PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • କେନ୍ଦୁଝର ସଦର : ମଦ୍ୟପଙ୍କ ଉନ୍ମୁକ୍ତ କାଣ୍ଡ, ବାପାକୁ ପିଟିପିଟି ହତ୍ୟା କଲା ପୁଅ
  • ||
  • ଭୁବନେଶ୍ଵର : ଅକ୍ଟୋବର ୨ରୁ ଏକ ମାସ ବ୍ୟାପି ପଦଯାତ୍ରା କରିବ ବିଜେଡି, ୨୯ ଏବଂ ୩୦ ତାରିଖରେ ବସିବ ପ୍ରସ୍ତୁତି ବୈଠକ
  • ||
  • ବାରିପଦା : ବ୍ୟାଙ୍କ୍‌ରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ଏଟିଏମ୍
  • ||
  • ଭୁବନେଶ୍ଵର : ରାଜଧାନୀରେ ଚାଞ୍ଚଲ୍ୟ, ବାର୍‌ରେ ୩ଟି ବୋମାମାଡ଼ କଲେ ୨ ଦୁର୍ବୃତ୍ତ
  • ||

ୟୁପିରୁ ଆଇଏସ୍‌ର ସନ୍ଦିଗ୍ଧ ଗିରଫ: ୧୫ ଅଗଷ୍ଟରେ ଥିଲା ବିସ୍ଫୋରଣ ଯୋଜନା, ମିଳିଲା ଆଇଇଡି ତିଆରି ସାମଗ୍ରୀ

ଆଜମଗଡ,୯।୮: ସ୍ବାଧୀନତା ଦିବସ ପୂର୍ବରୁ ବିସ୍ଫୋରଣ କରିବାକୁ ଆତଙ୍କବାଦୀ ସଂଗଠନ ଆଇଏସଆଇଏସ୍‌ର ଷଡଯନ୍ତ୍ର। ଉତ୍ତର ପ୍ରଦେଶର ଆଜମଗଡରୁ ଏଟିଏସ୍‌ ଟିମ୍‌ ଜଣେ ଆଇଏସ୍ ସନ୍ଦିଗ୍ଧକୁ ଗିରଫ କରିଛି। ସନ୍ଦିଗ୍ଧର ନାଁ ସବାଉଦ୍ଧିନ୍ ଆଜମୀ, ସେ ଆଇଏସର ରିକ୍ରୁଟରଙ୍କ ସହିତ ସିଧା ସଳଖ ଯୋଗାଯୋଗରେ ଥିଲା। ୟୁପି ଏଟିଏସ୍‌ ସନ୍ଦିଗ୍ଧ ନିକଟରୁ ଆଇଇଡି ତିଆରି କରୁଥିବା ଜିନିଷ ଜବତ କରିଛି। ଆଗକୁ ସ୍ବାଧୀନତା ଦିବସ ଥିବାରୁ ହୁଏତ ଆଇଏସ୍‌ ଆତଙ୍କବାଦୀ ସଂଗଠନ ଭାରତରେ ଆକ୍ରମଣ ଯୋଜନା କରୁଛି। ଅଭିଯୁକ୍ତ ପାଖରୁ ମିଳିଥିବା ଆଇଇଡି ତିଆରି ସାମଗ୍ରୀକୁ ଜଣାପଡୁଛି ଯେ, ଆଗକୁ ସେ କୌଣସି ବିସ୍ଫୋରଣ ଯୋଜନା ପ୍ରସ୍ତୁତ କରୁଥିଲା।

ଅଭିଯୁକ୍ତକୁ ଗିରଫ କରିବା ପରେ ତାକୁ ପଚରା ଉଚରା ପାଇଁ ଏଟିଏସ୍‌ ମୁଖ୍ୟାଳୟକୁ ଅଣାଯାଇଥିଲା। ମୋବାଇଲ ଡାଟା ଖୋଜାଯିବା ପରେ ଆଇଏସଆଇଏସ୍‌ ଦ୍ବାରା ଆତଙ୍କ ଓ ଜେହାଜ ପାଇଁ ମୁସଲମାନ ଯୁବକଙ୍କ ବ୍ରେନ୍ ଓ୍ବାସ୍ କରିବା ପାଇଁ ତିଆରି କରାଯାଇଥିବା ଟେଲିଗ୍ରାମ୍ ଚ୍ୟାନେଲ AL-SAQR MEDIA ସହିତ ସେ ଜଡିତ ଥିବା ପ୍ରମାଣ ମିଳିଥିଲା। ବର୍ତ୍ତମାନ ଅଭିଯୁକ୍ତ ସବାଉଦ୍ଧିନ୍‌ ଏଆଇଏମ୍‌ଆଇଏମ୍‌ର ସଦସ୍ୟ। ଏହାକୁ ୟୁପି ଏଟିଏସ୍‌ର ବଡ ସଫଳତା ବୋଲି ମନେକରାଯାଉଛି। ଏବେ ସନ୍ଦିଗ୍ଧକୁ ପଚରା ଉଚରା କରାଯିବା ସହ ସେହି ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ବଢାଇ ଦିଆଯାଇଛି।

ସମ୍ବନ୍ଧିତ ଖବର