ନୂଆଦିଲ୍ଳୀ,୪।୪: ହର୍ମୁଜ ପ୍ରଣାଳୀରେ ଜାରି ବିବାଦ ଭିତରେ ଇରାନ ଏବେ ଆଉ ଏକ ଗୁରୁତ୍ବପୂର୍ଣ୍ଣ ସାମୁଦ୍ରିକ ମାର୍ଗ ବାବା-ଅଲ୍-ମନ୍ଦେବ ଉପରେ ନିଜର ଧ୍ୟାନ କେନ୍ଦ୍ରିତ କରିବାର ସଙ୍କେତ ଦେଇଛି। ଏହି ପଦକ୍ଷେପ ଦ୍ବାରା ଅନ୍ତର୍ଜାତୀୟ ସପ୍ଳାଇ ଚେନ୍ ଓ ଶକ୍ତି ଯୋଗାଣକୁ ନେଇ ନୂଆ ଚିନ୍ତା ସୃଷ୍ଟି ହୋଇଛି। ଇରାନ ସଂସଦର ବାଚସ୍ପତି ମହମ୍ମଦ ବାକର କାଲିବାଫ୍ ନିକଟରେ ବୟାନ ଦ୍ବାରା ସଙ୍କେତ ଦେଇଛନ୍ତି ଏହା ରଣନୈତିକ ଜଳମାର୍ଗ ଏବେ ବିବାଦର ଆଗାମୀ କେନ୍ଦ୍ର ପାଲଟିପାରେ।
୨୮ ଫେବୃଆରୀରେ ଆରମ୍ଭ ହୋଇଥିବା ଆମେରିକା-ଇସ୍ରାଏଲ ଆକ୍ରମର ପରେ ଇରାନ ଓ ପଶ୍ଚିମ ଦେଶ ଭିତରେ ବିବାଦ ବଢି ଯାଇଥିଲା। ଏହି କାରଣରୁ ହର୍ମୁଜରୁ ସାମୁଦ୍ରିକ ଯାତାୟତ ପ୍ରଭାବିତ ହୋଇଛି। ଏହି ମାର୍ଗ ଦୁନିଆର ସବୁଠାରୁ ଗୁରୁତ୍ବପୂର୍ଣ୍ଣ ତୈଳ ଯୋଗାଣ ରାସ୍ତାରୁ ଗୋଟିଏ ଓ ଏହା ବନ୍ଦ,ହେବା ପୂର୍ବରୁ ହିଁ ବିଶ୍ବ ବଜାରରେ ଅସ୍ଥିରତା ବଢି ସାରିଛି। ଏବେ ବାବ୍-ଅଲ୍-ମନ୍ଦେବ ଉପରେ ସମ୍ଭାବିତ ବିବାଦୀୟ ସ୍ଥିତି ଆହୁରି ଗମ୍ଭୀର ହୋଇପାରେ।
ଷ୍ଟେ୍ରଟ୍ ଅଫ୍ ବାବ୍-ଅଲ୍-ମନ୍ଦେବ ଲୋହିତ ସାଗରକୁ ଏଡେନର ଖାଡ଼ି ସହ ଯୋଡିଥାଏ। ଏହା ଆଉ ଏକ ୟେମନର ସ୍ଥିତି, ଯେଉଁଠି ଏହାକୁ ଅତ୍ୟାଧିକ ସମ୍ବେଦନଶୀଳ ଓ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ବୋଲି କୁହାଯାଏ। ଏହି ମାର୍ଗ ୟୁରୋପ ଓ ଏସିଆ ଭିତରେ ବାଣିଜ୍ୟର ପ୍ରମୁଖ ସାମୁଦ୍ରିକ ରାସ୍ତା। ଏଠାରେ ବହୁ ପରିମାଣରେ ଅଶୋଧିକ ତୈଳ, ଏଲଏନଜି,ଅଟା, ଚାଉଳ ଓ ଉର୍ବରକ ଦୁନିଆର ବିଭିନ୍ନ ଦେଶକୁ ପରିବହନ ହୁଏ।
ୟେମେନ୍ରେ ହୁତି ବିଦ୍ରୋହୀ ପୂର୍ବରୁ ଏହି କ୍ଷେତ୍ରରେ ଜାହାଜ ଉପରେ ଆକ୍ରମଣର ଧମକ ଦେଇ ସାରିଛନ୍ତି। ତାଙ୍କୁ ଇରାନ ସମର୍ଥିତ ଏକ୍ସିସ୍ ଅଫ୍ ରେଜିଷ୍ଟାନ୍ସର ଅଂଶ ବୋଲି ମନେକରାଯାଏ। ଅକ୍ଟୋବର ୨୦୨୩ ରେ ଗାଜା ଯୁଦ୍ଧ ଆରମ୍ଭ ହେବାପରେ ହୁତି ଗୋଷ୍ଠୀ ମିସାଇଲ, ଡ୍ରୋନ୍ ଓ ବିସ୍ଫୋରକ ଡଙ୍ଗା ଜରିଆାରେ ଲୋହିତ ସାଗର ଓ ଏଡେନ ଖାଡିରେ ବହୁ ବ୍ୟବସାୟିକ ଜାହାଜକୁ ଟାର୍ଗେଟ କରିଥିଲେ। ନିକଟରେ ୨୮ ମାର୍ଚ୍ଚରେ ହୁତିମାନେ ଇସ୍ରାଏଲ ଉପରେ ମିସାଇଲ ମାଡ଼ କରିଥିଲେ, ଯାହାକି ବର୍ତ୍ତମାନର ବିବାଦୀୟ ସ୍ଥିତି ପରେ ତାଙ୍କର ପ୍ରଥମ ବଡ଼ ସାମରିକ କାର୍ଯ୍ୟାନୁଷ୍ଠାନ ଥିଲା।
ଏକ୍ସପର୍ଟଙ୍କ କହିବା ଅନୁସାରେ, ଯଦି ବାବ୍-ଅଲ୍-ମନ୍ଦେବରେ ବ୍ୟବଧାନ ସୃଷ୍ଟି କରିଥାଏ। ଏହାର ପ୍ରଭାବ ବିଶ୍ବ ତୈଳ ଦାମ୍, ସପ୍ଲାଇ ଚେନ୍ ଓ ଅନ୍ତର୍ଜାତୀୟ ବ୍ୟାପାର ଉପରେ ବ୍ୟାପକ ଭାବରେ ପଡିପାରେ। ତେବେ ବର୍ତ୍ତମାନ କୌଣସି ଔପଚାରିକ କଟକଣା ନାହିଁ, କିନ୍ତୁ ଅଳ୍ପ ବହୁତ ଆକ୍ରମଣ ଓ ଧମକ ପୂର୍ବରୁ ହିଁ ସିପିଂ କମ୍ପାନୀ ପାଇଁ ବିପଦଜନକ ଓ ବୀମା ଖର୍ଚ୍ଚ ବଢାଇ ଦେଇଥିଲା। ବିଶେଷଜ୍ଞଙ୍କ ଅନୁସାରେ, ହର୍ମୁଜ ପରେ ଯଦି ବାବା-ଅଲ୍-ମଦେବରେ ଅସ୍ଥିରତା ସୃଷ୍ଟି ହୁଏ ତେବେ ଆମେରିକା-ଇରାନ ସଂଘର୍ଷରେ ନୂଆ ଫ୍ଲାସପଏଣ୍ଟ ତିଆରି ହୋଇପାରେ। ୟେମେନର ଭୌଗାଳିକ ସ୍ଥିତି ଓ ହୁତି ଗତିବିଧି କାରଣରୁ ଏହି ଜଳମାର୍ଗ ପୂର୍ବରୁ ମଧ୍ୟ ୨୦୨୩-୨୪ ବେଳେ ବହୁବାର ବନ୍ଦ ହୋଇସାରଛି।