ନୂଆଦିଲ୍ଲୀ,୨୬/୦୭: ୟେମେନରେ ହୋଇଥିବା ବିନାମ ଆକ୍ରମଣର ଜବବା ଦେଲେ ହୁିତ । ମିସାଇଲ ଏବଂ ଡ୍ରୋନ୍ ମାଡ଼ରେ ଥରି ଉଠାଲି ସାଉଦି ଆରବ । ହୁତୁ ହୁତୁ ହୋଇ ଜଳିଲା ଜଜାନ ରିଫାଇନରି । ଆମେରିକାଇରାନ ଯୁଦ୍ଧ ମଧ୍ୟରେ ହୁତି ବିଦ୍ରୋହୀମାନେ ସାଉଦି ଆରବର ଜଜାନସ୍ଥିତ ସାଉଦି ଆରାମକୋ ରିଫାଇନରି ଉପରେ ପ୍ରଚଣ୍ଡ ଆକ୍ରମଣ କରିଛନ୍ତି । ସେମାନେ ୩ଟି ବାଲିଷ୍ଟିକ ମିସାଇଲ ମାଡ଼ କରିବା ପରେ ଭୟଙ୍କର ବିସ୍ଫୋରଣ ହୋଇଥିଲା । ଫଳରେ ରିଫାଇନରିଟି ହୁତୁହୁତୁ ହୋଇ ଜଳିବାକୁ ଲାଗିଥିଲା । ଏହି ଆକ୍ରମଣ ବାବଦରେ ହୁତି ବିଦ୍ରୋହୀ ଶନିବାର ସୂଚନା ଦେଇଛନ୍ତି । ନିକଟରେ ସାଉଦି ଆରବ ୟେମେନରେ ଥିବା ହୁତି ସଙ୍ଗଠନର ବିଭିନ୍ନ ଶିବିର ଉପରେ ଏୟାର ଷ୍ଟ୍ରାଇକ୍ କରିଥିଲା । ଏହାର ଜବାବରେ ସେମାନେ ସାଉଦିର ଶକ୍ତି ଭିତ୍ତିଭୂମିକୁ ଟାର୍ଗେଟ ବନାଇଥିବା ଦାବି କରିଛନ୍ତି ।

ହୁତିର ହମଲା ପରେ ଜଜାନ ତୈଳ ବିଶୋଧନାଗାରରେ କିଭଳି ବିସ୍ଫୋରଣ ହୋଇ ନିଆଁ ଲାଗିଥିଲା, ତାହାର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି । ଖବର ଲେଖାହେବା ସୁଦ୍ଧା ସାଉଦି ସରକାର କିମ୍ବା କମ୍ପାନି ଆରାମକୋ ପକ୍ଷରୁ ରିଫାଇନରି ଉପରେ ସିଧାସଳଖ ମିସାଇଲ ମାଡ଼ ହେବା କିମ୍ବା କୌଣସି ବଡ଼ କ୍ଷୟକ୍ଷତି ନେଇ ଔପଚାରିକ ଭାବେ ସୂଚନା ଦିଆଯାଇ ନାହିଁ । ଜଜାନ ରିଫାଇନରିକୁ ସାଉଦି ଆରବର ପଞ୍ଚମ ବୃହତ ତୈଳ ବିଶୋଧନାଗାର ବିବେଚନା କରାଯାଏ । ଦିନକୁ ଏଠାରେ ପ୍ରାୟ ୪ ଲକ୍ଷ ବ୍ୟାରେଲ୍ ଅଶୋଧିତ ତୈଳର ପ୍ରକ୍ରିୟାକରଣ ହୋଇଥାଏ । ଏହା ଲୋହିତ ସାଗର କୂଳରେ ଥିବା ଯୋଗୁ ସାଉଦି ଆରବର ଶକ୍ତି ଏବଂ ତୈଳ ରପ୍ତାନି ନେଟୱର୍କର ଏହା ଗୁରୁତ୍ୱପୂର୍ଣ୍ଣ ଅଂଶ ବିବେଚିତ ହେଉଛି । ହୁତିର ଆକ୍ରମଣ ପରେ ଏହାକୁ ବନ୍ଦ କରାଯାଇଛି । ଏଥିସହିତ ୟାନବୁ ଏବଂ ଜଜାନ ବିମାନବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ କରାଯାଇଛି ।

ରିପୋର୍ଟ ମୁତାବକ, ହୋଦେଦାରେ ସାମରିକ ସ୍ଥଳୀ ଉପରେ ଆକ୍ରମଣ ପରେ ହୁତି ବିଦ୍ରୋହୀମାନେ ଚେତାବନୀ ଦେଇଥିଲେ କି, ଯଦି ସାଉଦି ଆରବ ସେମାନଙ୍କ ନିୟନ୍ତ୍ରଣରେ ଥିବା ଅଞ୍ଚଳଗୁଡିକ ଉପରେ ଆକ୍ରମଣ କରେ, ତେବେ ତାହାର ଜବାବ ଦିଆଯିବ । ହୁତି କହିଥିଲା କି, ସେମାନେ ଲୋହିତ ସାଗରରେ ତୈଳ ଟ୍ୟାଙ୍କର ଏବଂ ବାଣିଜ୍ୟିକ ଜାହାଜ ବ୍ୟତୀତ ଆରାମକୋର ପ୍ଲାଣ୍ଟ, ବିମାନବନ୍ଦର, ଏୟାରବେସ ଏବଂ ତୈଳ ପାଇପଲାଇନକୁ ଟାର୍ଗେଟ କରିବୁ ।

ସେପଟେ,ଇରାନ ଉପରେ ଆମେରିକା ଲଗାତାର ଭାବେ ୧୩ ଦିନ ଆକ୍ରମଣ କରିବା ପରେ ଶନିବାର ସେଥିରେ ବ୍ରେକ୍ ଦେଇଛି । ଆମେରିକା ସେନା ସେଣ୍ଟକମ୍ ପକ୍ଷରୁ ଇରାନରେ କୌଣସି ଆକ୍ରମଣ କରାଯାଇନାହିଁ । ଗତ ୧୩ ଦିନ ହେଲା ଇରାନ ଉପରେ ଆକ୍ରମଣ ସମ୍ପର୍କିତ ତଥ୍ୟ ସେଣ୍ଟକମ୍ ସୋସିଆଲ ମିଡିଆରେ ସେୟାର କରୁଥିଲା । ସେହିଭଳି ଇରାନ ପକ୍ଷରୁ ମଧ୍ୟ ଦେଶରେ କୌଣସି ସାନି ଆକ୍ରମଣ କିମ୍ବା ବିସ୍ଫୋରଣ ଘଟିଥିବା ସମ୍ପର୍କରେ ସୂଚନା ଦିଆଯାଇନାହିଁ । ଗତ ୧୩ ଦିନ ହେଲା ଆମେରିକାର ବାୟୁସେନା ଇରାନର ବିଭିନ୍ନ ସହରରେ ଥିବା ସାମରିକ କେନ୍ଦ୍ର, ମିସାଇଲ୍ ଓ ଡ୍ରୋନ ଭଣ୍ଡାର, ଉପକୂଳ ସର୍ଭେଲାନ୍ସ ସିଷ୍ଟମ, ତୈଳ ଭଣ୍ଡାର, ବିଦ୍ୟୁତ କେନ୍ଦ୍ର, ରେଳ ଷ୍ଟେସନ, ବ୍ରିଜ ଆଦି ଭିତ୍ତିଭୂମିକୁ ଟାର୍ଗେଟ କରି ଧ୍ୱଂସ କରିଛି ।