ମାଲକାନଗିରି/ ମାଥିଲି, ୨୮/୧୧ (ଆ ପ୍ର) ରୋଷେୟା ନିଯୁକ୍ତି ରେ ଅନିୟମିତତା ଅଭିଯୋଗ କରି  ଗ୍ରାମବାସୀ ଚାରି ଦିନ ହେବ ଅଙ୍ଗନବାଡ଼ି କେନ୍ଦ୍ରରେ  ତାଲା ପକାଇ  ରଖିଛନ୍ତି। ଗଛ ମୂଳେ କୋମଳମତି ଶିଶୁ ପଢୁଛନ୍ତି ପାଠ । ରନ୍ଧା ଖାଦ୍ୟ ବଦଳରେ ଖାଉଛନ୍ତି ଶୁଖିଲା ବିସ୍କୁଟ ।ଏଭଳି ପ୍ରାକ ଶିକ୍ଷାର ବିକଳ ଚିତ୍ର ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ମାଥିଲି ବ୍ଲକ ଚାଉଳମେନ୍ଦି ପଞ୍ଚାୟତର ପଦର ସାହିରେ । 

ଏହି ଅଙ୍ଗନୱାଡି କେନ୍ଦ୍ରରେ ୬୨ ଜଣ କୋମଳମତି ଶିଶୁଙ୍କୁ ନେଇ ଚାଲିଛି ପ୍ରାକ ଶିକ୍ଷା ଦାନ । କିଛି ଦିନ ହେବ ରୋଷେୟା ଚାକିରୀକୁ ନେଇ ଗ୍ରାମରେ ହୋଇଛି ଉତ୍ତେଜନା । ସରପଞ୍ଚ ଜଳନ୍ଧର ନାୟକଙ୍କ   ସୂଚନା ଅନୁଯାୟୀ ପୂର୍ବରୁ ରୋଷେୟା କାର୍ଯ୍ୟ କରୁଥିବା  ମହିଳାଙ୍କୁ   ଚାରି ବର୍ଷ ହେବ ଦରମା ମିଳିନାହିଁ । କିନ୍ତୁ ତାଙ୍କ ଦେହ ଅସୁସ୍ଥ କାରଣରୁ ତାଙ୍କ ବୋହୁ ନିର୍ମଳା ନାୟକ ,ବୟସ ୨୩ ,ଶିକ୍ଷା ଗତ ଯୋଗ୍ୟ  ଦ୍ୱାଦଶ।ଦୀର୍ଘ ୫ ମାସ ହେବ ରୋଷେଇ କାର୍ଯ୍ୟ କରି ଆସୁଛନ୍ତି। ଯେହେତୁ ନିର୍ମଳା ଦୀର୍ଘ ୫ମାସ କାର୍ଯ୍ୟ କରି ଆସୁଛନ୍ତି। 

କିନ୍ତୁ  ରୋଷେୟା ପଦବୀ ପାଇଁ ନିର୍ମଳାଙ୍କୁ ମନୋନୀତ ନକରି ଅନ୍ୟ ଜଣେ ମହିଳାଙ୍କୁ ନିଯୁକ୍ତି କରିଛି ବିଭାଗୀୟ ଅଧିକାରୀ। ଯାହାକୁ ନେଇ ଗ୍ରାମବାସୀ ବିରୋଧ କରିଛନ୍ତି।ଏହାକୁ ନେଇ ଗ୍ରାମବାସୀ ଏବଂ ସରପଞ୍ଚ ବିଡ଼ିଓ ଓ ସିଡିପିଓ ଙ୍କୁ ଦାବି କରି ଆସୁଥିଲେ ମଧ୍ୟ ସେମାନଙ୍କ କଥାକୁ ଗୁରୁତ୍ଵ ଦେଉନଥିବାରୁ ଶେଷରେ ବାଧ୍ୟ ହୋଇ ଅଙ୍ଗନବାଡି କେନ୍ଦ୍ରରେ ତାଲା ପକାଇ ପ୍ରତିବାଦ କରିଛନ୍ତି। ଯେଉଁ ପର୍ଯ୍ୟନ୍ତ ଏହାର ସମାଧାନ ନହୁଏ ସେପର୍ଯ୍ୟନ୍ତ ତାଲା ଖୁଲିବୁ ନାହିଁ ବୋଲି କହିଛନ୍ତି ଗ୍ରାମ ବାସୀ । ନହେଲେ ଗ୍ରାମବାସୀ ସମସ୍ତେ ମିଶି ଜିଲ୍ଲାପାଳ ଙ୍କ ନିକଟକୁ ଯିବୁ ବୋଲି କହିଛନ୍ତି। ଯାହା ଦ୍ୱାରା କୋମଳମତି ଶିଶୁ ମାନେ ଗଛ ମୂଳେ ଶିକ୍ଷାଦାନ ନେଉଥିବା ବେଳେ ବିସ୍କୁଟ ଖାଇ ଘରକୁ ଫେରିଛନ୍ତି। ଏ ବାବଦରେ ଆମେ ସିଡିପିଓ ମିନତୀ ବେହେରାଙ୍କୁ ପଚାରିବାରୁ ମୁଁ କିଛି ଜାଣି ନାହିଁ ବୋଲି କହୖଥିଲେ। ଏହାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇ ଯେଉଁ ମାନେ ଏଥିରେ ସମ୍ପୃକ୍ତ ଅଛନ୍ତି ତାଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି।