ନୂଆଦିଲ୍ଲୀ,୫।୪: ଇରାନରେ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡୋ ଟ୍ରମ୍ପ ନିଜେ ନିଜର କ୍ରେଡିଟ୍ ନେବାରେ ଲାଗିଛନ୍ତି। ଅନ୍ୟପକ୍ଷେ ଇରାନ ପକ୍ଷରୁ କୁହାଯାଇଛି ଯେ, ପାଇଲଟକୁ ଉଦ୍ଧାର କରିବା ଅଭିଯାନ ବେଳେ ଆମେରିକା ବହୁ ‘ଫ୍ଲାଇଂ ଅବଜେକ୍ଟ’ କୁ ଧ୍ବଂସ କରି ଦିଆଯାଇଛି। ଏହା ପୂର୍ବରୁ ଇରାନର ପୋଲିସ କମାଣ୍ଡ କହିଛନ୍ତି, ଦକ୍ଷିଣ ଇସ୍ତଫହାନରେ ଆମେରିକାର ସି-୧୩୦ ଏୟାରକ୍ରାଫ୍ଟ ମାରି ଦିଆଯାଇଛି। ପୋଲିସ କମାଣ୍ଡ କହିଛନ୍ତି, ଇରାନର ଏରୋସ୍ପେସ୍, ଗ୍ରାଉଣ୍ଡ ଫୋର୍ସ, ପପୁଲାର ୟୁନିଟ୍ ମିଳିତ ଭାବରେ ଜଏଣ୍ଟ ଅପରେସନ୍ ଚଳାଇଥିଲେ।
ଖାଟବ୍ ଅଲ୍ ଅନାବିୟା କେନ୍ଦ୍ରୀୟ ମୁଖ୍ୟାଳୟ କହିଛି ଯେ, ଇରାନ ସଶସ୍ତ୍ର ବାହିନୀ ୟୁନିଫାଏଡ୍ କମାଣ୍ଡ ଦୁଇଟି ବ୍ଲାକ୍ ହକ୍ ହେଲିକପ୍ଟରକୁ ମାରି ନଷ୍ଟ କରିଛି। ଏହା ପୂର୍ବରୁ ଇରାନ ସେନା କହିଥିଲା, ସେ ଦୁଇଟି ଇସ୍ରାଏଲୀ ଡ୍ରୋନ୍ ନଷ୍ଟ କରିଛି। ସେପଟେ କିନ୍ତୁ ଟ୍ରମ୍ପ ପାଇଲଟଙ୍କୁ ସୁରକ୍ଷିତ ଉଦ୍ଧାର କରିଥିବା ଦାବି କରି କରିଛନ୍ତି। ସେ କହିଛନ୍ତି ସେନାକୁ କୌଣସି କ୍ଷତି ହୋଇନି। ଏହି ଅଭିଯାନ ପ୍ରମାଣିତ କରୁଛି ଯେ, ଇରାନର ଆକାଶରେ ମଧ୍ୟ ଆମେରିକାର କ୍ଷମତା ଚାଲେ। ରାଷ୍ଟ୍ରପତି ଟ୍ରମ୍ପ ଏହା ମଧ୍ୟ କହିଛନ୍ତି, ଆମେରିକା ଆକ୍ରମଣରେ ଇରାନର ଶୀର୍ଷ ସାମରିକ ଅଧିକାରୀଙ୍କ ମୃତ୍ୟୁ ହୋଇଛି। ତେବେ ଡୋନାଲ୍ଡୋ ଟ୍ରମ୍ପ ଏହା ସ୍ପଷ୍ଟ କରି ନାହାଁନ୍ତି ଯେ, ଏହି ‘ଭୀଷଣ ଆକ୍ରମଣ’ କେବେ କରାଯାଇଛି, କିନ୍ତୁ ସେ ଏକ ଭିଡିଓ ସେୟାର କରିଛନ୍ତି ଯେଉଁଥିରେ କୌଣସି ସ୍ଥାନରୁ ଧୂଆଁ ଉଠୁଥିବାର ଦେଖିବାକୁ ମିଳୁଛି। ଏହା ଏବେ ସ୍ପଷ୍ଟ ହୋଇପାରିନି ଯେ, ଭିଡିଓଟି ନୂଆ ନାଁ ପୁରୁଣା ଏବଂ କେଉଁ ସ୍ଥାନକୁ ଟାର୍ଗେଟ କରା ଯାଇଥିଲା।
ଟ୍ରମ୍ପ ନିଜର ସୋସିଆଲ ମିଡିଆ ପ୍ଳାଟଫର୍ମ ‘ଟ୍ରୁଥ ସୋସିଆଲ’ରେ କହିଛନ୍ତି, ଇରାନର ବହୁ ସାମରିକ ଅଧିକାରୀ ଏହି ଭୀଷଣ ଆକ୍ରମଣରେ ତେହରାନକୁ ଶେଷ କରିଦେଇଛନ୍ତି।’ ଅନ୍ୟପକ୍ଷେ ଇରାନର ‘ଖାତମ ଅଲ୍-ଅବିୟା’ କେନ୍ଦ୍ରୀୟ ମୁଖ୍ୟାଳୟର ଜେନେରାଲ ଅଲ୍ଲୀ ଅବଦୁଲ୍ଲାହୀ ଅଲ୍ଲୀ ଆବାଦୀ ଟ୍ରମ୍ପଙ୍କୁ ଚେତାବନୀ ଦେଇଛନ୍ତି ଯଦି ଇରାନର ମୌଳିକ ଢାଞ୍ଚା ଉପରେ ଆମେରିକା କିମ୍ବା ଇସ୍ରାଏଲର ଆକ୍ରମଣ ହୁଏ, ତେବେ ପଶ୍ଚିମ ଏସିଆରେ ସବୁ ଆମେରିକୀୟ ସେନା ସମ୍ପତ୍ତି ଓ ଇସ୍ରାଏଲର ଆଡ୍ଡା ଉପରେ ‘ବିନାଶକାରୀ ଓ ଲଗାତାର’ ଆକ୍ରମଣ କରାଯିବ। ‘ଇରାନ’ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ଆମେରିକାର ଅଭିଯାନ ବେଳେ ଅତି କମ୍ରେ ୫ ଜଣ ଇରାନୀୟଙ୍କ ମୃତ୍ୟୁ ହୋଇଛି। ଇରାନ ଗଣମାଧ୍ୟମର ସୂଚନା ଅନୁସାରେ, ଗତ ରାତିରେ କୁହ-ଇ-ସିୟା ଅଞ୍ଚଳରେ ଆମେରିକା ନିଜ ପାଇଲଟଙ୍କୁ ଖୋଜୁଥିଲା। ଏହି ସମୟରେ ଗୁଳିକାଣ୍ଡରେ ଅତି କମ୍ରେ ୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ସମସ୍ତେ କୋହଗିଲୁୟେ ଓ ବୋୟର ଅହମ୍ମଦ ପ୍ରଦେଶରେ ରୁହନ୍ତି।
ଆହୁରି ପଢନ୍ତୁ :