ତେହେରାନ : ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ତାଜା ଘଟଣାକ୍ରମରେ ଆମେରିକାକୁ ଖୋଲା ଚେତାବନୀ ଦେଇଛନ୍ତି। କହିଛନ୍ତି ଯେ, ସିରିଆରେ ତାଙ୍କର ସେନା ଆଡ୍ଡା ଗୁଡ଼ିକୁ ପାଦ ତଳେ ଦଳି ଯିଆଯିବ। ଖାମେନେଇ ସୋମବାର ଜଣେ ସହିଦ୍‌ କମାଣ୍ଡରଙ୍କର ସମ୍ମାନରେ ଆୟୋଜିତ ଉତ୍ସବରେ ଭାଷଣ ଦେଇ ଏହି କଥା କହିଛନ୍ତି। ପରେ ସୋସିଆଲ ମିଡ଼ିଆ ଏକ୍ସ(ପୂର୍ବର ଟ୍ୱିଟର)ରେ ଏକ ପୋଷ୍ଟରେ ସେ ସିରିଆରେ ଆମେରିକୀୟ ସେନା ଠିକଣା ବିଷୟରେ ଖୋଲା ଚେତାବନୀ ଜାରି କରିଛନ୍ତି। 

ଏକ୍ସରେ ଖାମେନେଇ ଲେଖିଛନ୍ତି , ଆଜି ଆମେରିକା ଲଗାତାର ସିରିଆରେ ଠିକଣା ନିର୍ମାଣ କରିବାରେ ଲାଗିଛି। ଏହି ଠିକଣା ଗୁଡ଼ିକୁ ନିଃସନ୍ଦେହରେ ସିରିଆର ଯୁବବର୍ଗଙ୍କ ପାଦ ତଳେ ଦଳି ଦିଆଯିବ। ଖାମେନେଇ ଆମେରିକାକୁ ଏହି ଧମକପୂର୍ଣ୍ଣ ବାର୍ତ୍ତା (ଆମେରିକୀୟ ସୈନିକଙ୍କ ଦ୍ୱାରା ପୂର୍ବତନ ରିଭୋଲ୍ୟୁଶନାରୀ ଗାର୍ଡସ କୁଦ୍ସ ଫୋର୍ସ କମାଣ୍ଡର କାସିମ୍‌ ସୁଲେମାନଙ୍କ ମୃତ୍ୟୁର ୫ମ ବର୍ଷପୂର୍ତ୍ତୀ ଅବସରରେ ଆୟୋଜିତ ଏକ ସମାରୋହରେ) ଦେଇଛନ୍ତି। 

ଖାମେନେଇ ଏହି ଚେତାବନୀ ଏମିତି ସମୟରେ ଦେଇଛନ୍ତି , ଯେଉଁ ସମୟରେ ଆମେରିକାରେ କ୍ଷମତା ପରିବର୍ତ୍ତନ ହେବାକୁ ଯାଉଛି। ଡୋନାଲ୍ଡ ଟ୍ରମ୍ପ ୨୦ ଜାନୁୟାରୀରେ ରାଷ୍ଟ୍ରପତି ପଦର ଶପଥ ନେବାକୁ ଯାଉଛନ୍ତି। କୁହାଯାଉଛି ଯେ , ଟ୍ରମ୍ପଙ୍କ ଶପଥ ଗ୍ରହଣ ପରେ ଇରାନ-ଆମେରିକା ସମ୍ୱନ୍ଧରେ ଆହୁରି ହ୍ରାସ ଘଟିପାରେ। ହେଲେ ଉଭୟ ଦେଶ ମଧ୍ୟରେ ଦୀର୍ଘ ସମୟରୁ ବିବାଦୀୟ ସଂପର୍କ ରହିଛି। ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ମଧ୍ୟ ଉଭୟ ଦେଶ ମଧ୍ୟରେ ସମ୍ୱନ୍ଧ ଉତ୍ତେଜନାପୂର୍ଣ୍ଣ ଥିଲା। 


ଏକ୍ସରେ ଅନେକ ପୋଷ୍ଟରେ ଖାମେନେଇ ସିରିଆରେ ଆମେରିକାର ଉପସ୍ଥିତିର ଆଲୋଚନା କରିଛନ୍ତି। ଆମେରିକା ବିଦ୍ରୋହୀଙ୍କ ଦ୍ୱାରା ଡିସେମ୍ୱରର ଆରମ୍ଭରେ ସିରିଆର ରାଷ୍ଟ୍ରପତି ବଶର ଅଲ-ଅସଦ ଓ ତାଙ୍କ ଶାସନର ଶେଷ ହେବା ପରେ ଖୁବ୍‌ ଜୋରରେ ନିଜ ସେନାର ମୁତୟନ ସେଠାରେ କରିଛନ୍ତି। ଇରାନ ଇଣ୍ଟରନ୍ୟାସନାଲର ଏକ ରିପୋର୍ଟ ଅନୁସାରେ, ଖାମେନେଇ ଆମେରିକୀୟ ଠିକଣା ଗୁଡ଼ିକୁ ସିରିଆ ଯୁବକଙ୍କ ଦ୍ୱାରା ଦଳିଚକଟି ଦେବାକୁ ଯେଉଁ ଉଲ୍ଲେଖ କରିଛନ୍ତି, ତାହା ତାଙ୍କର ଏହି ବୟାନ ପରେ ଆସିଛି, ଯେଉଁଥିରେ ସେ ସିରିଆର ଯୁବବର୍ଗଙ୍କୁ ୧୧ ଓ ୨୩ ଡିସେମ୍ୱରର ବିଦ୍ରୋହୀଙ୍କ ବିରୋଧରେ ଲଢିବା ଓ ଦେଶ ଉପରେ ପୁଣି ଥରେ କବଜା ହାସଲ କରିବା ପାଇଁ ପ୍ରୋତ୍ସାହିତ କରିଥିଲେ। 

କହି ରଖୁଛୁ କି , ସିରିଆରେ ଅସଦ ଶାସନର ପତନ ପୂର୍ବରୁ ଆମେରିକା ନିଜର ସେନା ବିସ୍ତାର କରିବା ଆରମ୍ଭ କରି ଦେଇଥିଲା। ଦମିସ୍କରେ ଏବେ ଆମେରିକୀୟ ସୈନିକଙ୍କ ଉପସ୍ଥିତି ଦୁଇଗୁଣା ହୋଇ ୨,୦୦୦ର ପାଖାପାଖି ହୋଇ ସାରିଛି। ଉଲ୍ଲେଖନୀୟ ଯେ, ୨୦୧୫ରେ ଇସଲାମିକ୍‌ ଷ୍ଟେଟ୍‌ ଗ୍ରୁପ୍‌ ସହ ଲଢିବା ପାଇଁ ଆମେରିକୀୟ ସୈନିକମାନେ ପ୍ରଥମ ଥର ସିରିଆରେ ପ୍ରବେଶ କରି ଥିଲେ। ସେତେବେଳେ ସେଠାରେ ୯୦୦ସୈନିକ ମୁତୟନ କରାଯାଇ ଥିଲା।