ଜେନେଭା  : ଇରାନର ରାଷ୍ଟ୍ରଦୂତ ଅନ୍ତର୍ଜାତୀୟ ପରମାଣୁ ଶକ୍ତି ଏଜେନ୍ସି (IAEA)ରେ ବଡ଼ ଦାବି କରିଛନ୍ତି। ସେ କହିଛନ୍ତି ଯେ, ଆମେରିକା - ଇସ୍ରାଏଲ ରବିବାର ଏହାର ପରମାଣୁ ଠିକଣା ଉପରେ ଆକ୍ରମଣ କରିଛନ୍ତି। ହେଲେ ୟୁଏନ ନ୍ୟୁକ୍ଲିୟର ୱାଚଡଗ୍‌ର ହେଡ୍ କହିଛନ୍ତି ଯେ, ଏହି କଥାର କୌଣସି ପ୍ରମାଣ ନାହିଁ ଯେ, କୁହାଯାଇ ଥିବା ହମଲାରେ କୌଣସି ନ୍ୟୁକ୍ଲିୟର ସାଇଟ୍‌ର କ୍ଷତି ହୋଇଛି।

IAEAର ନିର୍ଦ୍ଦେଶକ ଜେନେରାଲ ରାଫେଲ ଗ୍ରୋସି ସୋମବାର ଏଜେନ୍ସର ୩୫ ସଦସ୍ୟ ବିଶିଷ୍ଟ ବୋର୍ଡ ଗଭର୍ନର୍ସକୁ କହିଛନ୍ତି ଯେ , ଏଜେନ୍ସି ନିକଟରେ ଏହି କଥାର କୌଣସି ସଙ୍କେତ ନାହିଁ ଯେ, କୌଣସି ବି ନ୍ୟୁକ୍ଲିୟର ଇନଷ୍ଟାଲେସନକୁ କ୍ଷତି କରିଛି କିମ୍ୱା ଏହା ଉପରେ ଆକ୍ରମଣ ହୋଇଛି। ଉଲ୍ଲେଖନୀୟ ଯେ, ଇରାନୀ ରାଷ୍ଟ୍ରଦୂତଙ୍କୁ ପଚରା ଯାଇ ଥିଲା ଯେ, ଇରାନରେ କୌଣସି ପରମାଣୁ ଠିକଣା ଉପରେ ଆକ୍ରମଣ ହୋଇଛି ତ ସେ କହିଛନ୍ତି ଯେ , ଇସ୍ରାଏଲ ଓ ଆମେରିକା ନତାନଜ ନ୍ୟୁକ୍ଲିୟର ଫାସିଲିଟ ଉପରେ ଆକ୍ରମଣ କରିଛନ୍ତି।

ଏହାସହ ମଧ୍ୟ ପଢନ୍ତୁ : ଅନ୍ଧାରକୁ ଡ଼ର ଖାମେନେଇଙ୍କ ପତନର କାରଣ ! ସାମ୍ନାକୁ ଆସିଲା CIAର ଫୁଲ୍‌ପ୍ରୁଫ୍ ପ୍ଲାନିଂର ବିବରଣୀ

ହେଲେ , ଆଇଏଇଏର ମହାନିର୍ଦ୍ଦେଶକ ଏହା ମଧ୍ୟ କହିଛନ୍ତି ଯେ, ‘ରେଡିଓଆକ୍ଟିଭିଟି ଲିକ୍’ର ସମ୍ଭାବନାକୁ ଏଡେଇ ଦିଆଯାଇ ପାରିବ ନାହିଁ। ରାଫେଲ ଗ୍ରୋସି ଇରାନ ଓ ପଶ୍ଚିମ ଏସିଆରେ ଜାରି ସେନା ଆକ୍ରମଣ ଉପରେ ଗଭୀର ଚିନ୍ତା ବ୍ୟକ୍ତ କରି ସବୁ ପକ୍ଷରେ ସର୍ବାଧିକ ସଂଯମତା ରକ୍ଷା କରିବା ଏବଂ ପରମାଣୁ ପ୍ରତିଷ୍ଠାନ ଗୁଡ଼ିକ ଉପରେ କୌଣସି ବି ପ୍ରକାରର ସଶସ୍ତ୍ର ଆକ୍ରମଣରୁ ରକ୍ଷା ପାଇବାକୁ ଅପିଲ କରିଛନ୍ତି। ସେ କହିଛନ୍ତି ଯେ, ଆଇଏଇଏ ସ୍ଥିତିର ଅନୁଧ୍ୟାନ ଜାରି ରଖିବ ଏବଂ ଯଦି ପରମାଣୁ ସୁରକ୍ଷାରେ କୌଣସି ଉଲ୍ଲଙ୍ଘନ ହୁଏ ତ ସଦସ୍ୟ ଦେଶଗୁଡ଼ିକୁ ତୁରନ୍ତ ଟେକ୍ନିକାଲି ସହାୟତା ପ୍ରଦାନ କରିବା ପାଇଁ ପ୍ରସ୍ତୁତ। ସେ ଘୋଷଣା କରିଛନ୍ତି ଯେ , ଯଦି ‘ରେଡିଓଆକ୍ଟିଭିଟି ଲିକ୍’ ହୁଏ ତ ବଡ଼ ବଡ଼ ସହରକୁ ଖାଲି କରିବାକୁ ପଡ଼ି ପାରେ।

ଗ୍ରୋସି କହିଛନ୍ତି ଯେ, ଏଜେନ୍ସି ନିଜର ଅଧିକାର କ୍ଷେତ୍ରର ଅନୁରୂପ ସମ୍ଭାବିତ ‘ରେଡିଓଆକ୍ଟିଭିଟି ଲିକ୍’ର ଜରୁରୀକାଳୀନ ସ୍ଥିତିର ଆଶଙ୍କାକୁ ଧ୍ୟାନରେ ରଖି ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି। ଆଇଏଇଏର ‘ଇନ୍ସିଡେଣ୍ଟ ଆଣ୍ଡ ଏମର୍ଜେନ୍ସି ସେଣ୍ଟର’ (ଆଇଇସି) ସକ୍ରିୟ ଅଛି ଏବଂ ଏକ ସମର୍ପିତ ଟିମ୍ ସ୍ଥିତିର ଆକଳନ କରୁଛି , ହେଲେ ସଂଘର୍ଷର କାରଣରୁ ସଞ୍ଚାରରେ ବାଧା ଉପୁଜିଛି। ସେ କହିଛନ୍ତି ଯେ, ଆଞ୍ଚଳିକ ସୁରକ୍ଷା ନିରୀକ୍ଷଣ ନେଟୱାର୍କକୁ ସତର୍କ କରି ଦିଆ ଯାଇଛି ଏବଂ ଏବେସୁଦ୍ଧା ଇରାନ ନିକଟବର୍ତ୍ତୀ ଦେଶ ଗୁଡ଼ିକରେ ପୃଷ୍ଠଭୂମି ସ୍ତର ଠାରୁ ଅଧିକ ବିକିରଣ ରେକର୍ଡ ହୋଇ ନାହିଁ।