ଭୁବନେଶ୍ୱର, ରାଉରକେଲାରେ ଖୋଲିବ ଆଇପିଏଲ୍ ‘ଫ୍ୟାନ ପାର୍କ’, ଫଟାଫଟ୍ କ୍ରିକେଟର ମଜା ନେଇପାରିବେ ଦର୍ଶକ

ନୂଆଦିଲ୍ଲୀ,୩୧/୦୩: କୋଭିଡ୍ କଟକଣା ଉଠିବା ପରେ ଆଇପିଏଲ୍ ଆଉ ନିଦ୍ଦିଷ୍ଟ ଭେନ୍ୟୁରେ ସୀମିତ ନରହି ପୂର୍ବ ଭଳି ସବୁ ଦଳ ନିଜ ନିଜ ଘରୋଇ ଭେନ୍ୟୁକୁ ଫେରିଛନ୍ତି । ଏହାର ପ୍ରଚାର ପ୍ରସାର ନେଇ ପୁଣି ୩ ବର୍ଷର ବ୍ୟବଧାନ ପରେ ଦେଶର ବିଭିନ୍ନ ସହରରେ ଆରମ୍ଭ ହେବାକୁ ଯାଉଛି ‘ଫ୍ୟାନ ପାର୍କ’ । ଆଜି ଠାରୁ ଆରମ୍ଭ ହେବାକୁ ଯାଉଥିବା ଲିଗର ୧୬ତମ ସଂସ୍କରଣ ପାଇଁ ସାରା ଦେଶର ୪୫ଟି ସହରରେ ପର୍ଯ୍ୟାୟ କ୍ରମିକ ଭାବେ ଆଇପିଏଲ୍ ‘ଫ୍ୟାନ୍ ପାର୍କ’ ଖୋଲିବ ।
ଏପ୍ରିଲ ୧ ଓ ୨ ତାରିଖ ଉତ୍ତର ପ୍ରଦେଶର ମେରୁଟରେ ଫ୍ୟାନ୍ ପାର୍କର ଶୁଭାରମ୍ଭ ହେବ । ଓଡ଼ିଶାରେ ଭୁବନେଶ୍ୱର ଓ ରାଉରକେଲାରେ ଏହି ପାର୍କ ବସିବା ନେଇ ବିସିସିଆଇ ପକ୍ଷରୁ ତାଲିକା ପ୍ରକାଶ ପାଇଛି । ପ୍ରଥମେ ଭୁବନେଶ୍ୱରରେ ଏପ୍ରିଲ ୮ ଓ ୯ ତାରିଖ ଏବଂ ରାଉରକେଲାରେ ଏପ୍ରିଲ ୧୫ ଓ ୧୬ ତାରିଖରେ ଦର୍ଶକ ଫ୍ୟାନ ପାର୍କର ମଜା ନେଇପାରିବେ ।