ନୂଆଦିଲ୍ଲୀ: ବ୍ୟାଟିଂ ବିସ୍ମୟ ବୈଭବ । ସର୍ବଦା ଗଣମାଧ୍ୟମରେ ଚର୍ଚ୍ଚାରେ ରହିଥାନ୍ତି । ଏହି ୧୫ ବର୍ଷୀୟ ଯୁବ କ୍ରିକେଟରଙ୍କ ଦମଦାର ବ୍ୟାଟିଂ ପାଇଁ ପ୍ରଶଂସା ସାଉଁଣ୍ଟିଛନ୍ତି । ଯଦିଓ ରାଜସ୍ଥାନ ଫାଇନାଲ ଖେଳିନାହିଁ ତଥାପି ବୈଭବ ଚଳିତ ସିଜିନରେ ଅନେକ ପୁରଷ୍କାର ଜିତିଛନ୍ତି । ସେ ପ୍ଲେୟାର ଅଫ୍ ଦ ଟୁଣ୍ଣ୍ଣାମେଣ୍ଟ, ଏନରଜିଂ ପ୍ଲେୟାର ଅଫ ଦ ଟୁଣ୍ଣ୍ଣାମେଣ୍ଟ, ସୁପର ସିକ୍ସର ଏବଂ ଅରେଞ୍ଜ କ୍ୟାପ୍ ପୁରଷ୍କାର ପାଇଥିଲେ । ତେବେ ଫାଇନାଲ ମୁକାବିଲା ପରେ ପୁରଷ୍କାର ବିତରଣ ସମୟରେ ଗାଭାସ୍କରଙ୍କ ସମ୍ପର୍କରେ ଏକ ଗୁରୁତ୍ବପୂର୍ଣ୍ଣ କଥା କହିଛନ୍ତି ।
ବୈଭବ କହିଛନ୍ତି କି, ମୋ ବାପା ପିଲାବେଳେ ପ୍ରାୟତଃ ଆପଣଙ୍କ ବିଷୟରେ ମୋତେ କୁହନ୍ତି । ମୁଁ ଯେତେବେଳେ ଛୋଟ ଥିଲି ଘର ପାଖରେ ଏକ ସିମେଣ୍ଟ ପିଚ୍ ମୋ ବାପା ପ୍ରସ୍ତୁତ କରିଥିଲେ । ମୁଁ ଭଲ ସଟ୍ ମାରୁଥିଲି । ତଥାପି ବୋଲରମାନେ ହଇରାଣ କରିବା ପାଇଁ ମୋତେ ବାଉନ୍ସର ପକାନ୍ତି । ସେମାନେ ଜାଣିଶୁଣି ବାଉନ୍ସର ପକାଇ ହଇରାଣ କରୁଥିଲେ । ବାପା କୁହନ୍ତୁ ଗାଭାସ୍କର ଜଣେ ମହାନ ବ୍ୟାଟ୍ସମ୍ୟାନ । ତା ତୁ ତାଙ୍କ ଭଳି ମାରେ ।
ବାପା କୁହନ୍ତୁ ଗାଭାସ୍କର ବିନା ହେଲମେଟରେ ପେସର ବୋଲରଙ୍କୁ ସାମ୍ନା କରୁଥିଲେ । ଓ୍ବେଷ୍ଟଇଣ୍ଡିଜର ଦ୍ରୁତ ବୋଲରଙ୍କ ବିପକ୍ଷରେ ମଧ୍ୟ ହେଲମେଟ ପିନ୍ଧୁନଥିଲେ । ସେ ପୁଲ ସଟରେ ଛକା ମାରୁଥିଲେ । ଯାହାଦ୍ବାରା ମୁଁ ପ୍ରେରଣା ପାଇଲି । ଯାହା ମୋତେ ଏବେ ବହୁତ କାମରେ ଆସୁଥିବା ପ୍ରକାଶ କରିଛନ୍ତି । ତେବେ ଅନେକ କୁହନ୍ତି କି, ବୈଭବ କେବଳ ସୀମିତ ଓଭରରେ ରହିଯିବେ । ସେ କେବଳ ଟି-୨୦ କ୍ରିକେଟ ଖେଳିବେ । ମାତ୍ର ସେ ଟେଷ୍ଟ କ୍ରିକେଟ ଖେଳିବା ପାଇଁ ମଧ୍ୟ ଇଛା ପ୍ରକାଶ କରିଛନ୍ତି ।
ଏହାସହ ପଢ଼ନ୍ତୁ : Champion RCB: ଆଇପିଏଲରେ ଆରସିବିର ଆଧିପତ୍ୟ ଅତୁଟ...ବ୍ୟାକ୍ ଟୁ ବ୍ୟାକ୍ ଟ୍ରଫି ଜିତି ରଚିଲା ଇତିହାସ, ଫଟୋରେ ଦେଖନ୍ତୁ ଟିମ୍ ସେଲିବ୍ରେସନ୍