ନୂଆଦିଲ୍ଲୀ : ଆମେରିକା ସହ ଉତ୍ତେଜନା ବୃଦ୍ଧି ମଧ୍ୟରେ ଇରାନ ଏକ ନୂଆ ବାଲିଷ୍ଟିକ ମିସାଇଲ ଲଞ୍ଚ କରିଛି। ଏହା ଭୂପୃଷ୍ଠରୁ ଭୂପୃଷ୍ଠକୁ ଆକ୍ରମଣ କରୁଥିବା ୪ର୍ଥ ପିଢିର ମିସାଇଲ। ଏହି ନୂଆ ମିସାଇଲର ନାମ ଖୈବର ଏବଂ ଏହାର ରେଞ୍ଜ ୨୦୦୦ କିଲୋମିଟର। ଇରାନ ଏହାକୁ ଏକ ଖୁବ୍ ଗୁପ୍ତ ସ୍ଥାନରେ ଲଞ୍ଚ କରିଛି। କହି ରଖୁଛୁ କି, ଇରାନ ଓ ଆମେରିକା ମଧ୍ୟରେ ଯୁଦ୍ଧର ବିପଦ ଲଗାତାର ଜାରି ରହିଛି। ଗୁରୁବାର ଦୁଇ ଦେଶ ମଧ୍ୟରେ ୩ୟ ପର୍ଯ୍ୟାୟର ପରମାଣୁ ଆଲୋଚନା ହେବାକୁ ଯାଉଛି। ସୂଚନା ଯେ, ଆମେରିକା ବାରମ୍ୱାର ଇରାନ ବିରୋଧରେ ଯୁଦ୍ଧର ପ୍ରସ୍ତୁତିରେ ଲାଗି ରହିଛି। ସେ ଇରାନର ସାମୁଦ୍ରିକ ସୀମାରେ ନିଜର ଯୁଦ୍ଧ ଜାହାଜ ସ୍ଥଳିକୁ ମଜବୁତ କରିବାରେ ଲାଗି ପଡ଼ିଛି।
ଏହସହ ମଧ୍ୟ ପଢନ୍ତୁ : ଇରାନ ଉପରେ ସିଧାସଳଖ ଆକ୍ରମଣ କରିବାକୁ ଚାହୁଁ ନାହାନ୍ତି ଟ୍ରମ୍ପ, କାହିଁକି ଜାଣନ୍ତୁ ?
ଏହି ମଧ୍ୟରେ ସ୍ୱିଜରଲ୍ୟାଣ୍ଡର ଜେନିଭାରେ ଓମାନର ମଧ୍ୟସ୍ଥତା ଅନୁସାରେ ଇରାନ ଓ ଆମେରିକା ମଧ୍ୟରେ ପରୋକ୍ଷ ପରମାଣୁ ଆଲୋଚନାର ୩ୟ ପର୍ଯ୍ୟାୟ ଗୁରୁବାର ଆରମ୍ଭ ହୋଇଯାଇଛି। ସ୍ଥାନୀୟ ମିଡ଼ିଆ ରିପୋର୍ଟ ଅନୁସାରେ , ଏହି ଆଲୋଚନା ଏମିତି ସମୟରେ ହେଉଛି ,ଯେବେ ପଶ୍ଚିମ ଏସିଆରେ ଆମେରିକୀୟ ସୈନ୍ୟ ଏକାଠି ହେବା କାରଣରୁ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ଶୀର୍ଷ ସ୍ତରରେ ରହିଛି।
ଏହି ମଧ୍ୟରେ , ଇରାନର ରାଷ୍ଟ୍ରପତି ମସୁଦ ପେଜେଶକିୟନ ଗୁରୁବାର ସ୍ପଷ୍ଟ କରିଛନ୍ତି ଯେ,ତାଙ୍କ ଦେଶ ପରମାଣୁ ଅସ୍ତ୍ର ବିକଶିତ କରିବ ନାହିଁ , କାରଣ ସର୍ବୋଚ୍ଚ ନେତା ଅଲୀ ଖାମେନେଇ ଏମିତି ଅସ୍ତ୍ରଶସ୍ତ୍ର ବିକଶିତ ଉପରେ ପ୍ରତିବନ୍ଧକ ଲଗେଇଛନ୍ତି। ପେଜେଶକିୟନ କହିଛନ୍ତି , କୌଣସି ସମାଜର ଧାର୍ମିକ ନେତା ରାଜନେତାଙ୍କ ପରି ମିଛ କହିପାରିବେ ନାହିଁ ଏବଂ ଯେବେ ସେ ଘୋଷଣା କରିଦେଇଛନ୍ତି ଯେ, ଆମ ପାଖରେ ପରମାଣୁ ଅସ୍ତ୍ର ରହିବ ନାହିଁ। ଏହାର ଅର୍ଥ ଆମେ ଏହାକୁ ତିଆରି କରିବୁ ନାହିଁ।
ଉଲ୍ଲେଖନୀୟ ଯେ, ଖାମେନି ୨୦୦୦ର ଦଶକର ଆରମ୍ଭରେ ଏକ ଫତୱା ଜାରି କରି ପରମାଣୁ ଅସ୍ତ୍ରର ବିକାଶ ଉପରେ ରୋକ୍ ଲଗେଇ ଥିଲେ। ହେଲେ ଆମେରିତା ବାରମ୍ୱାର ତେହରାନ ଉପରେ ପରମାଣୁ ଅସ୍ତ୍ର ହାସଲ କରିବାର ଚେଷ୍ଟାର ଅଭିଯୋଗ କରି ଆସୁଛି। ଆଲୋଚନାର ଏହା ୩ୟ ପର୍ଯ୍ୟାୟ ଏହି ମତଭେଦକୁ ଦୂର କରିବା ଏବଂ କୂଟନୀତିକ ସମାଧାନ ଖୋଜିବା ଦିଗରେ ଏକ ଗୁରୁତ୍ତ୍ୱପୂର୍ଣ୍ଣ ପଦକ୍ଷେପ ମନେକରାଯାଉଛି।