ନୂଆଦିଲ୍ଲୀ : ମଧ୍ୟ-ପୂର୍ବରେ ଉତ୍ତେଜନା ବୃଦ୍ଧି ମଧ୍ୟରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ଘଟଣାକ୍ରମ ସାମ୍ନାକୁ ଆସିଛି। ନର୍ଥ ଆଟଲାଣ୍ଟିକ୍ ଟ୍ରିଟ୍ ଅର୍ଗାନାଇଜେସନ (ନାଟୋ)ସୋମବାର ଇରାନରୁ ତୁର୍କୀ ଦିଗରେ ଛାଡ଼ିଥିବା ଏକ ବାଲିଷ୍ଟିକ୍ ମିସାଇଲକୁ ମଝି ରାସ୍ତାରେ ହିଁ ଇଣ୍ଟରସେପ୍ଟ କରି ଭୂମଧ୍ୟ ସାଗରରେ ଖସାଇ ନଷ୍ଟ କରି ଦେଇଛି। ଉକ୍ତ ଘଟଣା କ୍ଷେତ୍ରରେ ଚାଲିଥିବା ସଂଘର୍ଷ ଆହୁରି ବ୍ୟାପକ ହେବାର ଆଶଙ୍କାକୁ ବଢାଇ ଦେଇଛି। ଏବେ ଏହି କଥାର ଆଲୋଚନା ହେବାକୁ ଲାଗିଛି ଯେ, ନାଟୋ କଣ ଏହି ଯୁଦ୍ଧରେ ଡ଼େଇଁ ସାରିଛି , କାରଣ ଏହା ପୂର୍ବରୁ ମଧ୍ୟ ୪ ମାର୍ଚ୍ଚରେ ଏମିତି ହିଁ ଏକ ମିସାଇଲକୁ ରୋକା ଯାଇଥିଲା। ବର୍ତ୍ତମାନ ନାଟୋର ଏହି ପଦକ୍ଷେପରେ ଏହି ବିପଦ ବଢି ଯାଇଛି ଯେ, ମିଲିଟାରୀ ଅଲାୟନ୍ସ ମିଡିଲ ଇଷ୍ଟରେ ସଂଘର୍ଷରେ ସିଧାସଳଖ ସାମିଲ ହୋଇପାରେ।

ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ ଅନୁସାରେ , ମିସାଇଲକୁ ସଫଳତାପୂର୍ବକ ନଷ୍ଟ କରିଦିଆ ଯାଇଛି, କିନ୍ତୁ ଅସ୍ତ୍ରଶସ୍ତ୍ର ଭଗ୍ନାବଶେଷ ଦକ୍ଷିଣୀ ତୁର୍କୀର ଗାଜିଆଣ୍ଟେପ ପ୍ରଦେଶରେ ଖସିଛି , ଯାହା ଇନସିରଲିକ୍ ଏୟାର ବେସ୍ ଠାରୁ ପାଖାପାଖି ୧୫୦ କିଲୋମିଟର (୯୩ ମାଇଲ ) ଦୂର, ଯେଉଁଠି ଆମେରିକୀୟ ସେନାର ଶହ ଶହ ଯବାନ ମୁତୟନ ଅଛନ୍ତି। କୁହାଯାଏ କି ୟୁଏସର ନସିରଲିକ୍ ଏୟାର ବେସ୍ରେ ନ୍ୟୁକ୍ଲିୟର ଅସ୍ତ୍ର ରଖିଛି, ଯାହା କୁରେସିକରେ ନାଟୋର ଆଡଭାନ୍ସଡ୍ ରାଡାର ସିଷ୍ଟମ ଠାରୁ ପ୍ରାୟ ୨୦୦ କିଲୋମିଟରର ଦୂରରେ, ଯାହାର ବ୍ୟବହାର ଟର୍ମିନାଲ ହାଇ ଏଲଟିଟ୍ୟୁଡ୍ ଏରିଆ ଡିଫେନ୍ସ ( THAAD) ଆଣ୍ଟି-ବାଲିଷ୍ଟିକ୍ ମିସାଇଲ ସିଷ୍ଟମକୁ ସପୋର୍ଟ କରିବା ପାଇଁ କରାଯାଏ।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ୪ ମାର୍ଚ୍ଚରେ ମଧ୍ୟ ଏହିପରି ଏକ ମିସାଇଲକୁ ରୋକି ଦିଆ ଯାଇଥିଲା। ଏହି ଘଟଣା ପରେ ନାଟୋ , କ୍ଷେତ୍ରରେ ନିଜର ମିସାଇଲ-ପ୍ରତିରୋଧୀ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ମଜବୁତ କରିଦେଇ ଥିଲା। ତୁର୍କୀ ସ୍ଥିତ Kurecik Radar Base NATOର ବାଲିଷ୍ଟିକ୍ ମିସାଇଲ ପ୍ରତିରକ୍ଷା ସିଷ୍ଟମର ଏକ ପ୍ରମୁଖ ଅଂଶ। ଏହି ରାଡାର ସିଷ୍ଟମ Terminal High Altitude Area Defense (THAAD) ଭଳି ଉନ୍ନତ ଆଣ୍ଟି –ମିସାଇଲ ସିଷ୍ଟମକୁ ଆବଶ୍ୟକ ସୂଚନା ପ୍ରଦାନ କରିଥାଏ।