ନୂଆଦିଲ୍ଲୀ : ଇରାନର ପ୍ରାଇମେରୀ କ୍ରୁଡ୍ ଅଏଲ ଏକ୍ସପୋର୍ଟ ହବ୍ ଖର୍ଗ ଦ୍ୱୀପକୁ ଆମେରିକା ଟାର୍ଗେଟ୍ କରିଛି। ଆମେରିକୀୟ ବାୟୁସେନା ପକ୍ଷରୁ ଖର୍ଗ ଦ୍ୱୀପ ଉପରେ ମଙ୍ଗଳବାର ବଡ଼ ସ୍ତରରେ ବୋମାମାଡ଼ କରାଯାଇଛି। ଏହି ଆକ୍ରମଣ ଏମିତି ସମୟରେ ହୋଇଛି ,ଯେତେବେଳେ ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ପ୍ରତି ବ୍ରିଜ୍ ଓ ପାୱାର ପ୍ଲାଣ୍ଟକୁ ଉଡ଼ାଇବାକୁ ଧମକ ଦେଇଥିଲେ। ଟ୍ରମ୍ପ ସୋମବାର କହିଥିଲେ ଯେ, ସେ ଯୁଦ୍ଧ ଅପରାଧ କରିବା ଚିନ୍ତା କେବେ କରୁ ନାହାନ୍ତି ଏବଂ ସେ ଇରାନର ଭିତ୍ତିଭୂମି ସୁବିଧାକୁ ନଷ୍ଟ କରିବାକୁ ଧମକ ଦେଇଛନ୍ତି। ସେ ଏହା ମଧ୍ୟ ଚେତାବନୀ ଦେଇଛନ୍ତି ଯେ, ପ୍ରତି ପାୱାର ପ୍ଲାଣ୍ଟ ଜଳିବ। ବିସ୍ଫୋରଣ ହେବ ଏବଂ ପୁଣି କେବେ ବି ବ୍ୟବହୃତ ହୋଇ ପାରିବ ନାହିଁ। ସେ କହିଛନ୍ତି , ମୋର ଆଶା ଯେ, ମୋତେ ଏମିତି କରିବାକୁ ପଡ଼ିବ ନାହିଁ।
ଇରାନ ପାଇଁ ଖର୍ଗ ଦ୍ୱୀପ ଖୁବ୍ ଗୁରୁତ୍ତ୍ୱପୂର୍ଣ୍ଣ , କାରଣ ଏହା ଦେଶର ଅଶୋଧିତ ତୈଳର ରପ୍ତାନୀର ମୁଖ୍ୟ କେନ୍ଦ୍ର। ପାରସ୍ୟର ଉପସାଗରରେ ଥିବା ଏହି ଛୋଟିଆ ଦ୍ୱୀପ ଇରାନର ଉପକୂଳ ଠାରୁ ପାଖାପାଖି ୨୫-୩୦ କିଲୋମିଟର ଦୂର। ଏହି ଠାରୁ ଇରାନର ମୋଟ ଅଶୋଧିତ ତୈଳ ରପ୍ତାନୀର ପ୍ରାୟ ୯୦ ପ୍ରତିଶତ ଯାଇଥାଏ। ମୁଖ୍ୟ ତୈଳ କ୍ଷେତ୍ର ଗୁଡ଼ିକ ଯେମିତି କି ଅହୱାଜ, ମାରୁନ ଓ ଗଚସାରାନ ଠାରୁ ପାଇପଲାଇନ୍ ମାଧ୍ୟମରେ ତୈଳ ଏଠାରେ ପହଞ୍ଚେ,ଯେଉଁଠି ୩୦ ମିଲିୟନ ବ୍ୟାରଲ ଯାଏ ଷ୍ଟୋରେଜ କ୍ଷମତା ଅଛି। ଗଭୀର ଜଳ ଥିବା କାରଣରୁ ଏଠାରେ ୧୦ ସୁପରଟ୍ୟାଙ୍କର ଏକାଠି ଲୋଡ୍ ହୋଇ ପାରିବେ। ଯାହାର ଦୈନିକ କ୍ଷମତା ପ୍ରାୟ ୭ ମିଲିୟନ ବ୍ୟାରେଲ। ତୈଳ ମୁଖ୍ୟ ରୂପେ ଚୀନ ଓ ଏସିଆନ ବଜାରକୁ ରପ୍ତାନୀ ହୋଇଥାଏ,ଯାହା ଇରାନର ବିଦେଶୀ ମୁଦ୍ରା ଆୟ କରିବାର ପ୍ରମୁଖ ଉତ୍ସ।
ଖର୍ଗ ଦ୍ୱୀପ ଇରାନର ଅର୍ଥବ୍ୟବସ୍ଥାର ମେରୁଦଣ୍ଡ , କାରଣ ତୈଳ ରପ୍ତାନୀରୁ ମିଳୁଥିବା ରାଜସ୍ୱ ସରକାରୀ ବଜେଟ୍ ଓ ସୈନ୍ୟ ଖର୍ଚ୍ଚକୁ ତୁଲାଇ ଥାଏ। ଯଦି ଖର୍ଗ ଦ୍ୱୀପ ଉପରେ କୌଣସି ଗୁରୁତର ଆକ୍ରମଣ ହୁଏ , ତ ଇରାନର ତୈଳ ରପ୍ତାନୀ ପ୍ରାୟ ଶୂନ୍ୟ ହୋଇ ଯିବ,ଏଥିରେ ଅର୍ଥ ବ୍ୟବସ୍ଥାକୁ ଖୁବ୍ କ୍ଷତି ପହଞ୍ଚିବ।ଏହ କାରଣକୁ ଏହାକୁ ଇରାନର ଆର୍ଥିକ ଜୀବନରେଖା ବା କ୍ରାଉନ୍ ଜ୍ୱେଲ୍ କୁହାଯାଏ।
ଆହୁରି ମଧ୍ୟ ପଢନ୍ତୁ : ତେହେରାନରେ ବିସ୍ଫୋରଣ , ଉଡ଼ୁଛି ଫାଇଟର ଜେଟ୍ ; ଇରାନୀ ରାଷ୍ଟ୍ରପତି କହିଲେ – ମୋ ସହ ଦେଢ କୋଟି ମରିବାକୁ ପ୍ରସ୍ତୁତ