ଯୁଦ୍ଧ ପାଇଁ କମ୍ ପଡୁଛନ୍ତି ଋଷ ସୈନିକ ! ଆଫ୍ରିକୀୟ ଛାତ୍ରଙ୍କୁ ଲଢେଇ କରିବାକୁ ଦିଆଯାଉଛି ଚାପ, ରାଜି ନହେଲେ ଦିଆଯାଉଛି ଧମକ

ମସ୍କୋ,୨୮।୧୧: ଋଷ-ୟୁକ୍ରେନ୍ ଯୁଦ୍ଧ ଏବେ ବି ଜାରି ରହିଛି। ୟୁକ୍ରେନ୍କୁ ନଷ୍ଟ କରିବାର ପ୍ରତିଜ୍ଞା ନେଇଛି ଋଷ। ଶୁଣିବାକୁ ମିଳୁଛି ଯେ, ଋଷ ଏବେ ସେଠାରେ ଆଫ୍ରିକୀୟ ଛାତ୍ରଙ୍କୁ ଯୁଦ୍ଧକୁ ପଠାଇବାର ଚାପ ପକାଉଛି। ଯଦି ସେ ଏହି ଯୁଦ୍ଧରେ ସାମିଲ ନହୁଅନ୍ତି ତେବେ ତାଙ୍କର ଟ୍ୟୁସନ୍ ଫି’ ବଢାଇ ଦିଆଯିବ। ସମାଚାର ଏଜେନ୍ସି ଓ୍ବେବସାଇଟ୍ ‘ଦ ଡେଲି ବିଷ୍ଟ’ ୨୧ ନଭେମ୍ବରର ବୋଲି କୁହାଯାଉଛି। ଗତ ୩ ମାସ ହେବ ରୁଷର ଦକ୍ଷିଣ ବିଶ୍ବବିଦ୍ୟାଳୟର ଅଧିକାରୀମାନେ ଛାତ୍ରଙ୍କୁ ଋଷ ସେନାକୁ ନିଜର ରାଙ୍କରେ ସାମିଲ ହେବାର ପ୍ରସ୍ତାବକୁ ସ୍ବୀକାର କରିବା ପାଇଁ ରାଜି କରିବାକୁ ଚେଷ୍ଟା କରିଛି।
‘ଦ ଡେଲି ବିଷ୍ଟ’ର ରିପୋର୍ଟ ଅନୁସାରେ, ରୁଷର ରୋଷ୍ଟୋଭ୍-ଅନ୍-ଡନ୍ ଦକ୍ଷିଣ ବିଶ୍ବବିଦ୍ୟାଳୟର ଛାତ୍ର କହିଛନ୍ତି, ଋଷରେ ପଢୁଥିବା ଆଫ୍ରିକୀୟ ଛାତ୍ରଙ୍କୁ ୟୁକ୍ରେନ୍ ବିରୋଧରେ ଲଢୁଥିବା ଋଷର ବେଗନର ଗୋଷ୍ଠୀର ଭଡା ସୈନିକ ଭାବରେ ସାମିଲ କରିବାକୁ ଚାପ ପକାଉଛି। ୟୁକ୍ରେନ୍ରେ ଲଢିବାକୁ ଇଚ୍ଛୁକ ଥିବା ଲୋକଙ୍କ ପାଇଁ ୩୦୦୦ ଡଲାରୁ ୫୦୦୦ ଡଲାର ପର୍ଯ୍ୟନ୍ତ ବେତନ ଦେବାର ପ୍ରତିଶୃତି ଦିଆଯାଇଛି। ସେଭଳି ପ୍ରସ୍ତାବକୁ ପ୍ରତ୍ୟାଖାନ କରୁଥିବା ଛାତ୍ରଙ୍କ ଛାତ୍ରବୃତ୍ତି ରଦ୍ଦ କରିବା ଓ ତାଙ୍କର ଟ୍ୟୁସନ୍ ଖର୍ଚ୍ଚ ବୃଦ୍ଧି କରିବାକୁ ଋଷ ପକ୍ଷରୁ ଧମକ ଦିଆଯାଇଛି।
ଋଷରେ କିଛି ନାଇଜେରିଆ ଛାତ୍ର ‘ ଦ ଡେଲି ବିଷ୍ଟ’କୁ କହିଛନ୍ତି, ସ୍କୁଲର ୩ ଅଧିକାରୀ ଯିଏକି ଆଜିକାଲି ଆମର ହଷ୍ଟେଲକୁ ଭେଟିବାକୁ ଆସୁଛନ୍ତି। ଏପରିକି ବହୁବାର ମନାଇବାକୁ ମଧ୍ୟ ଚେଷ୍ଟା କରୁଛନ୍ତି। ଟଙ୍କା ରୋଜଗାର କରିବାର ଲୋଭ ଦେଖାଇବ ଏଭଳି ଚାପ ପକାଇବାକୁ ଚାହାନ୍ତି। ଏହା ସହିତ ଛାତ୍ରଙ୍କୁ କୁହାଯାଉଛି ‘ଆଫ୍ରିକୀୟମାନେ ପୂର୍ବରୁ ହିଁ ୟୁକ୍ରେନ୍ରେ ଲଡୁଛନ୍ତି ଓ ଭଲ ଟଙ୍କା ରୋଜଗାର କରୁଛନ୍ତି।’