ଇସଲାମାବାଦ,୧।୬ : ଆଇପିଏଲ ୨୦୨୬ ରେ ରାଜସ୍ଥାନ ରୟାଲ୍ସ ପାଇଁ ଖେଳୁଥିବାର ବୈଭବ ସୂର୍ଯ୍ୟବଂଶୀ ସିଜିନ୍‌ରେ ସର୍ବାଧିକ ରନ୍ କରିଛନ୍ତି। ବୈଭବ ୧୬ଟି ଇନିଂସରେ ୭୭୬ ରନ୍ କରି ‘ଅରେଞ୍ଜ କ୍ୟାପ୍’ ଆଓ୍ବାର୍ଡ ଜିତିଛନ୍ତି। ତାଙ୍କର ଏହି ପ୍ରଦର୍ଶନର ସାରା ଦୁନିଆରେ ଚର୍ଚ୍ଚା ହେଉଛି। ଏଥିରେ ପାକିସ୍ତାନ ବି ରହିଛି। ପାକିସ୍ତାନରେ ଆଇପିଏଲ ପ୍ରସାରଣ ବ୍ୟାନ୍, କିନ୍ତୁ ତଥାପି ମଧ୍ୟ ପଡୋଶୀ ଦେଶରେ ବୈଭବଙ୍କର ଚାଲିଛି ଜୋରଦାର ପ୍ରଶଂସା

ଗତ ବର୍ଷ ଭାରତରେ ପାକିସ୍ତାନ ସୁପର ଲିଗ୍‌ର ପ୍ରସାରଣ ଉପରେ ବ୍ୟାନ୍ ଲଗାଯାଇଥିଲା। ଏହାର ଜବାବ୍‌ରେ ପାକିସ୍ତାନ ଆଇପିଏଲ୍ ବ୍ୟାନ୍ କରିଥିଲା। କିନ୍ତୁ ଏହାପରେ ବି ପାକିସ୍ତାନରେ ବୈଭବଙ୍କ ଭୋଟିଂକୁ ନେଇ ଖୁବ୍ ଚର୍ଚ୍ଚା ହେଉଛି। ଏ ବିଷୟରେ ପାକିସ୍ତାନର ପୂର୍ବତନ ବ୍ୟାଟର ବାସିତ୍ ଅଲ୍ଲୀ ଖଲିଜ ଟାଇମ୍ସକୁ ଦେଇଥିବା ନିଜ ଇଣ୍ଟରଭ୍ୟୁରେ ଏହା କହିଛନ୍ତି।

ବାସିତ୍ ଅଲ୍ଲୀ କହିଛନ୍ତି, ମୋ ପାଇଁ କ୍ରିକେଟ ସବୁବେଳେ ପ୍ରଥମେ ଆସେ। ମୋର ୟୁଟ୍ୟୁବ୍ ଚ୍ୟାନେଲ ରହିଛି, ଯେଉଁଠି ମୁଁ କ୍ରିକେଟ ବିଶ୍ଲେଷଣ କରୁଛି ଓ କ୍ରିକେଟରଙ୍କ ବିଷୟରେ କଥା ହୁଏ। ମୁଁ କେବେ ଖେଳାଳିଙ୍କ ନାଗରିକତାକୁ ଦେଖେନି। ସେ ଭାରତ, ବାଂଲାଦେଶ, ଦକ୍ଷିଣ ଆଫ୍ରିକା କିମ୍ବା ଓ୍ବେଷ୍ଟଇଣ୍ଡିଜର ବି ହୁଅନ୍ତୁ। ମୁଁ ପରଫରମାନ୍ସ ଦେଖିବା ପରେ ତାଙ୍କ ବିଷୟରେ କଥା ହୁଏ ଓ ନିଜର ଚିନ୍ତାଧାରା ପ୍ରକାଶ କରିଥାଏ।

ବାସିତ୍ ଅଲ୍ଲୀ କହିଛନ୍ତି, ଯେତେବେଳେ ବୈଭବ ୧୯ ବର୍ଷରୁ କମ୍ ଏସିଆ କପରେ ଜଣେ ପାକିସ୍ତାନୀ ବୋଲରଙ୍କ ସହ ଖରାପ ବ୍ୟବହାର କରିଥିଲେ, ମୁଁ ତାଙ୍କୁ ସମାଲୋଚନା କରିଥିଲି ଏବଂ କ୍ରିକେଟରେ ଧ୍ୟାନ ଦେବାକୁ କହିଥିଲି। ସେ ଠିକ୍ ସେହିପରି କରିଛନ୍ତି ଏବଂ ଏବେ ତାଙ୍କ ପ୍ରଦର୍ଶନ ଉପରେ ସମ୍ପୂର୍ଣ୍ଣ ଧ୍ୟାନ ଦେଇଛନ୍ତି ବୋଲି ଦେଖି ମୁଁ ଖୁସି।’ ତାଙ୍କ ଚ୍ୟାନେଲ ବିଷୟରେ ବାସିତ ଅଲି କହିଛନ୍ତି, ମୋ ଚ୍ୟାନେଲକୁ ଫଲୋ କରୁଥିବା ଲୋକମାନେ ମୋଠାରୁ ସଚ୍ଚୋଟ ମତାମତ ଆଶା କରନ୍ତି, ଏବଂ ମୁଁ ସର୍ବଦା ପ୍ରଦର୍ଶନର ନିରପେକ୍ଷ ମୂଲ୍ୟାଙ୍କନ ପ୍ରଦାନ କରିବାକୁ ଚେଷ୍ଟା କରେ। ଖେଳରେ କୌଣସି ସୀମା ନାହିଁ। ଏଥିରେ ରାଜନୀତିର କୌଣସି ସ୍ଥାନ ନାହିଁ। କ୍ରୀଡା ସବୁବେଳେ କ୍ରୀଡା ରହିଥାଏ।’

ଆହୁରି ପଢନ୍ତୁ :ସଚିନ୍, କୋହଲି ନୁହେଁ: ଗାଭାସ୍କରଙ୍କୁ ସୁପରହିରୋ ମାନିଲେ ବୈଭବ