ପ୍ରମୂଖ ଖବର
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌, ଯାତାୟତ ବାଧାପ୍ରାପ୍ତ

Published By : Harapriya Sethi | January 24, 2025 8:02 AM

ଜି.ଉଦୟଗିରି,୨୪/୦୧: ଭାରସାମ୍ୟ ହରାଇ କଳିଙ୍ଗା ଘାଟିରେ ଓଲଟିଲା ଲୁହା ରଡ୍‌ ବୋଝେଇ ଟ୍ରକ୍‌ । ଏହି ଦୁର୍ଘଟଣା ଫଳରେ ଘାଟି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଯାହା ଦ୍ୱାରା କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଆଦି ଯିବାକୁ ଥିବା ଅନେକ ଯାନବାହନ, ବସ୍‌ ଓ ମାଲ ବୋଝେଇ ଟ୍ରକ୍‌ ଦୁଇ ପାର୍ଶ୍ଵରେ ଅଟକି ରହିଛି । ଗଜପତି ଜିଲ୍ଲା କଳିଙ୍ଗା ଘାଟିରେ ଏଭଳି ଘଟଣା ଘଟିଥିବାର ଖବର ସାମ୍ନାକୁ ଆସିଛି । 

ସୂଚନା ମୁତାବକ, ଏକ ଲୁହା ରଡ୍‌ ବୋଝେଇ ଟ୍ରକ୍‌ କଳିଙ୍ଗା ଘାଟି ରାସ୍ତା ଦେଇ ଯାଉଥିଲା । ଘାଟି ରାସ୍ତା ଦେଇ ଯିବା ବେଳେ ମଧ୍ୟ ରାତ୍ରରେ ଭାରସାମ୍ୟ ହରାଇ ରାସ୍ତା ଉପରେ ଟ୍ରକ୍‌ଟି ଓଲଟି ପଡିଥିଲା । ରାସ୍ତା ଉପରେ ରଡ୍ ଗୁଡ଼ିକ ପଡ଼ିଯିବାରୁ ଘାଟି ରାସ୍ତା ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି । ଫଳରେ କନ୍ଧମାଳ ଜିଲ୍ଲାରୁ ଭୁବନେଶ୍ବର, ବ୍ରହ୍ମପୁର, ରାୟଗଡ଼ା, ରାୟପୁର ଆଦି ଯିବାକୁ ଥିବା ଅନେକ ଯାନବାହନ, ବସ୍‌ ଓ ମାଲ ବୋଝେଇ ଟ୍ରକ ଦୁଇ ପାର୍ଶ୍ଵରେ ଅଟକି ରହିଥିବାର ଦେଖିବାକୁ ମିଳିଛି । ଏହା ଦେଖି ସ୍ଥାନୀୟଲୋକେ ତୁରନ୍ତ ପୋଲିସକୁ ଖବର ଦେଇଥିଲେ । ଖବର ପାଇ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା ଚଳାଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.