ନୂଆଦିଲ୍ଲୀ : ଇରାନରେ ଗତ ପ୍ରାୟ ୪୦ ଦିନରୁ ଜାରି ଯୁଦ୍ଧ ଏବେ ଆହୁରି ଜୋରଦାର ହୋଇଛି। ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ରାତି ୮ଟା ସୁଦ୍ଧା ଡେଡଲାଇନ୍ ସ୍ଥିର କରିଛନ୍ତି ଏବଂ କହିଛନ୍ତି ଯେ, ଯଦି ଇରାନ କୌଣସି ବୁଝାମଣା ନକରେ , ତ ପୁଣି ଭୟଙ୍କର ଆକ୍ରମଣ ହେବ। ତାଙ୍କର କହିବାନୁସାରେ ,ରାତି ୮ଟାରୁ ଆକ୍ରମଣ ଆରମ୍ଭ ହେବ ଏବଂ ରାତି ୧୨ଟା ସୁଦ୍ଧା ପୂରା ଦେଶ ଧ୍ୱଂସ ହୋଇଯିବ। ଏହି ମଧ୍ୟରେ ଇରାନର ରାଜଧାନୀ ତେହେରାନରେ ମାହୋଲ ବିଗିଡ଼ି ଯାଇଛି। ଇସ୍ରାଏଲର ଫାଇଟର ଜେଟ୍ ତେହେରାନର ଆକାଶରେ ଉଡ଼ୁଥିବା ବେଳେ ଅନେକ ସ୍ଥାନରେ ବିସ୍ଫୋରଣର ସ୍ୱର ମଧ୍ୟ ଶୁଣାଯାଉଛି। ଏହି ସବୁ ବିସ୍ଫୋରଣରେ କିଛି ଲୋକଙ୍କ ମୃତାହତ ହେବାର ମଧ୍ୟ ଖବର ଅଛି।

ଇସ୍ରାଏଲ ପକ୍ଷରୁ ଇରାନର ଲୋକଙ୍କୁ ଅପିଲ କରାଯାଇଛି ଯେ, ସେ ଆଗାମୀ ୧୨ ଘଣ୍ଟା ଯାଏ ଟ୍ରେନରେ ଯାତ୍ରା କରନ୍ତୁ ନାହିଁ। ଇସ୍ରାଏଲର କହିବାନୁସାରେ , ଆମେ ଇରାନର ଲୋକଙ୍କ ସୁରକ୍ଷାକୁ ନେଇ ଚିନ୍ତିତ ଏବଂ ଏଥିପାଇଁ ଏମିତି ଅପିଲ କରୁଛୁ। ଇସ୍ରାଏଲ କହିଛି ଯେ, ଆପଣ ମାନେ ସମସ୍ତେ କେହି ରାତି ୧୧ଟା ସୁଦ୍ଧା ଟ୍ରେନରେ ଯାତ୍ରା କରନ୍ତୁ ନାହିଁ। ଯଦି ଆପଣ ଟ୍ରେନରେ ଯାତ୍ରା କରୁଛନ୍ତି ଅଥବା ରେଲୱେ ଷ୍ଟେସନର ନିକଟକୁ ଯାଉଛନ୍ତି ତ ଆପଣଙ୍କ ଜୀବନ ବିପଦରେ ପଡ଼ିପାରେ। ଇସ୍ରାଏଲର ସେନା ପାର୍ସିରେ ସନ୍ଦେସ ଜାରି କରି ମଧ୍ୟ ଇରାନର ଲୋକଙ୍କୁ ଏହି ଅପିଲ କରିଛି। ଇରାନ କହିଛି ଏହା ଆମ ପକ୍ଷରୁ ଏମର୍ଜେନ୍ସି ଅପିଲ ଏବଂ ଆପଣ ସମସ୍ତେ ନିଜ ନିଜର ସୁରକ୍ଷା ପାଇଁ ଏହା ପାଳନ କରନ୍ତୁ।

ଅନ୍ୟପଟେ ଇରାନୀ ରାଷ୍ଟ୍ରପତି ମସୁଦ ପେଜେସ୍କିୟାନଙ୍କର କହିବାନୁସାରେ ଇରାନର ୧.୪ କୋଟି ଲୋକ ମରିବାକୁ ପ୍ରସ୍ତୁତ। ଆମେ ଇରାନର ସୁରକ୍ଷା ଓ ଅସ୍ମିତା ପାଇଁ ନିଜକୁ ତ୍ୟାଗ ମଧ୍ୟ କରିପାରୁ ଏବଂ ମୁଁ ନିଜେ ଏହି ମାମଲାରେ ସବୁଠୁ ଆଗରେ ରହିବି। ପେଜେସ୍କିୟାନ କହିଛନ୍ତି , ମୁଁ ନିଜେ ଇରାନ ପାଇଁ ଜୀବନକୁ ବଳି ଦେବାକୁ ପ୍ରସ୍ତୁତ। ମୋ ସହ ଇରାନର ୧.୪ କୋଟି ଲୋକ ଏବେସୁଦ୍ଧା ଶପଥ ନେଇଛନ୍ତି। ସେମାନେ ଯେକୌଣସି ସ୍ଥିତିରେ ନିଜ ଦେଶର ସୁରକ୍ଷା ପାଇଁ ମୁତୟନ ରହିବେ।

ଉଲ୍ଲେଖନୀୟ ଯେ, ଏବେସୁଦ୍ଧା ଡୋନାଲ୍ଡ ଟ୍ରମ୍ପଙ୍କ ପକ୍ଷରୁ ମଙ୍ଗଳବାର ରାତିକୁ ନେଇ ଅନେକ ଧମକ ଆସୁଛି। କିଛି ରିପୋର୍ଟରେ କୁହାଯାଇଛି ଯେ, ଏହି ଡେଡଲାଇନକୁ ବୃଦ୍ଧି କରାଯାଇ ପାରେ, କିନ୍ତୁ କୌଣସି ଔପଚାରିକ ସୂଚନା ମିଳି ନାହିଁ।

ଆହୁରି ମଧ୍ୟ ପଢନ୍ତୁ : ଅଚେତ ହୋଇଗଲେ ଇରାନର ସୁପ୍ରିମ୍ ଲିଡର, ଟ୍ରମ୍ପଙ୍କ ଧମକ ପରେ ଆସିଲା ଚକିତ ଖବର