ପ୍ରମୂଖ ଖବର
  • ବଲାଙ୍ଗୀର : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ଆଶାନ୍ତି, ହଷ୍ଟେଲ ଫି ବୃଦ୍ଧି ନେଇ ଧାରଣା ଦେଲେ ଛାତ୍ରଛାତ୍ରୀ
  • ||
  • ବାରିପାଦ: ବିଚ୍‌ ରାସ୍ତାରେ ଯୁବକଙ୍କୁ ଭୁଜାଲି ମାଡ଼, ଆହତ ଅବସ୍ଥାରେ ମେଡିକାଲରେ ଭର୍ତ୍ତି
  • ||
  • ବୁଧବାର ମେୟରଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ, ଯୋଗଦେବେ ସବୁ ଷ୍ଟାଣ୍ଡିଂ କମିଟିର ଅଧ୍ୟକ୍ଷ ଏବଂ କର୍ପୋରେଟର
  • ||
  • ସୁନ୍ଦରଗଡ଼ : ପୋଖରୀରୁ ଅଜଣା ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ
  • ||
  • କେନ୍ଦ୍ରାପଡ଼ା : ଆଳିରେ ସିରିଜ୍‌ ଚୋରି, ଲକ୍ଷାଧିକ ଟଙ୍କାର ଅଳଙ୍କାର ନେଇଗଲେ ଦୁର୍ବୃତ୍ତ
  • ||
  • ବର୍ମିଂହାମ୍‌ରେ ଇଣ୍ଡିଆ-ଇଂଲଣ୍ଡ ଦ୍ୱିତୀୟ ଟେଷ୍ଟ: ପ୍ରତ୍ୟାବର୍ତ୍ତନ ପାଇଁ ପ୍ରସ୍ତୁତ ଗିଲ୍‌ ବାହିନୀ, ବୁମ୍‌ରା ଖେଳିବେ କି ନାହିଁ ହୋଇନି ସ୍ପଷ୍ଟ
  • ||
  • ବାହୁଡ଼ା ଯାତ୍ରା ପ୍ରସ୍ତୁତି: ଆଜି ଶରଧାବାଲିରେ ରଥ ଦକ୍ଷିଣ ମୋଡ଼, ତାଳଧ୍ୱଜରେ ପ୍ଲେଟ୍‌ ଓ ନନ୍ଦିଘୋଷରେ କ୍ଲାମ୍ପ ଲାଗିଲା
  • ||
  • ବଡ଼ବିଲ: ଖଣିରେ ଧସିଲା ମାଟି ଅତଡ଼ା, ଚାଲିଗଲା ୩ ଜୀବନ
  • ||
  • ନନ୍ଦିଘୋଷ ଭାଙ୍ଗିଲେ ରାଗରୋଷରେ ଜର୍ଜରିତ ମା’ଲକ୍ଷ୍ମୀ ଠାକୁରାଣୀ, ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ଫେରିଲେ
  • ||
  • ଉତ୍ତର-ପଶ୍ଚିମରେ ପ୍ରବଳ ବର୍ଷା ଆଶଙ୍କା: ପୁଣି ଘୂର୍ଣ୍ଣିବଳୟ ସମ୍ଭାବନା, ୫ରୁ ବର୍ଷା ବଢ଼ିପାରେ
  • ||

ବଢ଼ିଲା ଯୁଦ୍ଧର ତୀବ୍ରତା, ଇସ୍ରାଏଲ ଉପରେ ଶତାଧିକ ମିସାଇଲ୍‌ ମାଡ଼ କଲା ଇରାନ୍‌

Published By : Tapas Panda | October 1, 2024 10:36 PM

ନୂଆଦିଲ୍ଲୀ: ଆମେରିକାର ଚେତାବନୀ ସତ୍ତ୍ବେ ଇସ୍ରାଏଲ ଉପରେ ଆକ୍ରମଣ କରିଛି ଇରାନ ।  ଇସ୍ରାଏଲ ଉପରେ ୪୦୦ରୁ ଅଧିକ ମିସାଇଲ ମାଡ଼ କରିଛି ତେହରାନ । ଇରାନ୍‌ ବାଲିଷ୍ଟିକ୍‌ ମିସାଇଲ୍‌ ମାଡ଼ କରିଥିବା ନେଇ ଇସ୍ରାଏଲ ସେନା ସ୍ପଷ୍ଟ କରିଛି । ଏହା ପୂର୍ବରୁ ଇରାନ୍‌ ଯଦି ଆକ୍ରମଣ କରା ତେବେ ତାକୁ ଭୟଙ୍କର ପରିଣାମ ଭୋଗିବାକୁ ପଡ଼ିବ ବୋଲି ଆମେରିକା ଚେତାବନୀ ଦେଇଥିଲା । ସେପଟେ ଇସ୍ରାଏଲ ସେନା ସୂଚନା ଦେଇଛି ଯେ, ଲୋକମାନଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର କରାଯାଇଛି । ଲକ୍ଷାଧିକ ଲୋକଙ୍କୁ ବୋମା ନିରୋଧୀ ବିଲ୍ଡିଂକୁ ପଠାଇ ଦିଆଯାଇଛି । ସେମାନଙ୍କ ସୁରକ୍ଷା ଲାଗି ସରକାର ସବୁ ପ୍ରକାର ବ୍ୟବସ୍ଥା କରିଛନ୍ତି ।

ଇରାନ ଏବଂ ଇସ୍ରାଏଲ୍ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି । ଦୁଇ ଦେଶ ମଧ୍ୟରେ ତିକ୍ତତା ଏବଂ ସଂଘର୍ଷ ଭିତରେ ମଙ୍ଗଳବାର ରାତିରେ ଇସ୍ରାଏଲ୍ ଉପରେ ଇରାନ ମିସାଇଲ ହମ୍‌ଲା କରିଛି । ଇସ୍ରାଏଲ୍ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଟ୍ୱିଟ୍ କରି କହିଛି ଯେ, ଇସ୍ରାଏଲ୍ ଉପରେ ୪୦୦ରୁ ଅଧିକ ମିସାଇଲ୍ ଆକ୍ରମଣ କରାଯାଇଛି ଏବଂ ସାରା ଦେଶରେ ଏୟାର ଷ୍ଟ୍ରାଇକ ସାଇରନ୍ ଆକ୍ଟିଭ କରାଯାଇଛି । ଲୋକଙ୍କୁ ସୁରକ୍ଷିତ ସ୍ଥାନରେ ରହିବା ଏବଂ ବୋମା ନିରୋଧୀ ଆଶ୍ରୟ ସ୍ଥଳରେ ରହିବା ପାଇଁ ଆଦେଶ ଦିଆଯାଇଛି । ଏବେ ଅନୁମାନ କରାଯାଉଛି ଯେ, ଇରାନ ଉପରେ ଇସ୍ରାଏଲ ପାଲଟା ଆକ୍ରମଣ କରିପାରେ ।

 ଅନ୍ୟପଟେ, ଇରାନର ମିସାଇଲ୍ ଆକ୍ରମଣ ପରେ ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟ ବୟାନ ସାମନାକୁ ଆସିଛି । ରାଷ୍ଟ୍ରପତି ବାଇଡେନ ଏକ୍ସରେ ପୋଷ୍ଟ କରି କହିଛନ୍ତି ଯେ, ଇସ୍ରାଏଲକୁ ଇରାନର ମିସାଇଲ୍ ଆକ୍ରମଣରୁ ରକ୍ଷା କରିବା ସହ ସେହି କ୍ଷେତ୍ରରେ ଆମେରିକୀୟ ସେନାର ରକ୍ଷା କରିବାକୁ ଆମେରିକା ପ୍ରସ୍ତୁତ ରହିଛି ।

ସେପଟେ ଇସ୍ରାଏଲ୍ ଉପରେ ଆକ୍ରମଣକୁ ନେଇ ଇରାନର ଇସଲାମିକ ରିଭୋଲ୍ୟୁସନରୀ ଗାର୍ଡ କର୍ପ ବୟାନ ଜାରି କରିଛି । ଏଥିରେ ଇସ୍ମାଇଲ୍ ହାନିୟେ, ହସନ ନସରଲ୍ଲା ଏବଂ ଅବ୍ବାସ ନିଲଫୋରୁସନଙ୍କୁ ସହିଦ ଦର୍ଶାଯାଇଛି । ଏଥିରେ କୁହାଯାଇଛି ଯେ, ଏହି ହତ୍ୟାର ଜବାବରେ ଆମେ ଇସ୍ରାଏଲ୍ ଉପରେ ଆକ୍ରମଣ କରିଛୁ । ଯଦି ଇସ୍ରାଏଲ ଏହାର ପ୍ରତିଜବାବ ଦିଏ ତେବେ ଆମେ ବିଧ୍ୱଂସକ ଆକ୍ରମଣ କରିବୁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.