ନୂଆଦିଲ୍ଲୀ : ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବରିଷ୍ଠ ପରାମର୍ଶଦାତା ଚାହାନ୍ତି ଯେ, ଇରାନ ଉପରେ ପ୍ରଥମ ଆକ୍ରମଣ ଇସ୍ରାଏଲ ପକ୍ଷରୁ କରାଯାଉ। ତାଙ୍କର ବିଶ୍ୱାସ ଯେ, ଏମିତି କରିବାରେ ରାଜନୀତିକ ଦୃଷ୍ଟିକୋଣ ଠାରୁ ଖୁବ୍ ଭଲ ମାହୋଲ ସୃଷ୍ଟି ହେବ ଏବଂ ଆମେରିକା ଦ୍ୱାରା ଭବିଷ୍ୟତରେ କରାଯିବାକୁ ଥିବା କୌଣସି ବି ଆକ୍ରମଣ ପାଇଁ ଆମେରିକା ଭୋଟରଙ୍କ ସମର୍ଥନ ପାଇବାରେ ସହଜ ହୋଇଯିବ।
ପୋଲିଟିକୋ ସୂତ୍ରାନୁସାରେ , ନିଜର ଏକ ରିପୋର୍ଟରେ ଲେଖିଛି ଯେ, ଟ୍ରମ୍ପ ପ୍ରଶାସନ ଭିତରେ ଏହି ଭାବନା ଯେ, ଯଦି ଇସ୍ରାଏଲ ଏକୁଟିଆ ଓ ସର୍ବ ପ୍ରଥମେ ଆକ୍ରମଣ କରୁ ଏବଂ ଏହାର ଜବାବରେ ଇରାନ ଆମେରିକା ଉପରେ ଜବାବୀ କାର୍ଯ୍ୟାନୁଷ୍ଠା କରେ , ତ ଆମେରିକା ନିକଟରେ ସାମରିକ କାର୍ଯ୍ୟାନୁଷ୍ଠାନ କରିବାର ଏକ ପ୍ରମୁଖ ଓ ବଡ଼ କାରଣ ହେବ।
ଉକ୍ତ ବିଚାରର ପଛରେ ମୁଖ୍ୟ ଯୁକ୍ତି ଏହା ଯେ, ଯଦି ଆମେରିକା କିମ୍ୱା ଏହାର କୌଣସି ସହଯୋଗୀ ଦେଶ ଉପରେ ପ୍ରଥମ ଆକ୍ରମଣ ହୁଏ ତ , ଆମେରିକୀୟ ଜନତା ଇରାନ ସହ ପୂର୍ଣ୍ଣ ଯୁଦ୍ଧ ପାଇଁ ମାନସିକ ଭାବେ ଅଧିକ ପ୍ରସ୍ତୁତ ହେବ ଏବଂ ଏହାର ସମର୍ଥନ କରିବ। ସୂତ୍ରାନୁସାରେ , ଟ୍ରମ୍ପ ଓ ତାଙ୍କର ପରାମର୍ଶଦାତାଙ୍କ ମଧ୍ୟରେ କଥାବାର୍ତ୍ତାର ମୁଖ୍ୟ ସ୍ୱର ଏହା ଯେ, ‘ ଆମେ ତାଙ୍କ ଉପରେ (ଇରାନ ଉପରେ) ବୋମାମାଡ଼ କରିବାକୁ ଯାଉଛୁ। ’
ଏହାସହ ମଧ୍ୟ ପଢନ୍ତୁ : ଚୀନ୍ ସେନା ଉପରେ ବଡ଼ ସଙ୍କଟ, ଏଭଳି କମ୍ ହୋଇଯିବ ଯୁଦ୍ଧ ଲଢିବାର କ୍ଷମତା
ଆକ୍ରମଣର ଯୋଜନା ସତ୍ତ୍ୱେ, ଆମେରିକା କିଛି ଗୁରୁତର ରଣନୀତିକ ବିପଦର ମଧ୍ୟ ଆକଳନ କରୁଛି। ଏକ ବଡ଼ ଚିନ୍ତା ଏହା ଯେ, ଇରାନ ସହ ଯୁଦ୍ଧରେ ଆମେରିକୀୟ ଅସ୍ତ୍ରଶସ୍ତ୍ର ଓ ଗୋଳା ବାରୁଦର ଭଣ୍ଡାରରେ ଖୁବ୍ ହ୍ରାସ ଘଟିପାରେ। ଆମେରିକାକୁ ଭୟ ଯେ, ଚୀନ ଏହି ସ୍ଥିତିର ଫାଇଦା ଉଠାଇ ତାଇୱାନ ଉପରେ ସାମାରିକ କାର୍ଯ୍ୟାନୁଷ୍ଠାନ କରିପାରେ।
ଏକ ସୂତ୍ରରୁ ପ୍ରକାଶ ଯେ,- ଯଦି ଆମେ କ୍ଷମତା ପରିବର୍ତ୍ତନର ସ୍ତରର କଥା କହିବା ତ , ବହୁତ ଅଧିକ ସମ୍ଭାବନା ଯେ, ଇରାନ ନିଜର ପୂରା ଶକ୍ତିର ସହ ଜବାବୀ କାର୍ଯ୍ୟାନୁଷ୍ଠାନ ଆପଣାଇବ। ମଧ୍ୟ ପ୍ରାଚ୍ୟରେ ଆମେରିକାର ଅନେକ ସାମରିକ ଠିକଣା ଅଛି , ଯାହା ଆଇରନ ଡୋମ୍ (ଇସ୍ରାଏଲର ବାୟୁପ୍ରତିରକ୍ଷା ପ୍ରଣାଳୀ)ର ସୁରକ୍ଷା ପରିସରରେ ଆସେ ନାହିଁ। ଏହି ସବୁ ଠିକଣା ଉପରେ ହମଲାରେ ଆମେରିକୀୟ ସୈନିକଙ୍କ ଜୀବନ ଯାଇପାରେ, ଯାହା ଟ୍ରମ୍ପଙ୍କ ପାଇଁ ଏକ ବହୁତ ବଡ଼ ରାଜନୀତିକ ବିପଦ ସାବ୍ୟସ୍ତ ହୋଇ ପାରେ।
ଏହି ଉତ୍ତେଜନା ମଧ୍ୟରେ ଗୁରୁବାର ଜେନିଭାରେ ଇରାନୀ ବୈଦେଶିକ ମନ୍ତ୍ରୀ ଅବାସ ଅରାଗଚୀ, ଟ୍ରମ୍ପଙ୍କ ଦୂତ-ଷ୍ଟିଭ୍ ୱିଟକଫ୍ ଓ ଜେରେଡ କୁଶନରଙ୍କୁ ଭେଟିବାର କାର୍ଯ୍ୟକ୍ରମ ଅଛି। ଏହାକୁ ଏକ ବହୁତ ବଡ଼ ନିର୍ଣ୍ଣାୟକ ବୈଠକ କୁହାଯାଉଛି।
ଅନ୍ୟପଟେ ଜେନିଭା ପ୍ରସ୍ଥାନ କରିବା ପୂର୍ବରୁ , ଇରାନୀ ବୈଦେଶିକ ମନ୍ତ୍ରୀ ଅରାଗଚୀ ନିଜର ସ୍ଥିତି ସ୍ପଷ୍ଟ କରି ଦେଇଛନ୍ତି। ସେ କହିଛନ୍ତି ଯେ , ଇରାନ ଶାନ୍ତି ପୂର୍ଣ୍ଣ ଉଦ୍ଦେଶ୍ୟ ପାଇଁ ଚାଲୁ ରଖିଥିବା ନିଜର ପରମାଣୁ କାର୍ଯ୍ୟକ୍ରମରୁ କେବେ ବିରତ ହେବ ନାହିଁ। ସେ କଡ଼ା ଚେତାବନୀ ଦେଇ କହିଛନ୍ତି ଯେ, ଯଦି ଆମେରିକା ଇରାନ ଉପରେ କୌଣସି ବି ଆକ୍ରମଣ କରେ , ତ ଆରବ ଦେଶ ଗୁଡ଼ିକରେ ଥିବା ଆମେରିକୀୟ ସାମରିକ ଠିକଣା , ଇରାନର ବୈଧ ଲକ୍ଷ୍ୟ ହୋଇଯିବ ଏବଂ ଇରାନ ସେଗୁଡ଼ିକ ଉପରେ ଆକ୍ରମଣ କରିଦେବ।