ନୂଆଦିଲ୍ଲୀ,୩୦/୦୩; ଚଳିତ ଆଇପିଏଲ ସିଜିନ ୧୯ର ଦ୍ୱିତୀୟ ମ୍ୟାଚ୍ କୋଲକାତା ନାଇଟ୍ ରାଇଡର୍ସ ଏବଂ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳାଯାଇଥିଲା । ୱାଙ୍ଖେଡେ ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍ ସମୟରେ, ଜଣେ କୋଲକାତା ଖେଳାଳିଙ୍କ ଉପରେ ଠକେଇର ଅଭିଯୋଗ ଆସିଛି । କୁହାଯାଉଥିଲା ଯେ ସେ ଅନ୍ୟମାନଙ୍କର ନକଲ କରିଛନ୍ତି । କେକେଆର ପ୍ଲେୟାର କାର୍ତ୍ତିକ ତ୍ୟାଗୀଙ୍କ ବିଷୟରେ କହୁଛୁ । ଯିଏ ପ୍ରଶ୍ନର ସମ୍ମୁଖୀନ ହୋଇଛନ୍ତି । ମୁମ୍ବାଇ ବିପକ୍ଷ ମ୍ୟାଚରେ କାର୍ତ୍ତିକ ବୋଲିଂ ନକଲ କରିଥିବା ନେଇ ପୂର୍ବତନ ଦକ୍ଷିଣ ଆଫ୍ରିକା ଦ୍ରୁତ ବୋଲର ଡେଲ୍ ଷ୍ଟେନ୍ ପ୍ରଶ୍ନ ଉଠାଇଛନ୍ତି । ବିଶ୍ୱ କ୍ରିକେଟର ସବୁଠାରୁ ସଫଳ ପେସରମାନଙ୍କ ମଧ୍ୟରୁ ଜଣେ ଡେଲ୍ ଷ୍ଟେନ୍ । କେକେଆର ବୋଲର କାର୍ତ୍ତିକ ତ୍ୟାଗୀଙ୍କ ବୋଲିଂ ଆକ୍ସନ ଉପରେ ପ୍ରଶ୍ନ କରିଛନ୍ତି 

'ଅନ୍ୟକୁ ନକଲ କରୁଛନ୍ତି କାର୍ତ୍ତିକ' - ଡେଲ୍ ଷ୍ଟେନ୍ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ କାର୍ତ୍ତିକ ତ୍ୟାଗୀଙ୍କ ବୋଲିଂ ଉପରେ ନିଜର ମତାମତ ରଖିଛନ୍ତି । ସେ କହିଛନ୍ତି, "କାର୍ତ୍ତିକଙ୍କ ପାଖରେ ଗତି ଏବଂ ଦକ୍ଷତା ଅଛି, କିନ୍ତୁ ମୁଁ ଭାବୁଛି ତାଙ୍କର ନିଜସ୍ୱ କ୍ଷମତା ଉପରେ ଆତ୍ମବିଶ୍ୱାସର ଅଭାବ ଅଛି । ସେ ଅନ୍ୟ ବୋଲରଙ୍କ କାର୍ଯ୍ୟକୁ ନକଲ କରି କିଛି ଭିନ୍ନ ଚେଷ୍ଟା କରୁଛନ୍ତି ।" ଷ୍ଟେନ୍ ଆହୁରି କହିଛନ୍ତି ଯେ, ଅନ୍ୟ ବୋଲରଙ୍କୁ ଅନୁକରଣ କରିବା ଭୁଲ ନୁହେଁ । ଏହାର କିଛି ସୁବିଧା ଅଛି । କିନ୍ତୁ ଏକ ନିର୍ଦ୍ଦିଷ୍ଟ ସ୍ତର ପରେ, ଆପଣଙ୍କୁ ନିଜର ଆକ୍ସନ ବିକଶିତ କରିବାକୁ ପଡିବ । ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ପେସର ଶେଷରେ କହିଛନ୍ତି ଯେ, ସେ ଆଶା କରୁଛନ୍ତି ଯେ କାର୍ତ୍ତିକ ତ୍ୟାଗୀ ତାଙ୍କ ବୋଲିଂରେ ଯାହା ଖୋଜୁଛନ୍ତି ତାହା ଶୀଘ୍ର ପାଇବେ ।

ଏହା ବି ପଢନ୍ତୁ...୬ ଛକା, ୬ ଚୌକା ସହ ୨୩ ବଲ୍ରେ ୫୦, ହିଟ୍ମ୍ୟାନ୍ ରୋହିତ କଲେ ଅନେକ ରେକର୍ଡ  

ମୁମ୍ବାଇ ବନାମ କୋଲକାତା ମ୍ୟାଚରେ କାର୍ତ୍ତିକ ତ୍ୟାଗୀଙ୍କ ପ୍ରଦର୍ଶନ- କାର୍ତ୍ତିକ ତ୍ୟାଗୀଙ୍କ ପ୍ରଦର୍ଶନ ମୁମ୍ବାଇ ବିପକ୍ଷରେ ନୈରାଶ୍ୟଜନକ ରହିଥିଲା । ଜଣେ ପ୍ରଭାବଶାଳୀ ଖେଳାଳି ଭାବରେ ଆସିବା ପରେ, ସେ ତାଙ୍କର ୪ ଓଭରରେ ୪୩ ରନ ଦେଇଥିଲେ । ମାତ୍ର ଗୋଟିଏ ୱିକେଟ୍ ନେଇଥିଲେ। ସେ ସୂର୍ଯ୍ୟକୁମାର ଯାଦବଙ୍କ ୱିକେଟ୍ ନେଇଥିଲେ । ୧୦.୭୫ ଇକୋନୋମି ରେଟରେ ରନ ଦେଇଥିଲେ । କୋଲକାତାକୁ ୬ ୱିକେଟରେ ପରାସ୍ତ କରି  ବିଜୟରୁ ଅଭିଯାନ ଆରମ୍ଭ କରିଛି ମୁମ୍ବାଇ । ୱାଙ୍ଖଡେର ହାଇସ୍କୋରିଂ କ୍ରିଜରେ ରୋହିତ ଶର୍ମା ଓ ରିୟାନ ରିକେଲଟନ ଯେଉଁଭଳି ଭୟଙ୍କର ବ୍ୟାଟିଂ କରିଥିଲେ, କୋଲକାତା ନାଇଟ୍ ରାଇଡର୍ସର ସବୁ ଦମ୍ଭ ପାଣି ଫୋଟକା ଭଳି ମିଳେଇ ଯାଇଥିଲା । ସବୁ ରଣନୀତି ଫେଲ୍ ମାରିଥିଲା । ଶେଷରେ ୨୨୧ ରନର ଟାର୍ଗେଟକୁ ମୁମ୍ବାଇ ଇଣ୍ଡିଆନ୍ସ ୧୯.୧ ଓଭରରେ ୪ ୱିକେଟ୍ ହରାଇ ହାସଲ କରିନେଇଥିଲା ।