PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ଦିଲ୍ଲୀ ଲଜପତ୍‌ ନଗର ମାର୍କେଟ୍‌ରେ ଭୟାବହ ଅଗ୍ନିକାଣ୍ଡ
  • ||
  • ଭୁବନେଶ୍ଵର : ରାଜ୍ୟ କ୍ୟାବିନେଟରେ ୧୮ ପ୍ରସ୍ତାବ ପାରିତ, ମୋ ଘର ଯୋଜନା ପ୍ରସ୍ତାବରେ ବାଜିଲା ମୋହର
  • ||
  • ଗୌହାଟୀ : ଭୂମିକମ୍ପ ଝଟ୍‌କାରେ ଥରିଲା ଆସାମ, ରିକ୍ଟର ସ୍କେଲରେ ୪.୪ ତୀବ୍ରତା ରେକର୍ଡ
  • ||
  • ଭୁବନେଶ୍ୱର : ସୋମବାର ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ: ୭ରୁ ୮ ପ୍ରସ୍ତାବ ଉପରେ ବାଜିପାରେ ମୋହର, ବଡ଼ ଘୋଷଣା ଉପରେ ନଜର
  • ||
  • ପୁରୀ: ରଥଖଳା ହାଲ୍‌ଚାଲ୍‌…ଅନୁକୂଳ ପରେ ଦଣ୍ଡାରେ ପଡ଼ିଲା କଣ୍ଟା, ଗୁଜ, ଜଳଯନ୍ତ୍ର ରହି ଉଠିଲା ନିରାଡି
  • ||
  • ଭୁବନେଶ୍ୱର: ଜୁନ୍‌ ୧ରୁ ବଢ଼ିବ ତାତି, ତତଲା ପବନ କଲବଲ କରିବ: ଉପକୂଳ ଏବଂ ଦକ୍ଷିଣ ଓଡ଼ିଶାରେ କାଳବୈଶାଖୀ ସମ୍ଭାବନା
  • ||
  • କେସିଙ୍ଗା : ବ୍ୟବସାୟୀଙ୍କ ଘରୁ ସଶସ୍ତ୍ର ଡକାୟତି, ଲକ୍ଷାଧିକ ଟଙ୍କା ସହ ସୁନା ଓ ରୁପା ଅଳଙ୍କାର ଲୁଟ୍
  • ||
  • କରଞ୍ଜିଆ : କରଞ୍ଜିଆ ତହସିଲଦାରଙ୍କ ଘରେ ଭିଜିଲାନ୍ସ ରେଡ୍, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ
  • ||

ସିବିଆଇ ମହାନିର୍ଦ୍ଦେଶକ ଭାବେ ଦାୟିତ୍ବ ନେଲେ ବରିଷ୍ଠ IPS ଅଧିକାରୀ ପ୍ରବୀଣ ସୁଦ୍, ପୂର୍ବରୁ ତୁଲାଇଛନ୍ତି ବହୁ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ…

ନୂଆଦିଲ୍ଲୀ : ଗୁରୁବାର କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ର ମହାନିର୍ଦ୍ଦେଶକ ଭାବରେ ଦାୟିତ୍ବ ଗ୍ରହଣ କଲେ ୧୯୮୬ ବ୍ୟାଚ୍ ର ବରିଷ୍ଠ ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ । ସେ ଏହି ପଦକୁ ଆସିବା ପୂର୍ବରୁ କର୍ଣ୍ଣାଟକ ପୋଲିସର ମହାନିର୍ଦ୍ଦେଶକ ଥିଲେ । ଜଣେ ଅଧିକାରୀ କହିଛନ୍ତି ଯେ, ତାଙ୍କର ଶେଷ କାର୍ଯ୍ୟ ଦିବସରେ ବିଦାୟୀ ନିର୍ଦ୍ଦେଶକ ସୁବୋଧ କୁମାର ଜୈସୱାଲ ମୁଖ୍ୟାଳୟରେ ଏଜେନ୍ସିର ଦାୟିତ୍ୱ ସୁଦଙ୍କୁ ଦେଇଥିଲେ ।  ସିବିଆଇ ମହାନିର୍ଦ୍ଦେଶକ ଦାୟିତ୍ବ ଗ୍ରହଣ କରିବା ପରେ ପ୍ରବୀଣ ସୁଦ ଅଧିକାରୀଙ୍କ ସହ ଏକ ବୈଠକ କରିଛନ୍ତି । ଏହି ସମୟରେ ସେ ଗୁରୁତ୍ୱପୂର୍ଣ୍ଣ ବିଷୟଗୁଡ଼ିକ ବିଷୟରେ ପଚାରି ବୁଝିଛନ୍ତି । ପ୍ରବୀଣ ସୁଦ ହିମାଚଳ ପ୍ରଦେଶର ମୂଳ ବାସିନ୍ଦା । ତାଙ୍କୁ ୨ ବର୍ଷ ଅବଧି ପାଇଁ ନିଯୁକ୍ତ କରାଯାଇଛି । ହେଲେ ତାଙ୍କ କାର୍ଯ୍ୟକାଳ ୫ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରେ ।

ସୁବୋଧ କୁମାର ଜୈସୱାଲଙ୍କ ପରେ ପ୍ରବୀଣ ସୁଦ ଦେଶର ବରିଷ୍ଠ ଆଇପିଏସ୍ ଅଧିକାରୀ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ପ୍ରଧାନ ବିଚାରପତି ଡିଓ୍ବାଇ ଚନ୍ଦ୍ରଚୁଡ ଏବଂ ଲୋକସଭାରେ ବିରୋଧୀଦଳର ନେତା ଅଧିର ରଂଜନ ଚୌଧୁରୀଙ୍କୁ ନେଇ ଏକ ଉଚ୍ଚ କ୍ଷମତା ସମ୍ପନ୍ନ କମିଟିର ବୈଠକରେ ସୁଦଙ୍କ ନାମ ଉପରେ ମୋହର ଲଗାଯାଇଥିଲା ।  କୁହାଯାଉଛି କି, କଂଗ୍ରେସ ନେତା ଚୌଧୁରୀ ସୁଦ୍‌ଙ୍କୁ ପରବର୍ତ୍ତୀ ସିବିଆଇ ନିର୍ଦ୍ଦେଶକ ଭାବରେ ଚୟନକୁ ନେଇ ଅସହମତି ପ୍ରକାଶ କରିଥିଲେ । ବାସ୍ତବରେ, ସିବିଆଇ ନିର୍ଦ୍ଦେଶକ ନିଯୁକ୍ତି ଏବଂ ଚୟନ ପ୍ରକ୍ରିୟା ଅତ୍ୟନ୍ତ ଧିର, କାରଣ ଏହାକୁ ଅନେକ ସ୍ତର ଏବଂ ଅନୁସନ୍ଧାନ ଦେଇ ଯିବାକୁ ପଡିଥାଏ । 

ଆଇପିଏସ୍ ଅଧିକାରୀ ପ୍ରବୀଣ ସୁଦ୍ ଆଇପିଏସରେ ପ୍ରାୟ ୩୭ ବର୍ଷ କାର୍ଯ୍ୟକାଳ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ପଦବୀରେ କାର୍ଯ୍ୟ କରିଛନ୍ତି । ଏଥିରେ ବେଲାରୀ ଏବଂ ରାଇଚୁରର ଏସପି ରହିଥିଲେ । ଅତିରିକ୍ତ ପୋଲିସ କମିଶନର (ଟ୍ରାଫିକ) ବେଙ୍ଗାଲୁରୁ ସହର,  ପୋଲିସ କମିଶନର, ମୈସୋର ସହର ଏବଂ ବେଙ୍ଗାଲୁରୁ ସହର,  ADGP; ମୁଖ୍ୟ ସଚିବ (ଗୃହ); ଡିଜିପି (ଆଭ୍ୟନ୍ତରୀଣ ସୁରକ୍ଷା) ଏବଂ ଡିଜିପି (CID) ପରି ପୋଷ୍ଟଗୁଡିକ ଅନ୍ତର୍ଭୂକ୍ତ କରାଯାଇଛି । ସେ ମରିସସ୍ ସରକାରଙ୍କ ପରାମର୍ଶଦାତା ଭାବରେ କାର୍ଯ୍ୟ କରିଛନ୍ତି ।

,