ନୂଆଦିଲ୍ଲୀ : ପଶ୍ଚିମ ଏସିଆର ସଙ୍କଟ ଧିରେ ଧିରେ ହ୍ରାସ ପାଇବାରେ ଲାଗିଛି। ଲେବାନନ ଓ ଇସ୍ରାଏଲ ମଧ୍ୟରେ ଅସ୍ତ୍ରବିରତି ପରେ ଇରାନ ବାଣିଜ୍ୟିକ ଜାହାଜ ଗୁଡ଼ିକ ପାଇଁ ହର୍ମୁଜ ପ୍ରଣାଳୀର ଦ୍ୱାର ଖୋଲି ଦେଇଛି। ଶୁକ୍ରବାର ଇରାନୀ ବୈଦେଶିକ ମନ୍ତ୍ରୀ ଅରାଘଚୀ ଇସଲାମୀ ସରକାରର ଏହି ନିଷ୍ପତ୍ତିର ଘୋଷଣା କରି କହିଛନ୍ତି ଯେ, ଅସ୍ତ୍ରବିରତିର ଅବଧି ଯାଏ ହର୍ମୁଜ ପ୍ରଣାଳୀ ସବୁ ବାଣିଜ୍ୟିକ ଜାହାଜ ଗୁଡ଼ିକ ପାଇଁ ଖୋଲି ଯାଇଛି। ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ସୂଚନା ଦେଇ ଧନ୍ୟବଦା ଦେଇଛନ୍ତି। ହେଲେ ଏହାର କିଛି ସମୟ ପରେ ଟ୍ରମ୍ପ ଆଉ ଏକ ସୋସିଆଲ ମିଡ଼ିଆ ପୋଷ୍ଟ କରି କହିଛନ୍ତି , ଯେପର୍ଯ୍ୟନ୍ତ ଇରାନ ସହ ଶାନ୍ତି ଚୁକ୍ତି ନହୋଇଛି, ସେପର୍ଯ୍ୟନ୍ତ ହର୍ମୁଜରେ ଇରାନୀ ବ୍ଲକେଡ୍ ଜାରି ରହିବ।
ଇରାନର ବୈଦେଶିକ ମନ୍ତ୍ରୀ ସୈୟଦ ଅବାସ ଅରଘଚୀ ସୋସିଆଲ ମିଡ଼ିଆ ସାଇଟ୍ ଏକ୍ସରେ ଲେଖିଛନ୍ତି , ଲେବାନନରେ ହୋଇଥିବା ଅସ୍ତ୍ରବିରତିକୁ ଦେଖି ସବୁ ବାଣିଜ୍ୟିକ ଜାହାଜ ଗୁଡ଼ିକୁ ହର୍ମୁଜରୁ ସୁରକ୍ଷିତ ଭାବେ ବାହାରିବାକୁ ରାସ୍ତାକୁ ମୁକ୍ତ କରି ଦିଆଯାଇଛି। ଏହି ମୁକ୍ତ ଅସ୍ତ୍ରବିରତିର ଅନ୍ୟ ଅବଧି ପାଇଁ ଦିଆଯାଇଛି। ଏହି ବାଣିଜ୍ୟିକ ଜାହାଜ ଗୁଡ଼ିକର ଚଳାଚଳ ଇସଲାମିକ ଗଣରାଜ୍ୟର ବନ୍ଦର ଓ ସାମୁଦ୍ରିକ ସଙ୍ଗଠନ ଦ୍ୱାରା ପୂର୍ବରୁ ଘୋଷିତ ମାର୍ଗରେ ହିଁ ହେବ।
ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ଏହି ଘୋଷଣା ପରେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ଏହାର ସ୍ୱାଗତ କରିଛନ୍ତି। ସେ ସୋସିଆଲ ମିଡ଼ିଆ ସାଇଟ୍ ଟ୍ରୁଥ୍ ସୋସିଆଲରେ ଲେଖିଛନ୍ତି –ଇରାନ ସଂପ୍ରତି ହର୍ମୁଜକୁ ସଂପୂର୍ଣ୍ଣ ରୂପେ ଖୋଲିବାକୁ ଘୋଷଣା କରିଛି। ଏବେ ଏଠାରେ ଜାହାଜର ଯାତାୟାତ ପାଇଁ ଖୋଲି ଯାଇଛି। ଧନ୍ୟବାଦ , ଏହା ପରେ ଆଉ ଏକ ପୋଷ୍ଟରେ ଟ୍ରମ୍ପ ଲେଖିଛନ୍ତି , ହର୍ମୁଜ ପ୍ରଣାଳୀ ଖୋଲି ଯାଇଛି ଏବଂ ବାଣିଜ୍ୟ କରିବାକୁ ପ୍ରସ୍ତୁତ। କିନ୍ତୁ ଆମେରିକୀୟ ବ୍ଲକେଡ୍ ସେପର୍ଯ୍ୟନ୍ତ ଜାରି ରହିବ , ଯେପର୍ଯ୍ୟନ୍ତ ଇରାନ ସହ ଶାନ୍ତି ଚୁକ୍ତି ନହୋଇଛି। ଆମକୁ ଆଶା ଯେ, ଏହା ଶୀଘ୍ର ହୋଇଯିବ। କାରଣ ଅଧିକାଂଶ ପ୍ରସଙ୍ଗ ଉପରେ କଥାବାର୍ତ୍ତା ହୋଇ ସାରିଛି।
ଉଲ୍ଲେଖନୀୟ ଯେ, ଇରାନୀ ବୈଦେଶିକ ମନ୍ତ୍ରୀଙ୍କ ପକ୍ଷରୁ ଏହି ବିବୃତ୍ତି ଏମିତି ସମୟରେ ଆସିଛି, ଯେବେ ଇରାନ ଓ ଆମେରିକା ପୁଣି ଥରେ କଥାବାର୍ତ୍ତାର ଟେବଲକୁ ଆସିବା ନଜର ଆସୁଛି।
ଆହୁରି ମଧ୍ୟ ପଢନ୍ତୁ : ଏହି ୱିକେଣ୍ଡରେ ହୋଇପାରେ ଇରାନ-ୟୁଏସ୍ ମଧ୍ୟରେ ଦ୍ୱିତୀୟ ସ୍ତରୀୟ କଥାବାର୍ତ୍ତା , ସଙ୍କେତ ଦେଲେ ଟ୍ରମ୍ପ