ବ୍ରହ୍ମପୁର ୨୪/୦୭: ଅପରାଧୀଙ୍କୁ ସାବାଡ ପାଇଁ ଆକ୍ସନ୍ ମୋଡ଼ରେ ବ୍ରହ୍ମପୁର ପୁଲିସ। ଦୁର୍ଦ୍ଦାନ୍ତ ଅପରାଧୀ ଘନଶ୍ୟାମ ବେହେରା ଓରଫ କାଳିଆକୁ ଏନକାଉଣ୍ଟର କଲା ଗଞ୍ଜାମ ପୁଲିସ। କାଳିଆର ଆଣ୍ଠୁରେ ଗୁଳି ବାଜିଛି । ପୁଲିସ ଗୁରୁତର କାଳିଆକୁ ଉଦ୍ଧାର କରି ଏମ୍କେସିଜି ମେଡ଼ିକାଲରେ ଭର୍ତ୍ତ କରିଥିବା ସୂଚନା ମିଳିଛି।
ଅଧିକ ପଢ଼ନ୍ତୁ :- Accident Breaking : ବ୍ରେକ୍ ଡାଉନ୍ ଟ୍ରକ୍କୁ ପିଟିଲା ଯାତ୍ରୀବାହୀ ବସ୍, ୧୦ରୁ ଅଧିକ ଯାତ୍ରୀ ଗୁରୁତର, ମେଡିକାଲରେ ଭର୍ତ୍ତି
ସୂଚନା ଅନୁଯାୟୀ, ଆଜି ପୁରୁଷୋତ୍ତମପୁର ଥାନା ଅଧିକାରୀ କୁଳମଣି ସେଠୀ ଓ ତାଙ୍କ ଟିମ ସହ କୋଦଳା -ସିଂହାସିନି ରୋଡ଼ରେ ମୁହାଁ ମୁହିଁ ହୋଇଥିଲା କାଳିଆ। ସେ ପୁଲିସ ଉପରକୁ ଗୁଳି ଚଳାଇଥିଲା। ପାଲଟା ଜବାବ ଦେଇଥିଲା ପୁଲିସ। କାଳିଆର ଆଣ୍ଠୁରେ ବାଜିଛି ଗୁଳି। ହତ୍ୟା, ହତ୍ୟା ଉଦ୍ୟମ, ଚୋରି ଓ ଡକାୟତି ଭଳି ବହୁ ସଂଗୀନ ମାମଲା କାଳିଆ ନାମରେ ରହିଥିବା ଜଣାପଡିଛି ।