ଇସ୍ରାଏଲ୍ରେ କ୍ଷମତାକୁ ପୁଣି ଫେରିବେ ବେଞ୍ଜାମିନ୍ ନେତାନ୍ୟାହୁ; ଭାଙ୍ଗିଲା ସଂସଦ, ୪ ବର୍ଷରେ ୫ମ ଥର ପାଇଁ ହେବାକୁ ଯାଉଛି ନିର୍ବାଚନ…

ନୂଆଦିଲ୍ଲୀ: ଗତ ଚାରି ବର୍ଷରୁ କମ୍ ସମୟ ଭିତରେ ଇସ୍ରାଏଲରେ ସାଧାରଣ ନିର୍ବାଚନ ଅନୁଷ୍ଠିତ ହେବ । ଏହି କ୍ରମରେ ଇସ୍ରାଏଲର ସଂସଦ ଭଙ୍ଗ କରାଯାଇଛି ଏବଂ ନଭେମ୍ବରରେ ସାଧାରଣ ନିର୍ବାଚନ କରିବାର ପ୍ରସ୍ତାବକୁ ଅନୁମୋଦନ କରାଯାଇଛି । ଦେଶର ସଂସଦ ଏ ବାବଦରେ ଏକ ନିଷ୍ପତ୍ତି ନେଇଛି । ଏନେଇ ଏକ ସ୍ୱତନ୍ତ୍ର ବିଲ୍ ପାସ୍ କରି ନୂତନ ନିର୍ବାଚନ ପାଇଁ ରାସ୍ତା ସଫା କରିଛି । ସମସ୍ତ ଦଳ ନୂତନ ନିର୍ବାଚନ କରିବାକୁ ସମର୍ଥନ କରିଛନ୍ତି ।
ବାସ୍ତବରେ, ଇସ୍ରାଏଲ୍ର ବିଦେଶ ମନ୍ତ୍ରୀ ଏବଂ ବିଦାୟୀ ସରକାର ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ୟାୟର ଲାପିଡ ଶୁକ୍ରବାର ମଧ୍ୟରାତ୍ରି ପରେ ଦେଶର କାର୍ଯ୍ୟନିର୍ବାହୀ ପ୍ରଧାନମନ୍ତ୍ରୀ ହେବେ । ସେ ଏହି ପଦବୀରେ ପାଇଁ ୧୪ ତମ ବ୍ୟକ୍ତି ହେବେ । ବିଦାୟୀ ପ୍ରଧାନମନ୍ତ୍ରୀ ନଫ୍ଟାଲି ବେନେଟ୍ଟ ହେଉଛନ୍ତି ଇସ୍ରାଏଲ ଇତିହାସରେ ସବୁଠାରୁ କମ୍ ସମୟର ପ୍ରଧାନମନ୍ତ୍ରୀ । ତାଙ୍କ ସରକାର ଗଠନ ହେବାର ଏକ ବର୍ଷ ପରେ ପତନ ହୋଇଛି ।
ଇସ୍ରାଏଲରେ ଏବେ ନଭେମ୍ବର ୧ ରେ ନୂତନ ନିର୍ବାଚନ ଅନୁଷ୍ଠିତ ହେବ । ୨୦୧୯ ରୁ ୨୦୨୨ ମଧ୍ୟରେ ଏହା ପଞ୍ଚମ ନିର୍ବାଚନ ହେବ । ନାଫ୍ଟାଲୀ ବେନେଟ ସରକାରରେ ଦୁଇ ନମ୍ବର ଥିବା ୟାୟର ଲାପିଡଙ୍କୁ କେୟାରଟେକର ଭାବେ ସରକାରଙ୍କ ଦାୟିତ୍ବ ଦିଆଯାଇଛି । କିଛି ଦିନ ପୂର୍ବେ ବିଶ୍ୱାସ କରାଯାଉଥିଲା ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତ୍ରାନ୍ୟାହୁ ସମର୍ଥନ ଯୋଗାଡ କରି ପୁନର୍ବାର ପ୍ରଧାନମନ୍ତ୍ରୀ ହୋଇପାରିବେ । ତେବେ ପରବର୍ତ୍ତୀ ସମୟରେ ସେ ଆହୁରି ମଧ୍ୟ ନିଷ୍ପତ୍ତି ନେଇଛନ୍ତି ଯେ ନୂତନ ନିର୍ବାଚନ କରିବା ଭଲ ହେବ ।