ପ୍ରମୂଖ ଖବର
  • ଭୁବନେଶ୍ୱର : ଏମ୍ସରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ; ଏମ୍ସର ନିର୍ଦ୍ଦେଶକଙ୍କ ସହ କରିଲେ ଆଲୋଚନା
  • ||
  • FM କଲେଜରେ ଛାତ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ ଘଟଣା; ପୀଡ଼ିତାଙ୍କ ପରିବାରକୁ ଭେଟିବେ ମୁଖ୍ୟମନ୍ତ୍ରୀ
  • ||
  • ରାଜ୍ୟସଭାକୁ ୪ ମନୋନୀତ, ମନୋନୀତ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ
  • ||
  • ବାଲେଶ୍ବର: ଟ୍ରକ୍‌ ଧକ୍କାରେ ଓଲଟି ପଡ଼ିଲା ବସ୍‌, ୨୦ରୁ ଉର୍ଦ୍ଧ୍ୱ ଗୁରୁତର
  • ||
  • ଏନ୍‌ସିଇଆର୍‌ଟି ବିଏଡ୍‌ ପ୍ରବେଶିକା ପରୀକ୍ଷା, ଆଜି ରାଜ୍ୟର ୪୪ କେନ୍ଦ୍ରରେ ୨୨ ହଜାର ଛାତ୍ରଛାତ୍ରୀ ଦେବେ ପରୀକ୍ଷା
  • ||
  • ସୋମବାର ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି: ଆଜି ପୁଲିସର କାର୍‌କେଡ୍‌ ରିହର୍ସାଲ, ଜଗିବେ ୫୦ ପ୍ଲାଟୁନ୍‌ ଫୋର୍ସ
  • ||
  • ଗାଜା ଉପରେ ଇସ୍ରାଏଲର ଭୟଙ୍କର ହମଲା, ୧୧୦ ପାଲେଷ୍ଟାନୀୟ ମୃତ
  • ||
  • ୧୬ରେ ବଙ୍ଗୋପସାଗରରେ ପୁଣି ଏକ ଘୂର୍ଣ୍ଣିବଳୟ ସମ୍ଭାବନା, ଆଜି ବର୍ଷା ନେଇ ଅଧା ଓଡ଼ିଶାକୁ ୟେଲୋ ଓ୍ବାର୍ଣ୍ଣିଂ
  • ||

ନେତନ୍ୟାହୁଙ୍କୁ କଡ଼ା ଜବାବ ଦେବ ଇରାନ , ସୈନିକଙ୍କୁ ପ୍ରସ୍ତୁତ ରହିବାକୁ ଆଦେଶ ଦେଲେ ଖାମେନେଇ

Published By : Prameya | November 1, 2024 4:20 PM

ନୂଆଦିଲ୍ଲୀ : ଇରାନ ଓ ଇସ୍ରାଏଲ ମଧ୍ୟରେ ବଢୁଥିବା ଉତ୍ତେଜନା ପୁଣି ଥରେ ମିଡିଲ-ଇଷ୍ଟରେ ବିପଦର ଘଣ୍ଟି ବଜାଇଛି। ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନେଇ ଇସ୍ରାଏଲର ସଦ୍ୟ ଏୟାର ହମଲାର ଜବାବରେ , ଦେଶର ସେନା ମୁଖ୍ୟଙ୍କୁ ଜବାବୀ କାର୍ଯ୍ୟାନୁଷ୍ଠାନ ପାଇଁ ପ୍ରସ୍ତୁତିର ଆଦେଶ ଦେଇଛନ୍ତି। କୁହାଯାଉଛି କି, ଖାମେନେଇ ଏହି ଆଦେଶ ସେତେବେଳେ ଜାରି କରିଛନ୍ତି , ଯେବେ ସେ ଇରାନରେ ଇସ୍ରାଏଲୀୟ ହମଲାରେ ହୋଇଥିବା କ୍ଷତିର ବିସ୍ତୃତ ସୂଚନା ପ୍ରାପ୍ତ ହୋଇଛି। ଇସ୍ରାଏଲ ଦ୍ୱାରା କରାଯାଇ ଥିବା ହମଲାରେ ଅଳ୍ପ ସଂଖ୍ୟକ ଇରାନୀ ସୈନିକଙ୍କ ମୃତ୍ୟୁ ହୋଇଛି। ଖାମେନେଇ କହିଛନ୍ତି କି , ଇରାନକୁ ଏହି ହମଲାର ପ୍ରତିଶୋଧ ନେବା ଉଚିତ୍‌ , ନୁହେଁତ ଏହାକୁ ଦୁର୍ବଳ ଭାବେ ଦେଖାଯିବ।

ଖବର ମୁତାବିକ, ଯେଉଁ ସ୍ଥାନରେ ହମଲା କରାଯାଇପାରେ ...ଇରାନୀ ସେନା ପ୍ଲାନର ଏହି ଇସ୍ରାଏଲୀୟ ଠିକଣା ଗୁଡ଼ିକର ଏକ ଲିଷ୍ଟ ପ୍ରସ୍ତୁତ କରୁଛି। ସୂଚନା ଅନୁସାରେ , ଇରାନ ଏହି ହମଲା ଇରାକର ରାସ୍ତାରେ ଥିବା ନିଜର ଫାଇଟରଙ୍କ ମାଧ୍ୟମରେ କରିପାରେ।ଏମିତି କୁହାଯାଉଛି କି , ଏହି ରଣନୀତିରେ ଇରାନ ନିଜର ହିଁ କ୍ଷେତ୍ରରେ ପ୍ରତ୍ୟକ୍ଷ ହମଲାରୁ ରକ୍ଷା ପାଇଁ ଇସ୍ରାଏଲକୁ ଗୁରୁତପୂର୍ଣ୍ଣ କ୍ଷତି କରିବାକୁ ଚେଷ୍ଟା କରିପାରେ। 

ଅନ୍ୟପଟେ , ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ କହିଛନ୍ତି ଯେ, ଇସ୍ରାଏଲର ସୁରକ୍ଷା ପ୍ରତି ତାଙ୍କର ନୀତିରେ କୌଣସି ଢିଲା ହେବ ନାହିଁ। ନେତନ୍ୟାହୁ ଏହି ହମଲା ପରେ ଘୋଷଣା କରିଛନ୍ତି ଯେ, ଇସ୍ରାଏଲୀୟ ବାୟୁ ସେନା ଇରାନର ଗୁରୁତ୍ତ୍ୱପୂର୍ଣ୍ଣ ସେନା ଠିକଣା ଗୁଡ଼ିକୁ ଟାର୍ଗେଟ୍ କରିଛି ଏବଂ ଦାବି କରିଛନ୍ତି ଯେ ଏହି ହମଲା ଇରାନର ବାୟୁ ପ୍ରତିରକ୍ଷା ପ୍ରଣାଳୀକୁ ଗୁରୁତର ରୂପେ ଦୁର୍ବଳ କରି ଦେଇଛି। ସେ ଏହା ମଧ୍ୟ କହିଛନ୍ତି, ଆମର ମୁଖ୍ୟ ଉଦ୍ଦେଶ୍ୟ ଇରାନକୁ ପରମାଣୁ ଅସ୍ତ୍ର ଯାଏ ପହଞ୍ଚିବାରୁ ରୋକିବା। ଆମେ ଇରାନରେ ଏମିତି ସ୍ଥାନ ଉପରେ ହମଲା କରିଛୁ , ଯାହା ସେ କେବେ ଭାବି ବି ନଥିଲେ। ଇସ୍ରାଏଲକୁ ଆଜି ଇରାନାରେ କେଉଁଠି ବି କାର୍ଯ୍ୟାନୁଷ୍ଠାନର ଅଧିକ ସ୍ୱାଧିନତା ମିଳିଛି। 

ମିଡ଼ିଆ ରିପୋର୍ଟ ମୁତାବିକ, ଇରାନ ପକ୍ଷରୁ ସଦ୍ୟ ହମଲା ପରେ କଡ଼ା ପ୍ରତିଶୋଧର ଧମକ ଦିଆଯାଇଛି। ସୂତ୍ରାନୁସାରେ , କିଛି ବିଶେଷଜ୍ଞଙ୍କ ଅନୁସାରେ ଇରାନ ଏହି ହମଲାର ଜବାବ ଆମେରିକାର ନିର୍ବାଚନ ପରେ ଦେଇପାରେ,  ଯାହାକି କିଛି ଏମିତି  ଖୁବ୍‌ ଶୀଘ୍ର ଘଟିବାର ଦେଖିବାକୁ ମିଳୁଛି। ଏମିତି ସ୍ଥିତିରେ ମିଡିଲ –ଇଷ୍ଟରେ ପୁଣି ଥରେ ଗୁରୁତର ବିପଦ ଘେରି ରହିଛି। ବିଶେଷଜ୍ଞଙ୍କ ଅନୁସାରେ ଇରାନ ଓ ଇସ୍ରାଏଲ ମଧ୍ୟରେ ଏହି ଉତ୍ତେଜିତ ମାହୋଲ ଆଗକୁ ଜାରି ରହିଲେ , ଏହାର ପ୍ରଭାବ କେବଳ ଏହି ଦୁଇ ଦେଶ ଉପରେ ନୁହେଁ ପୂରା ବିଶ୍ୱରେ ପଡ଼ିପାରେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.