କୋଣାର୍କ,୧୯।୧୧(ଆପ୍ର) କୋଣାର୍କ ହେଲିପ୍ୟାଡ ନିକଟରେ ଆକର୍ଷଣ କରୁଛି ସରିତା ବାଲୁକା କଳା ସଂଗ୍ରହାଳୟ। ବାଲୁକାଶିଳ୍ପୀ ସରିତା ଗୋଛୟତଙ୍କ ଏହି ସଂଗ୍ରହାଳୟକୁ ବୁଧବାର ଆଇଏସଓର ପ୍ରତିନିଧି ମଣ୍ଡଳୀ ପରିଦର୍ଶନରେ ଆସିଥିଲେ। ଏହି ବାଲୁକା ସଂଗ୍ରହାଳୟରେ ଓଡ଼ିଶାର କଳା ସଂସ୍କୃତି,ଐତିହ୍ୟ ଓ ପରମ୍ପରା,ମହିଳା ସଶକ୍ତିକରଣ ଆଦି ପ୍ରଦର୍ଶିତ ହୋଇଥିଲା। ଏହି କଳାକୃତି ଦେଖି ବିଭୋର ହୋଇଥିଲେ ଆଇଏଏସ୍ଓ ଟୀମ।