ପ୍ରମୂଖ ଖବର
  • ତାଳଚେର ହାଣ୍ଡିଧୁଆ ସ୍କୁଲର ରୂପାନ୍ତରଣ ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • ତାଳଚେରରେ “ଏକ୍ ପେଡ୍ ମା’ କେ ନାମ ୨.୦” ଅଭିଯାନ ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ
  • ||
  • କଟକ : ଟ୍ରକ୍ ଧକ୍କାରେ ମହିଳା ହୋମଗାର୍ଡଙ୍କ ମୃତ୍ୟୁ, ଚାଳକ ଥାନାରେ ଅଟକ
  • ||
  • ଯାଜପୁର : ନଦୀରେ ଗାଧୋଇବାକୁ ଯାଇ ନିଖୋଜ ହୋଇଥିଲେ ବୃଦ୍ଧ, ମତ୍ସ୍ୟଜୀବୀଙ୍କ ଜାଲରୁ ମୃତଦେହ ଉଦ୍ଧାର
  • ||
  • କଟକ : ବୋଲେରୋ ଧକ୍କାରେ ସ୍ୱାମୀ ମୃତ, ସ୍ତ୍ରୀ ଓ ଝିଅ ଗୁରୁତର
  • ||
  • ଆଫ୍ରିକାରେ ୩ ଭାରତୀୟଙ୍କୁ ଅପହରଣ କରିନେଲେ ଅଲ୍ କାଏଦା ଆତଙ୍କୀ, ସୁରକ୍ଷିତ ଉଦ୍ଧାର ପାଇଁ ଭାରତର ପ୍ରକ୍ରିୟା
  • ||
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

IPL 2025: ଆଜି ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ ଟକ୍କର, ସୁପରଜାଏଣ୍ଟ୍‌ସ-ମୁମ୍ବାଇ ଇଣ୍ଡିଆନ୍ସ

Published By : Prameya | April 4, 2025 8:42 AM

ଲକ୍ଷ୍ନୌ ୦୪/୦୪: ଚଳିତ  ଆଇପିଏଲ୍‌ର ୧୬ତମ ଲିଗ୍‌ ମୁକାବିଲାରେ ଆଜି ଲକ୍ଷ୍ନୌ  ସୁପରଜାଏଣ୍ଟ୍‌ସ  ଘରୋଇ ଗ୍ରାଉଣ୍ଡ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ  ଭେଟିବାକୁ ଯାଉଛି । ଏକାନ୍ନା ଷ୍ଟାଡ଼ିୟମ୍‌ରେ ଏକ ଘମାଘୋଟ ଲଢ଼େଇ ପାଇଁ ଉଭୟ ଦଳ ପ୍ରସ୍ତୁତ ରହିଛନ୍ତି । ଏଥିସହ ଫୋକସ୍‌ରେ ରହିଛି ଉଭୟ ଦଳର ବ୍ୟାଟିଂ ବିଭାଗ ।  ଉଭୟ ଦଳରେ ତାରକା ଖେଳାଳି ରହିଥିଲେ ହେଁ ଏପର୍ଯ୍ୟନ୍ତ ଅଧିକାଂଶ  ବ୍ୟାଟର ଫର୍ମ ଫେରି ପାଇନାହାନ୍ତି । 

ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୨ଟି ମ୍ୟାଚ୍‌ରେ  ଯଥାକ୍ରମେ ଚେନ୍ନାଇ ସୁପରକିଙ୍ଗ୍‌ସ ଓ  ଗୁଜରାଟ ଟାଇଟନ୍ସ ଠାରୁ ପରାଜିତ ହେବା  ପରେ ତୃତୀୟ ମ୍ୟାଚ୍‌ରେ କୋଲକାତା  ନାଇଟ ରାଡଇର୍ସକୁ ହରାଇ ପଏଣ୍ଟ ଖାତା  ଖୋଲିଥିଲା । ଏଣିକି ବିଜୟ ଧାରାରେ ବ୍ରେକ୍‌  ଲଗାଇବାକୁ ଚାହୁଁନାହିଁ ମୁମ୍ବାଇ ଇଣ୍ଡିଆନ୍ସ ।  ସମସ୍ତ ତ୍ରୁଟି ସୁଧାରି ଆଜି ଆଉ  ୨ପଏଣ୍ଟ ହାତେଇବାକୁ ଦଳ ଉଦ୍ୟମ କରିବ । 

ସୁପରଜାଏଣ୍ଟ୍‌ସ ପ୍ରଦର୍ଶନରେ ଉତ୍‌ଥାନ ପତନ ଜାରି ରହିଛି । ପ୍ରଥମ ମ୍ୟାଚ୍‌ରେ ଦଳ ଦିଲ୍ଲୀ କ୍ୟାପିଟାଲ୍ସ ଠାରୁ ପରାଜିତ ହୋଇଥିଲା  ଓ ପରବର୍ତ୍ତୀ ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦକୁ ହରାଇଥିଲା । ମାତ୍ର ଏହାପରେ ଦଳ ପଞ୍ଜାବ କିଙ୍ଗ୍‌ସ ଠାରୁ ପରାଜିତ ହୋଇ ପଏଣ୍ଟ ତାଲିକାର ଷଷ୍ଠ ସ୍ଥାନକୁ ଖସିଛି । ଘରୋଇ ଗ୍ରାଉଣ୍ଡ୍‌ରେ ବିଜୟଧାରାକୁ ଫେରିବା ପାଇଁ ପନ୍ତବାହିନୀ ବ୍ୟାକୁଳ । ମୁମ୍ବାଇ ଇଣ୍ଡିଆନ୍ସ ବିପକ୍ଷରେ ଆଧିପତ୍ୟ  ଜାରି ରଖିବାକୁ ସୁପରଜାଏଣ୍ଟ୍‌ସ ପ୍ରୟାସ  କରିବ । ପୂର୍ବ ରେକର୍ଡ ସୁପରଜାଏଣ୍ଟ୍‌ସ  ପକ୍ଷରେ ରହିଛି । ଉଭୟ ଦଳ ମଧ୍ୟରେ  ମୋଟ୍‌ ୬ଟି ମ୍ୟାଚ୍‌ ଖେଳାଯାଇଛି ।  ଏଥିରୁ ସୁପରଜାଏଣ୍ଟ୍‌ସ ୫ଟି ମ୍ୟାଚ୍‌ରେ  ବିଜୟୀ ହୋଇଛି । ମୁମ୍ବାଇ ଇଣ୍ଡିଆନ୍ସ  ଖାତାରେ ରହିଛି ମାତ୍ର ଗୋଟିଏ ବିଜୟ । ଉଭୟ ଦଳର ବୋଲିଂ ବିଭାଗ ଉନ୍ନତ  ରହିଛି । 

ଏଣିକି ମ୍ୟାଚ୍‌ ଜିତିବାକୁ ହେଲେ  ଉଭୟ ଦଳକୁ ବ୍ୟାଟିଂରେ ଉନ୍ନତି ଆଣିବାକୁ ହେବ । ମୁମ୍ବାଇ ଇଣ୍ଡିଆନ୍ସ ଦଳରେ ଏପର୍ଯ୍ୟନ୍ତ  କୌଣସି ବ୍ୟାଟର ଦକ୍ଷତା ମୁତାବକ ପ୍ରଦର୍ଶନ କରିନାହାନ୍ତି । ର‌୍ୟାନ୍‌ ରିକେଲଟନ  କୋଲକାତା ନାଇଟ ରାଇଡର୍ସ ବିପକ୍ଷରେ  ଅର୍ଦ୍ଧଶତକ ଅର୍ଜନ କରିଥିଲେ ହେଁ ପ୍ରାରମ୍ଭରୁ  ବାରମ୍ବାର ଜୀବନଦାନ ପାଇଥିଲେ । ରୋହିତ  ଶର୍ମାଙ୍କ ଫର୍ମକୁ ନେଇ ମଧ୍ୟ ଦଳ ଚିନ୍ତାରେ  ରହିଛି । କେବଳ ସୂର୍ଯ୍ୟକୁମାର ଯାଦବ  ଫର୍ମକୁ ଫେରିବା ଭଳି ମନେ ହେଉଛି । 

ଠିକ୍‌ ସେହିପରି ସୁପରଜାଏଣ୍ଟ୍‌ସ ଦଳରେ  ମିଚେଲ ମାର୍ଶ ଓ ନିକୋଲାସ ପୂରନଙ୍କୁ  ଛାଡ଼ିଦେଲେ ଅନ୍ୟ କାହା ବ୍ୟାଟ୍‌ରୁ ସେଭଳି  ଆଖି ଦୃଶିଆ ଇନିଂସ ଦେଖିବାକୁ ମିଳିନାହିଁ । ରୋହିତଙ୍କ ଭଳି ସୁପରଜାଏଣ୍ଟ୍‌ସ ମଧ୍ୟ ରିଷଭ  ପନ୍ତଙ୍କ ଫର୍ମକୁ ନେଇ ଚିନ୍ତାରେ ରହିଛି । ଉଭୟ ଦଳର ପେସ୍‌ ବୋଲିଂ ବିଭାଗ ସୁଦୃଢ । ମାତ୍ର ଏକାନ୍ନା ଷ୍ଟାଡ଼ିୟମ୍‌ର ପିଚ ସ୍ପିନରଙ୍କୁ ସହାୟତା କରିବାର ଯଥେଷ୍ଟ ସମ୍ଭାବନା  ରହିଛି । ତେଣୁ ଆଜି ସ୍ପିନରମାନେ  ମ୍ୟାଚ୍‌ ଫଳାଫଳ ନିର୍ଣ୍ଣୟ କରିବା ଆଶା  କରାଯାଉଛି । ସୁପରଜାଏଣ୍ଟ୍‌ସର ରବି  ବିଷ୍ଣୋଇ ଓ ଦିଗବେଶ ରାଠି, ମୁମ୍ବାଇ ଇଣ୍ଡିଆନ୍ସର ମିଚେଲ ସାଣ୍ଟନର ଓ ବିଘ୍ନେଶ  ପୁଥୁରଙ୍କ ପ୍ରଦର୍ଶନ ଉପରେ ନଜର ରହିବ । 

ଏକାନ୍ନା ଷ୍ଟାଡ଼ିୟମ ପିଚ୍‌ ସ୍ପିନରଙ୍କୁ ସହାୟତା  କରିବ। ନୂଆ ବଲ୍‌ରେ ବ୍ୟାଟିଂ ମଧ୍ୟ ସହଜ  ହେବ । ଆଜି ନାଲି ମାଟି ପିଚ୍‌ରେ  ମ୍ୟାଚ୍‌ ଖେଳାଯିବ । ରାତ୍ରିରେ କାକର  ପ୍ରଭାବ ରହିବ । ତେଣୁ ଟସ ବିଜୟୀ ଦଳ  ଫିଲ୍ଡିଂ ନିଷ୍ପତ୍ତି ନେବା ଏକ ପ୍ରକାର ନିଶ୍ଚିତ ।

ସମ୍ଭାବ୍ୟ ଦ୍ବାଦଶ

ସୁପରଜାଏଣ୍ଟ୍‌ସ: ଆଡେନ ମାରକ୍ରମ,  ମିଚେଲ ମାର୍ଶ, ନିକୋଲାସ ପୂରନ, ରିଷଭ  ପନ୍ତ (ଅଧିନାୟକ), ଆୟୂଷ ବାଦୋନି,  ଡେଭିଡ୍‌ ମିଲର, ଅବଦୁଲ ସମଦ,  ସର୍ଦୁଲ ଠାକୁର, ଦିଗବେଶ ରାଠି, ଆକାଶ  ଦୀପ, ରବି ବିଷ୍ଣୋଇ, ଏମ ସିଦ୍ଧାର୍ଥ । 

ମୁମ୍ବାଇ ଇଣ୍ଡିଆନ୍ସ: ରୋହିତ ଶର୍ମା,  ର‌୍ୟାନ ରିକେଲଟନ, ସୂର୍ଯ୍ୟକୁମାର  ଯାଦବ, ତିଳକ ବର୍ମା, ହାର୍ଦ୍ଦିକ ପାଣ୍ଡ୍ୟା  (ଅଧିନାୟକ), ନମନ ଧିର, ମିଚେଲ  ସାଣ୍ଟନର, ଦୀପକ ଚହର, ଟ୍ରେଣ୍ଟ  ବୋଲ୍ଟ, ଅଶ୍ୱନୀ କୁମାର, ବିଘ୍ନେଶ  ପୁଥୁର, ମୁଜିବ ଉର ରେହମାନ ।

IPL 2025: ହାଇଦ୍ରାବାଦର ଲଜ୍ଜାଜନକ ପରାଜୟ, ୮୦ ରନରେ ଜିତିଲା କୋଲକାତା

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.