ନୂଆଦିଲ୍ଲୀ : ଶନିବାର ଖେଳାଯାଇଥିବା ଆଇପିଏଲ ୨୦୨୬ର ୨୭ତମ ମ୍ୟାଚରେ ଚେନ୍ନାଇ ସୁପରକିଙ୍ଗ୍ସକୁ ୧୦ ରନରେ ହରାଇଥିଲା ସନରାଇଜର୍ସ ହାଇଦ୍ରାବାଦ । ପ୍ରଥମରୁ ଏହି ଚେନ୍ନାଇ ହାତରେ ଥିଲା ମାତ୍ର ମ୍ୟାଚକୁ ଛଡ଼ାଇ ଆଣିଥିଲା ହାଇଦ୍ରାବାଦ । ଏହି ମ୍ୟାଚ ଚେନ୍ନାଇ ହାରିଥିବାବେଳେ ହାଇଦ୍ରାବାଦ କଳାଯାଦୁ କରି ଜିତି ନେଇଛି ବୋଳି ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି । କାରଣ ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ହାଇଦ୍ରାବାଦର ଜଣେ ଫ୍ୟାନ୍ସ ଲେମ୍ବୁ ଧରି କଳାଯାଦୁ କରୁଥିବା ଦେଖିବାକୁ ମିଳିଛି । ଯାହାକୁ ନେଇ ଏବେ ବେଶ ଚର୍ଚ୍ଚା କରାଯାଉଛି ।

ଭାଇରାଲ ହେଉଥିବା ଭିହିଓରେ ଜଣେ ସନରାଇଜର୍ସ ଫ୍ୟାନ୍ସ ଲେମ୍ବୁ ଧରି ଅଜବ ପ୍ରକାର ମନ୍ତ୍ର ପଢ଼ୁଥିବା ଦେଖାଯାଉଛି । ଆଉ ଏହାପରେ ଚେନ୍ନାଇର ବ୍ରାଟ୍ସମ୍ୟାନ ଶିଭମ ଦୁବେ ବୋଲ୍ଡ ହୋଇ ଯାଉଛନ୍ତି । ପରେ ପରେ ମ୍ୟାଚ ହାଇଦ୍ରାବାଦ ସପକ୍ଷରେ ଆସିଥିଲା । ଆଉ ଷ୍ଟାଡିୟମ ଭିତରେ ରହି ଫ୍ୟାନ୍ସ ଜଣକ ଏମିତି କହିଥିଲେ ଆଉ ଭିଡିଓକୁ ସେୟାର କରିଛନ୍ତି । ଯାହାକୁ ୟୁଜର୍ସମାନେ ସେୟାର କରୁଥିବାବେଳେ ମଜାଳିଆ ମଜାଳିଆ କମେଣ୍ଟମାନ କରୁଥିବା ଦେଖିବାକୁ ମିଳିଛି ।

ୟୁଜର୍ସମାନେ ଏହାକୁ ନେଇ ମଜାଳିଆ କମେଣ୍ଟମାନ ଦେଉଛନ୍ତି । ଜଣେ ୟୁଜର୍ସ ଲେଖିଛନ୍ତି କି, ଏଥର ଆଇପିଏଲରେ ଡିଆରଏସକୁ ଭୁଲିଯାଅ କେବଳ ଲେମ୍ବୁକୁ ବ୍ୟବହାର କରାଯାଅ । ଅନେକ ଜଣ ଲେଖିଛନ୍ତି କି, ଏହା କେବଳ ଏକ ସଂଯୋଗ । ତେବେ ସିଏସକେର ପରାଜୟ ହୋଇଥିବାବେଳେ ଫ୍ୟାନ୍ସମାନେ ଏହାକୁ ମଜା ଭାବେ ନେଇଥିବାବେଳେ ବହୁଳମାତ୍ରାରେ ସେୟାର କରିଛନ୍ତି ।

ଏହାସହ ପଢ଼ନ୍ତୁ : ଭାଇରାଲ ହେଉଛି ପୋଷ୍ଟର, ଜାଣନ୍ତୁ କେବେ ଆସିବ ‘ମହାବତାର ପର୍ଶୁରାମ’