ପ୍ରମୂଖ ଖବର
  • ମଙ୍ଗଳବାରଠୁ ଆଧାର ଓଟିପିରୁ ବୁକ୍‌ ହେବ ତତ୍କାଳ ଟିକଟ, ପ୍ରଥମ ୩୦ ମିନିଟ୍‌ ଏଜେଣ୍ଟ କରିପାରିବେନି ବୁକିଂ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଫସିଲା LSG; ଜାଣନ୍ତୁ ମାମଲା

Published By : Ankita S | April 4, 2025 3:10 PM

ମମ୍ବାଇ,୦୪/୦୪: ଫଟାଫଟ୍ କ୍ରିକେଟ ମହାସମର ଇଣ୍ଡିଆନ୍ ପ୍ରିମିୟର ଲିଗ୍‌ର ସିଜିନ ୧୮ ଜାରି ରହିଛି । ଦିନ ଗଡୁଛି ରୋମାଞ୍ଚ ବଢୁଛି । ଆଜି (ଶୁକ୍ରବାର) ଲକ୍ଷ୍ନୌ ସୁପରଜାଏଣ୍ଟସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଏକ ମ୍ୟାଚ ଖେଳାଯିବ । ମୁମ୍ବାଇ ବିପକ୍ଷ ମ୍ୟାଚ ପୂର୍ବରୁ ଅଡୁଆରେ ପଡିଛି ଋଷବ ପନ୍ତଙ୍କ ନେତତୃତ୍ବାଧୀନ ଲକ୍ଷ୍ନୌ । ପୋଷ୍ଟ ମ୍ୟାଚ ପରେ ପୁରସ୍କାର ବିତରଣ ସମାରୋହରେ କୌଣସି ଏଲଏସଜି ଅଧିକାରୀ ସାମିଲ ନ ହେବାକୁ ବିବାଦ ଦେଖା ଦେଇଛି ।

ରିପୋର୍ଟ ମୁତାବିକ, ପଞ୍ଜାବ ବିପକ୍ଷ ମ୍ୟାଚ ପରେ ଏଲଏସଜି ପ୍ରଜେଣ୍ଟେସନ ସେରିମୋନୀରେ ତାର କୌଣସି ଅଧିକାରୀଙ୍କୁ ପଠାଇନଥିଲା । ଘରୋଇ ଟିମ୍ ହିସାବରେ ଦଳର କୌଣସି ନା କୌଣସି ଅଧିକାରୀ ପୁରସ୍କାର ପ୍ରଦାନ ସମାରୋହରେ ଉପସ୍ଥିତ ରହିବା କଥା । ମ୍ୟାଚ ପରେ ପ୍ରାଞ୍ଚାଇଜ୍ ମାଲିକ ସଞ୍ଜୀବ ଗୋଏଙ୍ଗା ଏବଂ କିଛି ଅଧିକାରୀ ପଡ଼ିଆରେ ଉପସ୍ଥିତ ଥିଲେ । ମାତ୍ର କେହି ପ୍ରଜେଣ୍ଟେସନ ସେରିମୋନୀରେ ସାମିଲ ହୋଇନଥିଲେ । ସୁତ୍ରରୁ ମିଳିଥିବା ସୂଚନା ଅନୁସାରେ ପୋଷ୍ଟ ମ୍ୟାଚ ପ୍ରେଜେଣ୍ଟେସନ ଲିଷ୍ଟରେ ସଞ୍ଜୀବ ଗୋଏଙ୍ଗାଙ୍କ ନାମ ଥିଲା । ମାତ୍ର ସେ ସାମିଲ ହୋଇନଥିଲା । ଅଭିଯୋଗ ନେଇ ଏଲଏସଜି କହିଛି ଏପରି କୌଣସି ବ୍ୟବସ୍ଥା ହୋଇନଥିଲା ।

ଅଧିକ ପଢ଼ନ୍ତୁ...IPL 2025: ଆଜି ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ ଟକ୍କର, ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ

ଏଲଏସଜିର ପ୍ରଦର୍ଶନ- ଚଳିତ ଆଇପିଏଲ ସିଜନରେ ଏଯାବତ ଲକ୍ଷ୍ନୌ ସୁପରଜାଏଣ୍ଟସ ୩ଟି ମ୍ୟାଚ ଖେଳି ସାରିଛି । ଦୁଇଟି ମ୍ୟାଚରେ ପରାସ୍ତ ହୋଇଛି ଦଳ । ପ୍ରଥମ ମ୍ୟାଚ ଦିଲ୍ଲୀଠୁ ପରାସ୍ତ ହୋଇଥିଲା । ଦ୍ବିତୀୟ ମ୍ୟାଚ ହାଇଦ୍ରାବାଦ ବିପକ୍ଷରେ ୫ ୱିକେଟରେ ବିଜୟ ହାସଲ କରିଥିଲା । ମାତ୍ର ତୃତୀୟ ମ୍ୟାଚରେ ପଞ୍ଜାବ ବିପକ୍ଷରେ ପରାସ୍ତ ହୋଇଥିଲା । ଆଜି (ଶୁକ୍ରବାର) ମୁମ୍ବାଇ ବିପକ୍ଷରେ ଖେଳିବ ଋଷବ ପନ୍ତଙ୍କ ନେତୃତ୍ବାଧୀନ ଲକ୍ଷ୍ନୌ ସୁପରଜାଏଣ୍ଟସ । ମୁମ୍ବାଇ ବିପକ୍ଷରେ ବିଜୟ ପାଇଁ ପ୍ରାଣପଣେ ଚେଷ୍ଟା କରିବ ଦଳ ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.