PRAMEYA

Prameya News Portal, Prameya Daily, Odisha Latest News, Odisha Current Headlines, Odisha News Online

ପ୍ରମୁଖ ଖବର
  • ରାଜସ୍ଥାନରେ ବଡ଼ ରାଜନୈତିକ ହଲଚଲ । ଇସ୍ତଫା ଦେଲେ ୯୨ ବିଧାୟକ । ରଦ୍ଦ ହେଲା କଂଗ୍ରେସ ବିଧାୟକ ଦଳ ବୈଠକ ।
  • ||
  • ଲମତାପୁଟ : ୮ଲକ୍ଷ ଟଙ୍କାର ଗଞ୍ଜେଇ ଵୋଝେଇ କାର ଜବତ, ମାଫିଆ ଫେରାର
  • ||
  • ଧର୍ମଗଡ଼ : ୩ କୁଇଣ୍ଟାଲ ୨୦ କେ.ଜିର ଜବତ, ଜଣେ ଗିରଫ
  • ||
  • ବାଲିଗୁଡ଼ା : ଆବାସିକ ବିଦ୍ୟାଳୟରେ ସପ୍ତମ ଶ୍ରେଣୀ ଛାତ୍ରୀ ଗର୍ଭବତୀ, ସନ୍ଦିଗ୍ଧ ଛାତ୍ର ଅଟକ
  • ||
  • କଣ୍ଟାବାଞ୍ଜି : ତ୍ରିନାଥ ମନ୍ଦିରରୁ ଚୋରି, ଦାନବାକ୍ସ ଭାଙ୍ଗି ଟଙ୍କା ଓ ରୂପାର ଝୁମର ଚୋରି କରିନେଲେ ଦୁର୍ବୃତ୍ତ
  • ||
  • ଢେଙ୍କାନାଳ : ଢେଙ୍କାନାଳ ସଦର ଥାନା କାଙ୍କଡ଼ପାଳ ଗ୍ରାମରେ ବଚସାକୁ ନେଇ ଫାଙ୍କା ଗୁଳିଚାଳନା, ଭୟରେ ଖସିପଡ଼ି ଜଣେ ଆହତ, ଘଟଣା ସ୍ଥଳରୁ ୩ ଖୋକା ଜବତ
  • ||

ଏହି ଦେଶର ବୈଜ୍ଞାନିକ ବାହାର କଲେ କରୋନା ଭାଇରସ୍‌ର ଟୀକା ! ଖୁବ୍‌ ଶୀଘ୍ର ଘୋଷଣା କରିବେ ସରକାର

ନୂଆଦିଲ୍ଲୀ  ୧୨-୦୩ :  ଇସ୍‌ରାଏଲ୍‌ର ବୈଜ୍ଞାନିକ ଖୁବ୍‌ ଶୀଘ୍ର  କରୋନା ଭାଇରସ୍‌ର ଭ୍ୟାକସିନ୍‌ ନେଇ ଘୋଷଣା କରିବାକୁ ଯାଉଛନ୍ତି ।  ମିଡ଼ିଆ ରିପୋର୍ଟ ମୁତାବିକ , ଆଉ କିଛି ଦିନ ପରେ  କରୋନା ଭାଇରସ୍‌ କୋଭିଡ-୧୯ର ଭ୍ୟାକ୍‌ସିନର ଘୋଷଣା କରିବେ ଏହି ଦେଶର ସରକାର ।

 ଇସ୍ରାଇଲର ଏକ ୱେବ୍ ସାଇଟ୍‌ Haaretz ମେଡିକଲ ସୂତ୍ରରୁ ଗୁରୁବାର ଏହି ସୂଚନା ଦେଇଛି ।  ଇସ୍ରାଏଲରେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟଙ୍କ ତତ୍ତ୍ୱାବଧାନରେ ଇନଷ୍ଟିଚ୍ୟୁଟ୍‌ ଫର  ବାୟୋଲଜିକାଲ ରିସର୍ଚ୍ଚରେ କରୋନା ଭାଇରସ ଉପରେ ରିସର୍ଚ୍ଚ କରାଯାଉଛି ।  ଏହି ରିସର୍ଚ୍ଚ ସମୟରେ  ଇସ୍ରାଏଲର ବୈଜ୍ଞାନିକମାନେ ଏହି ଭାଇରସ୍‌ର ଗୁଣ ଓ ଜୈବିକ ତନ୍ତ୍ରକୁ ଜାଣିବାରେ ବଡ଼ ସଫଳତା  ପାଇଛନ୍ତି । ଏଥିରେ ଏକ ଉତ୍ତମ କ୍ଷମତା  ସହ ଆଣ୍ଟିବାୟୋଟିକ୍‌ ବନାଇବା ଓ ଭ୍ୟାକ୍ସିନ୍‌କୁ ବିକଶିତ କରିବା ମଧ୍ୟ ସାମିଲ୍‌ ଅଛି ।

ରିପୋର୍ଟ ମୁତାବିକ ,  ଭ୍ୟାକସିନ୍‌ର ବିକାଶ ପାଇଁ ବହୁତ ଗୁଡ଼ିଏ ପରୀକ୍ଷଣ ଓ ପ୍ରୟୋଗର  ଆବଶ୍ୟକତା ଅଛି । ଏହା ପରେ କୁହାଯାଇପାରିବ ଏହି ଭ୍ୟାକସିନ୍‌ ଲୋକଙ୍କ ପାଇଁ କେତେ  ଉପକାରୀ  ସୁରକ୍ଷିତ ହେବ ।

ସୂଚନା  ଯେ , ସାରା ବିଶ୍ୱରେ  ଅନେକ ଦେଶରେ  ଲଗାତାର ଭାବେ କରୋନା ଭାଇରସକୁ ନେଇ ମାମଲା ସାମନା ଆସୁଛି । ଚୀନ ପରେ କରୋନା ଭାଇରସର ସବୁଠୁ  ଅଧିକ ମାମଲା ଇଟାଲୀରେ ସାମନାକୁ ଆସିଛି । ଏହାପରେ ଇରାନ୍‌ , ସାଉଥ୍ କୋରିଆ , ଫ୍ରାନ୍ସ , ସ୍ପେନ୍‌  , ଜର୍ମାନୀ, ଓ ଭାରତ ସହ ପାଖାପାଖି ୧୦୦ରୁ ଅଧିକ ଦେଶରେ କରୋନା ଭାଇରସର ମାମଲା ସାମନାକୁ ଆସିଛି ।

ଭାରତରେ ଏବେସୁଦ୍ଧା କୋଭିଡ୍‌-୧୯ର ସମୁଦାୟ ୭୩ଟି ମାମଲା ସାମନାକୁ ଆସିଛି । ଭାରତର ୧୨ଟି  ରାଜ୍ୟ  ତଥା  କେନ୍ଦ୍ର ଶାସିତ  ପ୍ରଦେଶ ଗୁଡ଼ିକରେ ସମୁଦାୟ କରୋନା ଭାଇରସ୍‌ର ୭୩ଟି ମାମଲା ସ୍ପଷ୍ଟ ହୋଇଛି । ଏଥିରେ ୧୭ଟି  ବିଦେଶୀ ନାଗରିକ ଓ ୫୬ ଭାରତୀୟ ।