ନୂଆଦିଲ୍ଲୀ : ୨୦୨୫ରେ ଅନେକ ହିଟ୍ ଫିଲ୍ମ ଆସିଥିବାବେଳେ ଦର୍ଶକଙ୍କ ମନମୋହିଛି । ବ୍ୟବସାୟ ମଧ୍ୟ ଭଲ କରିଥିବାବେଳେ ବକ୍ସ ଅଫିସରେ ରେକର୍ଡ କରିଛି । ତେବେ ସବୁଠାରୁ ଅଧିକ କମାଲ କରିଥିଲା ଆନିମେଟେଡ ସିନେମା ‘ମହାବତାର ନରସିଂହା’ । କମ୍ ବଜେଟରେ ନିର୍ମାଣ ହୋଇଥିବା ଏହି ସିନେମା ୧୦୦ ଦିନରୁ ଅଧିକ ଦିନ ଗୋଟିଏ ସିନେମା ହଲରେ ପଡ଼ିଥିଲା । ଏହାସହ ଭଲ ରୋଜଗାର କରିଥିଲା । ବିଦେଶରେ ମଧ୍ୟ ବେଶ ପ୍ରଂଶସା ସାଉଁଣ୍ଟିଥିଲା ଏହି ଚଳଚ୍ଚିତ୍ର ।

ପ୍ରଥମ ଭାଗର ବନ ସଫଳତା ଏବେ ଦ୍ବିତୀୟ ଭାଗ ଆସିବା ପାଇଁ ଯାଉଛି । ‘ମହାବତାର ପର୍ଶୁରାମ’ ଆସିବାକୁ ଯାଉଛି । ଯାହାକି ୨୦୨୭ ମସିହାରେ ରିଲିଜ୍ ହେବ ବୋଲି କୁହାଯାଉଛି । ଏବେ ଏହି ଫିଲ୍ମର ପୋଷ୍ଟର ବେଶ ଭାଇରାଲ ହେଉଥିବାବେଳେ ଦର୍ଶକେ ଏହାକୁ ପସନ୍ଦ କରୁଛନ୍ତି । ଆଶା କରାଯାଉଛି କି, ଏହା ପ୍ରଥମ ଭାଗ ଅପେକ୍ଷ ଅଧିକ ଦର୍ଶକଙ୍କ ନିକଟରେ ଆଦୃତ ହେବ । ଫିଲ୍ମର ପ୍ରଥମ ଲୁକ୍ ରିଲିଜ୍ ହୋଇଛି । କିନ୍ତୁ ପର୍ଶୁରାମଙ୍କ ପ୍ରକାଶିତ ହୋଇନାହିଁ ।

୨୦୨୭ ମସିହା ଡିସେମ୍ବର ବେଳକୁ ଏହି ଫିଲ୍ମ ରିଲିଜ୍ ହେବାକୁ ଯୋଜନା କରାଯାଇଛି । ତେବେ ପୋଷ୍ଟର ରିଲିଜ୍ ହେବା ପରେ ୟୁଜର୍ସମାନେ ସକରାତ୍ମକ କମେଣ୍ଟମାନ ଦେଉଥିବା ଦେଖିବାକୁ ମିଳିଛି । ଜଣେ ୟୁଜର୍ସ ଲେଖିଛନ୍ତି କି, ୧୦୦୦ କୋଟିର ଫିଲ୍ମ ଲୋଡିଂ । ଅନେକ କମେଣ୍ଟରେ ଲେଖିଛନ୍ତି କି, ଆମେ ଏହି ଫିଲ୍ମକୁ ଚାହିଁ ରହିଥିଲୁ । ସେପଟେ ସିନେମାଟିକ୍ ବ୍ରହ୍ମାଣ୍ଡ ୧୨ ବର୍ଷରେ ୧୦ ଅବତାର ଫିଲ୍ମ ରିଲିଜ୍ କରିବ ବୋଲି କୁହାଯାଇଛି । ୨୦୩୬ ସୁଦ୍ଧା ସମସ୍ତ ଫିଲ୍ମ ରିଲିଜ ହେବାର ଯୋଜନା ରଖାଯାଇଛି । ପୌରାଣିକ କଥାବସ୍ତୁ ଉପରେ ଆଧାରିତ ଏହି ଆନିମେଟେଡ ପିଲ୍ମ ମଧ୍ୟ ଦର୍ଶକଙ୍କ ମହଲରେ ବେଶ ଆଦୃତ ହେବାରେ ଲାଗିଛି ।