PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ନୂଆଦିଲ୍ଲୀ : ଭଗବାନ ଚିତ୍ରଗୁପ୍ତଙ୍କ ଚରିତ୍ରକୁ ମଜାଳିଆ ଢଙ୍ଗରେ ଚିତ୍ରଣ କରିବାକୁ ନେଇ ଅଭିନେତା ଅଜୟ ଦେବଗନଙ୍କ ସମେତ କେତେକଙ୍କ ନାଁରେ ଏତଲା
  • ||
  • ଖୋର୍ଦ୍ଧା : ଆୟକର ଅଧିକାରୀ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇ ରେଡ୍, ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ନେଉଥିଲେ ସୁନା ଓ ଟଙ୍କା
  • ||
  • ସମ୍ବଲପୁର : ବରଗଡ଼ ଜିଲ୍ଲା ଅମ୍ବାଭୋନା ବ୍ଲକର ଗୋବିନ୍ଦପୁରକୁ ପ୍ରଥମ ‘ପକ୍ଷୀଗ୍ରାମ’ ମାନ୍ୟତା, ଯୋଜନାରେ ସାମିଲ ହେବେ ୩ ଗାଁ
  • ||
  • ଭୁବନେଶ୍ବର : ବରମୁଣ୍ଡା ବସ ଷ୍ଟାଣ୍ଡରୁ ୫୦କେଜି ଗଞ୍ଜେଇ ଜବତ, ୪ ଗଞ୍ଜେଇ ଚୋରା ଚାଲାଣକାରୀ ଗିରଫ
  • ||
  • ଭୁବନେଶ୍ୱର : ହସ୍ପିଟାଲରୁ ଡିସଚାର୍ଜ ହେଲେ ଓଲିଉଡ ଷ୍ଟାର ବାବୁସାନ ମହାନ୍ତି, ଗତ କିଛି ଦିନ ହେବ ଅସୁସ୍ଥ ହୋଇ ଭୁବନେଶ୍ୱରର ଘରୋଇ ମେଡିକାଲରେ ହେଉଥିଲେ ଚିକିତ୍ସିତ
  • ||
  • କଟକ : କଟକ ପାରାଦୀପ ରାସ୍ତା ସୋମପୁର ବଜାର ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ଗ୍ୟାରେଜ ଉପରେ ମାଡିଗଲା ଟ୍ରକ
  • ||
  • ଯାଜପୁର : କୁଆଖିଆ ଥାନା ଅନ୍ତର୍ଗତ ବସଷ୍ଟାଣ୍ଡ ନିକଟରେ ଯାଜପୁର ଅବକାରୀ ବିଭାଗ ଚଢ଼ାଉ, ୮୦ ଗ୍ରାମ ବ୍ରାଉନସୁଗାର ଜବତ
  • ||

ନେପାଳରେ ଆଇଏସ୍‌ଆଇ ଏଜେଣ୍ଟକୁ ଗୋଡାଇ ଗୋଡାଇ ହତ୍ୟା, ବଞ୍ଚିବା ପାଇଁ ଛାତରୁ ଡେଇଁ ପଡିଲା ଝିଅ

କାଠମାଣ୍ଡୁ,୨୨।୯: ନେପାଳର ରାଜଧାନୀ କାଠମାଣ୍ଡୁରେ ଆଇଏସଆଇ ଏଜେଣ୍ଟଙ୍କୁ ଦୌଡି ଦୌଡି ହତ୍ୟା। ଲାଲ ମହମ୍ମଦ ଓରଫ୍‌ ମହମ୍ମଦ ଦର୍ଜି କାରରେ ନିଜ ଘରକୁ ଆସିଥିଲା, ସେତେବେଳେ ଅଜଣା ଆକ୍ରମଣକାରୀ ତା ଉପରେ ଜୋରଦାର ଗୁଳିମାଡ କରିଥିଲେ। ଲାଲ ମହମ୍ମଦଙ୍କୁ ବଞ୍ଚାଇବା ପାଇଁ ତାଙ୍କ ଝିଅ ଛାତରୁ ଡେଇଁ ପଡିଥିଲେ, କନ୍ତୁ ଆକ୍ରମଣରେ ଲାଲ ମହମ୍ମଦଙ୍କର ମୃତ୍ୟୁ ​‌ହୋଇଛି। ଏହି ଘଟଣା ସିସିଟିଭିରେ କଏଦ ହୋଇଯାଇଛି। ଆଇଏସଆଇର ଇଶାରାରେ ଲାଲ ମହମ୍ମଦ ପାକିସ୍ତାନ ଓ ବାଂଲାଦେଶରୁ ଭାରତୀୟ ଫେକ୍‌ କରେନ୍ସି ନେପାଳ ମଗାଇ ନେପାଳରୁ ଭାରତକୁ ସପ୍ଲାଇ କରୁଥିଲା।

ଲାଲ ମହମ୍ମଦ ଓରଫ୍ ମହମ୍ମଦ ଦର୍ଜି ଭାରତୀୟ କରେନ୍ସିର ଜାଲ ନୋଟର ବଡ ସପ୍ଲାୟର ଥିଲା। ସେ ଆଇଏସଆଇ ଏଜେଣ୍ଟ ମଧ୍ୟ ଥିଲା। କେବଳ ସେତିକି ନୁହେଁ ଡି ଗ୍ୟାଙ୍ଗର ଯୋଗାଯୋଗରେ ଥିଲା। ଲାଲ ମହମ୍ମଦକୁ ଆଇଏସଆଇ ଏକ ଲଞ୍ଚ ପ୍ୟାଡ୍‌ ଭଳି ବ୍ୟବହାର କରୁଥିଲା।

ଲାଲ ମହମ୍ମଦ କାଠମାଣ୍ଡୁର କୋଠାଟାର ଅଞ୍ଚଳରେ ରହୁଥିଲା। ୧୯ ସେପ୍ଟେମ୍ବରରେ ଲାଲ ମହମ୍ମଦ ନିଜ କାରରେ ଘରକୁ ଆସିଥିଲା। ଯେତେବେଳେ ସେ କାରରୁ ବାହାରି ଘରକୁ ପଶିଥିଲା ତା ଉପରେ ଆକ୍ରମଣକାରୀମାନେ ଗୁଳିମାଡ କରିଥିଲେ। ଲାଲ ମହମ୍ମଦର ଗାଡି ଚଳାଇ ଖସି ଯିବାକୁ ଚେଷ୍ଟା କରିଥିଲା, କିନ୍ତୁ ଆକ୍ରମଣକାରୀମାନେ ତା ପଛରେ ଲାଗି ରହିଥିଲା। ଏହି ସମୟରେ ସିସିଟିଭିରେ ଦେଖିବାକୁ ମିଳୁଛି ଛାତରୁ ଜଣେ ମହିଳା ତଳକୁ ଡେଇଁ ପଡୁଛନ୍ତି ଓ ଆକ୍ରମଣକାରୀଙ୍କ ଆଡକୁ ଦୌଡୁଛି, କିନ୍ତୁ ସେତେବେଳେ ଆକ୍ରମଣକାରୀ ନିଜ କାମ କରି ଫେରାର ହୋଇଯାଉଛି।

ସମ୍ବନ୍ଧିତ ଖବର