ନୂଆଦିଲ୍ଲୀ,୩୦/୦୩; ଆଇପିଏଲ ୨୦୨୬ ସିଜିନ୍ ୧୯ର ପ୍ରଥମ ମ୍ୟାଚ୍ ବିରାଟ କୋହଲି ଚମତ୍କାର ପ୍ରଦର୍ଶନ କରିଥିଲେ । ଦ୍ୱିତୀୟ ମ୍ୟାଚରେ ରୋହିତ ଶର୍ମାଙ୍କ ବିସ୍ଫୋରଣ ଦେଖିବାକୁ ମିଳିଥିଲା । ଆଜି ଗୌହାଟୀରେ ରାଜସ୍ଥାନ ରୟାଲ୍ସ ଏବଂ ଚେନ୍ନାଇ ସୁପରକିଙ୍ଗସ ମ୍ୟାଚ ଖେଳାଯିବ । ଏହି ମ୍ୟାଚର ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରଣ ଦେଖିବାକୁ ମିଳିବ ଏହି ଆଶା ରଖିଛନ୍ତି ଫ୍ୟାନ୍ସ । ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ଆଇପିଏଲରେ ୩୦୦ ରନ୍ ପୂରଣ କରିବା କି ? ଏହି ସଫଳତା ପାଇଁ ସେ ମାତ୍ର ୪୮ ରନ୍ ଦୂରରେ ଅଛନ୍ତି । ବୈଭବଙ୍କ ବର୍ତ୍ତମାନର ଫର୍ମ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷରେ ତାଙ୍କର ଦୃଢ଼ ରେକର୍ଡ ପ୍ରମାଣ ଦେଇଛି କି ତାଙ୍କ ପାଖରେ ଆଇପିଏଲରେ ୩୦୦ରନ୍ ପୂରଣ କରିବାର ଯଥେଷ୍ଟ କ୍ଷମତା ରହିଛି । ବର୍ତ୍ତମାନ ତାଙ୍କ ଆଇପିଏଲ ସ୍କୋର ୨୫୨ ରହିଛି ।
ସିଏସକେ ବିପକ୍ଷରେ ବୈଭବଙ୍କ ରେକର୍ଡ ? ବୈଭବ ସୂର୍ଯ୍ୟବଂଶୀ ଏପର୍ଯ୍ୟନ୍ତ କେବଳ ଗୋଟିଏ ଇନିଂସ ଖେଳିଛନ୍ତି, ଚେନ୍ନାଇ ସୁପର କିଙ୍ଗସ୍ ବିପକ୍ଷରେ ଅର୍ଦ୍ଧଶତକ ହାସଲ କରିଛନ୍ତି । ସେ ଆଇପିଏଲ ୨୦୨୫ରେ ସିଏସକେ ଦେଇଥିବା ୧୮୮ ରନର ପିଛା କରି ୫୭ ରନ୍ କରିଥିଲେ । ୧୭୨.୭୨ ଷ୍ଟ୍ରାଇକ୍ ରେଟରେ ଖେଳି ବୈଭବ ସୂର୍ଯ୍ୟବଂଶୀଙ୍କ ଇନିଂସରେ ୪ରୋଟି ଛକା ଏବଂ ୪ରୋଟି ଚୌକା ସାମିଲ ଥିଲା । ୧୫ ବର୍ଷୀୟ ବାମହାତୀ ବ୍ୟାଟର ବୈଭବଙ୍କ ସାମ୍ନାରେ ପୁଣି ଚେନ୍ନାଇ ସୁପରକିଙ୍ଗସ ଅଛି । ଗତ ସିଜିନ ରେକର୍ଡକୁ ଚଳିତ ସିଜିନରେ ଜାରି ରଖନ୍ତି ତେବେ ଆଇପିଏଲରେ ସେ ୩୦୦ ରନ୍ ପୂରଣ କରିବେ ।
ଏହା ବି ପଢନ୍ତୁ...କେକେଆରର ଏହି ପ୍ଲେୟାରଙ୍କ ନାମରେ ବୋଲିଂ ନକଲ କରୁଥିବା ଅଭିଯୋଗ, ମୁମ୍ବାଇ ବିପକ୍ଷରେ ଖୋଲିଲା ପୋଲ୍
୩୦୦ ରନ୍ କରିବେ କି ବୈଭବ ? ବୈଭବ ସୂର୍ଯ୍ୟବଂଶୀ ବର୍ତ୍ତମାନ ଆଇପିଏରେ ୭ଟି ମ୍ୟାଚରୁ ୭ଟି ଇନିଂସରେ ୨୪ଟି ଛକା ସହିତ ୨୫୨ ରନ୍ କରିଛନ୍ତି । ଏହାର ଅର୍ଥ ଗୌହାଟୀରେ ଚେନ୍ନାଇ ସୁପର କିଙ୍ଗ୍ସ ବିପକ୍ଷ ମ୍ୟାଚରେ ସେ ତାଙ୍କର ୪୮ ରନ୍ ହାସଲ କରିବେ । ଏହି ବାମହାତୀ ବ୍ୟାଟର ଆଇପିଏଲରେ ୩୦୦ରନ୍ ପୂରଣ କରିବେ । ସରଳ ଭାଷାରେ କହିବାକୁ ଗଲେ, ବୈଭବ ସୂର୍ଯ୍ୟବଂଶୀ ତାଙ୍କର ୩୦୦ ଆଇପିଏଲ ରନ୍ ହାସଲ କରିବାଠାରୁ ମାତ୍ର ୪୮ ରନ୍ ଦୂରରେ ଅଛନ୍ତି । ତାଙ୍କ ଫର୍ମକୁ ଦେଖିଲେ ଏହା ତାଙ୍କ ପାଇଁ କଷ୍ଟକର ହେବ ନାହିଁ ।
ଆଇପିଏଲ ୨୦୨୬ରେ ପ୍ରବେଶ କରିବା ପୂର୍ବରୁ, ବୈଭବ ସୂର୍ଯ୍ୟବଂଶୀ କହିଥିଲେ ଯେ, ସେ ଏହି ସିଜିନରେ ମଧ୍ୟ କିଛି ଭିନ୍ନ କରିବାକୁ ଚାହୁଁଛନ୍ତି। ସମ୍ଭବତଃ ବୈଭବଙ୍କ ଉଦ୍ଦେଶ୍ୟ ଆଇପିଏଲରେ ୩୦୦ ରନ ଅତିକ୍ରମ କରିବା ସହିତ ଆରମ୍ଭ ହେବ।