ପ୍ରମୁଖ ଖବର
  • କେନ୍ଦୁଝର : ନାବାଳିକାଙ୍କୁ ଗଣଦୁଷ୍କର୍ମ ମାମଲା, ୩ ଅଭିଯୁକ୍ତଙ୍କୁ ଆଜୀବନ କାରାଦଣ୍ଡ
  • ||
  • କଟକ : କାଠଯୋଡି ନଦୀରୁ ଅଚିହ୍ନା ଶବ ଉଦ୍ଧାର
  • ||
  • ଭୁବନେଶ୍ୱର: ବୁଧବାର ଜମୁଛି ବେପାର, ଆମିଷ ଦର ତାଲିକା ମାରିବା ବାଧ୍ୟତାମୂଳକ
  • ||
  • ଭୁବନେଶ୍ୱର: ଟିଟିଏସ୍‌ରୁ ଅଳିଆ ହଟାଇବାକୁ ବିଏମ୍‌ସିର ଜୋରଦାର୍‌ ପ୍ରୟାସ, ୧୫ ଦିନରେ ୧୮ ହଜାର ଟନ୍‌ ପ୍ରୋସେସିଂ
  • ||
  • ଉତ୍ତରକାଶୀ: ଏମିତି କଟିଲା ୧୭ ଦିନ; ଭିଡିଓ ଗେମ୍‌, ଚେସ୍‌ର ବି ମଜାନେଲେ ଯୋଗ, ବ୍ୟାୟାମ କରି ନିଜକୁ ଫିଟ୍‌ ରଖିଲେ
  • ||
  • ଭୁବନେଶ୍ଵର : ୩୦ରେ ନବମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ସାଇକେଲ୍‌ ବ୍ରାଣ୍ଡିଂ, ଲାଗିବ ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର
  • ||
  • ଭୁବନେଶ୍ଵର : ବାତ୍ୟା ପାଇଁ ସଜାଗ ୭ ଜିଲ୍ଲା, ଚାଷୀଙ୍କୁ ଅଦିନିଆ ବର୍ଷା ଚିନ୍ତା
  • ||

ପୁଣି ଭାରତ ଗସ୍ତରେ ଆସିବେ ଇସ୍ରାଏଲ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୦ ।୧(ଏଜେନ୍ସି): ଇସ୍ରାଏଲର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ପୁଣି ଥରେ ଭାରତ ଗସ୍ତରେ ଆସିପାରନ୍ତି । ଉଭୟ ଭାରତ ଓ ଇସ୍ରାଏଲରେ ନିର୍ବାଚନ ହେବାକୁ ଯାଉଥିଲାବେଳେ ଏହା ପୂର୍ବରୁ ସେ ଭାରତ ଆସିପାରନ୍ତି ବୋଲି କୁହାଯାଉଛି । ଇସ୍ରାଏଲୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଅନୁସାରେ, ନେତନ୍ୟାହୁ ଆସନ୍ତା ମାସ ଦ୍ୱିତୀୟ ସପ୍ତାହରେ ଭାରତ ଆସିବାର ଅଧିକ ସମ୍ଭାବନା ରହିଛି । ଏହି ସମୟରେ ଭାରତ ଓ ଇସ୍ରାଏଲ ମଧ୍ୟରେ କିଛି ବଡ଼ଧରଣର ପ୍ରତିରକ୍ଷା ଚୁକ୍ତି ହୋଇପାରେ ।
କିଛି ଦିନ ତଳେ ଇସ୍ରାଏଲର ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ମେର ବେନ ସାବତ ଭାରତ ଆସି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଏବଂ ଅନ୍ୟ ବରିଷ୍ଠ ଅଧିକାରୀମାନଙ୍କୁ ସାକ୍ଷାତ କରିଥିଲେ । ସେହି ସମୟରେ ନେତନ୍ୟାହୁ ଫୋନ ଯୋଗେ ମୋଦିଙ୍କ ସହ ଆଲୋଚନା କରିଥିଲେ ଏବଂ ଦ୍ୱିତୀୟ ଥର ଭାରତ ଗସ୍ତରେ ଆସିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ବର୍ଷକ ତଳେ ବି ସେ ଭାରତ ଗସ୍ତରେ ଆସିଥିଲେ । ଆରିଏଲ ସେରୋନଙ୍କ ପରେ ସେ ହେଉଛନ୍ତି ଭାରତ ଗସ୍ତରେ ଆସିବାରେ ଇସ୍ରାଏଲର ଦ୍ୱିତୀୟ ପ୍ରଧାନମନ୍ତ୍ରୀ ।
ଇସ୍ରାଏଲ ଏବେ ଭାରତର ପ୍ରମୁଖ ପ୍ରତିରକ୍ଷା ସହଯୋଗୀ ରାଷ୍ଟ୍ର ପାଲଟିଛି । ଭାରତ ଇସ୍ରାଏଲ ଠାରୁ ତିନିଟି ଫାଲକନ ଆୱାକ୍ସ, ଗ୍ରୀନ୍‌ ପାଇନ୍‌ ଆଣ୍ଟି-ମିସାଇଲ ରାଡାର, ହେରୋନ ଏବଂ ହେରୋପ୍‌ ଡ୍ରୋନ, ବାରାକ-୧ ମିସାଇଲ କ୍ରୟ କରିଛି । ଇସ୍ରାଏଲ ମଧ୍ୟ ଭାରତୀୟ ସେନା ପାଇଁ ବାରାକ-୮ ମିସାଇଲ ବିକଶିିତ କରୁଛି । ଗତ ବର୍ଷ ଭାରତକୁ ସ୍ପାଇକ୍‌ ଟ୍ୟାଙ୍କ୍‌ ବିଧ୍ୱଂସୀ ମିସାଇଲ ଯୋଗାଇବାକୁ ଦୁଇ ବିଲିୟନ ଡଲାର ମୂଲ୍ୟର ଚୁକ୍ତି କରିଥିଲା । ହେଲେ ଭାରତ ପରେ ଏହାକୁ ସ୍ଥଗିତ ରଖିଥିଲା । ଏବେ କିନ୍ତୁ ଦୁଇ ଦେଶ ପ୍ରତିରକ୍ଷା ସହଯୋଗକୁ ଏକ ନୂଆ ସ୍ତରକୁ ନେବା ପାଇଁ ଉଦ୍ୟମ କରୁଛନ୍ତି ।

Copyright © 2022 - Summa Real Media Private Limited. All Rights Reserved.