ପ୍ରମୂଖ ଖବର
  • ନୀଳଗିରି ବ୍ଲକ ତେଲିପାଳ ପଞ୍ଚାୟତ ଋଷିଆ କେନାଲରେ ଅଘଟଣ, ବଜ୍ରପାତରେ ୩ ମୃତ
  • ||
  • କଟକ: ଓସିଏ କନ୍‌ଫରେନ୍ସ ହଲ୍‌ରେ ଅଗ୍ନିକାଣ୍ଡ , କାରଣ ଅସ୍ପଷ୍ଟ
  • ||
  • ଅସହ୍ୟ ହେଲା ଅଧ୍ୟାପକଙ୍କ ନିର୍ଯାତନା, ଦେହରେ ପେଟ୍ରୋଲ ଢାଳି ନିଆଁ ଲଗାଇଲେ ଛାତ୍ରୀ, ଉଦ୍ଧାର କରିବାକୁ ଯାଇ ଛାତ୍ର ଗୁରୁତର
  • ||
  • ରାୟଗଡ଼ା : କଞ୍ଜାମଯୋଡି ଗ୍ରାମରେ କଙ୍ଗାରୁକୋର୍ଟ ଘଟଣା: ରାୟଗଡ଼ା ଉପଜିଲ୍ଲାପାଳଙ୍କ ତଦନ୍ତ ନିର୍ଦ୍ଦେଶ
  • ||
  • ଅନୁଗୁଳ : ସାପ କାମୁଡ଼ାରେ ନାବାଳକ ମୃତ
  • ||
  • କଟକ : ପାରିବାରିକ କଳହର କରୁଣ ପରିଣତି, ମୁଣ୍ଡଳୀ ବ୍ରିଜ୍‌ରେ ଗାଡ଼ି ରଖି ମହାନଦୀକୁ ଡେଇଁ ପଡ଼ିଲେ ଯୁବକ!
  • ||
  • ମୁମ୍ବାଇରୁ ଓଡ଼ିଶା ଫେରିବେ ବିରୋଧୀ ଦଳ ନେତା ନବୀନ, ସ୍ୱାଗତ ପାଇଁ ବିଜେଡି ନେତା ଓ କର୍ମୀ ପ୍ରସ୍ତୁତ
  • ||
  • ଡ୍ରାଇଭର ମହାସଂଘ ହାତ ଛାଡ଼ିଲେ ବସ୍‌ ମାଲିକ, ରାଜ୍ୟରେ ସ୍ୱାଭାବିକ ହେଲା ଘରୋଇ ବସ୍‌ ଚଳାଚଳ
  • ||
  • ଦିଲ୍ଲୀରେ ଭୁଶୁଡ଼ିଲା ୪ ମହଲା ବିଲ୍ଡିଂ, ୧୨ ଜଣ ଚାପି ହୋଇଥିବା ଆଶଙ୍କା
  • ||
  • ଦୁର୍ବଳ ହେଉଛି ମାଓ ସଙ୍ଗଠନ, ଆତ୍ମସମର୍ପଣ କଲେ ୨୨ ମାଓବାଦୀ
  • ||
  • ଭୁବନେଶ୍ୱର : ପୁଲିସ ଭବନ ସମ୍ମୁଖରେ ସିରିଜ୍ ଦୁର୍ଘଟଣା, ଡ୍ରାଇଭର ଗୁରୁତର
  • ||
  • କେନ୍ଦୁଝର: ଗୋଠଛଡ଼ା ଦନ୍ତା ଆକ୍ରମଣରେ ଜଣେ ମୃତ, ଜଣେ ଗୁରୁତର
  • ||
  • ଅହମ୍ମଦାବାଦ ପ୍ଲେନ୍‌ କ୍ରାସ୍‌ର ଆସିଲା ତଦନ୍ତ ରିପୋର୍ଟ, ଉଡ଼ାଣର ୯୦ ସେକେଣ୍ଡରେ ବନ୍ଦ ହୋଇଥିଲା ବିମାନ ଇଞ୍ଜିନ୍‌
  • ||
  • ମେଗା ରୋଜଗାର ମେଳା, ଆଜି ୫୧ ହଜାର ନିଯୁକ୍ତିପତ୍ର ବାଣ୍ଟିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
  • ||
  • ଘୂର୍ଣ୍ଣିବଳୟ ସକ୍ରିୟ: ଆଜି ୧୩ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ, ୧୩ରୁ ଅଧିକ ବର୍ଷା ହୋଇପାରେ
  • ||

ଗାଜା ଉପରେ ଇସ୍ରାଏଲର ବୋମାମାଡ଼ରେ ୭୧ ପାଲେଷ୍ଟିନୀୟ ମୃତ, ୪ ଦିନରେ ମୃତକଙ୍କ ସଂଖ୍ୟା ୪୩୬କୁ ବୃଦ୍ଧି

Published By : Swapna Ray | March 20, 2025 2:21 PM

ନୂଆଦିଲ୍ଲୀ, ୨୦।୩: ଗାଜା ଉପରେ ଘନ ଘନ ଆକ୍ରମଣ କରୁଛି ଇସ୍ରାଏଲ । ବୋମାମାଡ଼ରେ ପୁଣି ୭୧ ପାଲେଷ୍ଟିନୀୟଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ମୃତକଙ୍କୁ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ରହିଛନ୍ତି । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ ସୂଚନାନୁସାରେ, ମୃତ୍ୟୁ ସଂଖ୍ୟା ୪୩୬କୁ ବୃଦ୍ଧି ପାଇଲାଣି । ଏଥିମଧ୍ୟରୁ ୧୮୩ ଜଣ ଶିଶୁ ଥିବା ଜଣାପଡ଼ିଛି । 

ଅଲ୍‌ ଜାଜିରାର ରିପୋର୍ଟ ଅନୁଯାୟୀ, ଉତ୍ତର ଏବଂ ଦକ୍ଷିଣରେ ଇସ୍ରାଏଲ ଦ୍ୱାରା ଗୁରୁବାର ସକାଳେ ହୋଇଥିବା ଆକ୍ରମଣରେ ମହିଳା ଏବଂ ଶିଶୁଙ୍କ ସମେତ ଅତି କମ୍‌ରେ ୭୧ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଛି । ମଙ୍ଗଳବାର ଇସ୍ରାଏଲ ଅସ୍ତ୍ରବିରତି ଭଙ୍ଗ କରିବା ପରଠୁ ନିହତ ପ୍ରାୟ ୪୩୬ ପାଲେଷ୍ଟାଇନୀଙ୍କ ମୃତ୍ୟୁ ସଂଖ୍ୟାରେ ଏହି ସଦ୍ୟତମ ହତ୍ୟାକାଣ୍ଡ ସାମିଲ କରାଯାଇଥିବା ଗାଜା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି । ମୃତକଙ୍କ ମଧ୍ୟରେ ୧୮୩ ଜଣ ଶିଶୁ ମଧ୍ୟ ସାମିଲ ଅଛନ୍ତି । 

ଇସ୍ରାଏଲୀ ସ୍ଥଳସେନା ଗାଜା ଉପରେ ଆକ୍ରମଣରେ କରିବା ସମୟରେ, ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ ଏକ ବଡ଼ ଚେତାବନୀ ଦେଇଛନ୍ତି । ସେ କହିଛନ୍ତି, "ଗାଜା ଷ୍ଟ୍ରିପରେ ହମାସ ବିରୁଦ୍ଧରେ ଭୟଙ୍କର ଯୁଦ୍ଧ" ସହିତ ଏକ "ବୃହତ୍‌ ଏବଂ ଶକ୍ତିଶାଳୀ ମୋର୍ଚ୍ଚା" ହେବ । ଗାଜାର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ କହିଛି ଯେ, ଇସ୍ରାଏଲର ଗାଜା ଯୁଦ୍ଧରେ ଅତି କମ୍‌ରେ ୪୯ ହଜାର ୫୪୭ ପାଲେଷ୍ଟାଇନୀଙ୍କ ମୃତ୍ୟୁ ନିଶ୍ଚିତ ହୋଇଛି ଏବଂ ୧୧୨ ହଜାର ୭୧୯ ଆହତ ହୋଇଛନ୍ତି । ଗାଜାର ସରକାରୀ ମିଡିଆ କାର୍ଯ୍ୟାଳୟ ଏହାର ମୃତ୍ୟୁ ସଂଖ୍ୟା ୬୧ ହଜାର ୭୦୦ରୁ ଅଧିକ ବୋଲି ସୂଚନା ଦେଇଛି । ଏବେ ବି ଭଗ୍ନାବଶେଷ ତଳେ ନିଖୋଜ ହଜାର ହଜାର ପାଲେଷ୍ଟାଇନୀଙ୍କୁ ମୃତଦେହ ଚାପି ହୋଇ ରହିଥିବା ବୋଲି ଅନୁମାନ କରାଯାଉଛି । ୭ ଅକ୍ଟୋବର, ୨୦୨୩ ରେ ହମାସ ନେତୃତ୍ୱାଧୀନ ଆକ୍ରମଣ ସମୟରେ ଇସ୍ରାଏଲରେ ଅତି କମ୍‌ରେ ୧ ହଜାର ୧୩୯ ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ୨୦୦ରୁ ଅଧିକ ଲୋକଙ୍କୁ ବନ୍ଦୀ କରାଯାଇଥିଲା ।


 

 

 

 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.