍ୟାଟିଂର ଫ୍ୟାନ୍ ହୋଇଯାଇଛନ୍ତି ।
ଶେଖର କପୁର ଆଜି ନିଜ ସୋସିଆଲ ମିଡ଼ିଆ ଏକ୍ସ ଆକାଉଣ୍ଟରେ ବୈଭବ ସୂର୍ଯ୍ୟବଂଶୀଙ୍କ ଫଟୋ ସେୟାର କରି ଲେଖିଛନ୍ତି କି, ଯଦି ସୂର୍ଯ୍ୟବଂଶୀ ଏତେ ଲୋକପ୍ରିୟ ଏବଂ ଶାନଦାର କ୍ରିକେଟର ହୋଇନଥାନ୍ତେ, ତେବେ ମୁଁ ତାଙ୍କୁ ନିଜ ଫିଲ୍ମ ‘ମାସୁମ : ଦ ନ୍ୟୁ ଜେନରେସନ’ରେ କାଷ୍ଟ କରିଥାନ୍ତି । ଶେଖରଙ୍କ ଏହି ପୋଷ୍ଟ କିଛି ସମୟ ଭିତରେ ଇଣ୍ଟରନେଟରେ ଭାଇରାଲ ହୋଇଯାଇଛି । ଯାହା ପରେ ଫ୍ୟାନ୍ସ ଭିନ୍ନ ଭିନ୍ନ ରିଆକ୍ସନ ଦେବାକୁ ଲାଗିଥିଲେ ।