ନୂଆଦିଲ୍ଲୀ,୨୮।୨: ଇସ୍ରାଏଲ ଶନିବାର ଇରାନର ରାଜଧାନୀ ତେହରାନ ଉପରେ ବହୁ ବଡ଼ ଧରଣର ଆକ୍ରମଣ କରିଛି। ଯାହାଦ୍ବାରା ମିଡିଲ ଇଷ୍ଟରେ ପୁଣିଥରେ ଯୁଦ୍ଧର ଆରମ୍ଭ ହୋଇଛି। ଏହି ଆକ୍ରମଣରେ ଆମେରିକା ମଧ୍ୟ ଇସ୍ରାଏଲର ସାଥ୍ ଦେଇଛି। ଇରାନ ଉପରେ ହୋଇଥିବା ଆକ୍ରମଣ ପରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, ଆମେରିକା ସହ ମିଶି କରାଯାଇଥିବା ଆକ୍ରମଣ ଇରାନଠାରୁ ସୃଷ୍ଟି ହୋଇଥିବା ଅସ୍ତିତ୍ବ ପ୍ରତି ବିପଦକୁ ଦୂର କରିବାକୁ ହୋଇଛି।
ନେତନ୍ୟାହୁ ଆହୁରି କହିଛନ୍ତି ଯେ, ଇରାନକୁ ନ୍ୟୁକ୍ଲିଅର ହତିଆର ପାଇବା ପାଇଁ ଅନୁମତି ଦିଆନଯିବା ଦରକାର। ଶନିବାର ଇସ୍ରାଏଲ ଓ ଆମେରିକାର ଇସଲାମିକ୍ ରିପବ୍ଲିକ୍ ଉପରେ ଆକ୍ରମଣ ପରେ ଇସ୍ରାଏଲର ଲୋକଙ୍କୁ ଏକଜୁଟ ହେବାକୁ ନେତନ୍ୟାହୁ ଅପିଲ କରିଛନ୍ତି। ନେତନ୍ୟାହୁ ଭିଡିଓ ବୟାନରେ କହିଛନ୍ତି,ସେହି ଖୁନୀ ଆତଙ୍କବାଦୀ ସରକାରଙ୍କୁ ନ୍ୟୁକ୍ଲିଅର ହତିଆର ହାସଲ କରିବାର ଅନୁମତି ଦିଆନଯିବା ଦରକାର। ଯାହାଫଳରେ ସମଗ୍ର ମାନବଜାତି ବିପଦରେ ପହିପାରେ। ସେ କହିଛନ୍ତି, ଆମେ ଏକାଠି ଠିଆ ହୋଇ ରହିବୁ,ଏକାଠି ଲଢିବୁ ଓ ଏକାଠି ମିଶି ଇସ୍ରାଏଲକୁ ସବୁବେଳେ ରକ୍ଷା କରିବୁ।’
ଇରାନ ଉପରେ ଆମେରିକା ଆକ୍ରମଣର ବିପଦ ବହୁ ଦିନ ଧରି ରହିଥିଲା।ଇସ୍ରାଏଲ ଏବେ ଆମେରିକାରସାଥ ଦେଇ ପ୍ରଥମେ ଇରାନ ଉପରେ ମିସାଇଲ ଆକ୍ରମଣ କରିଛି। ଏହାପରେ ଆମେରିକା ମଧ୍ୟ ଆକ୍ରମଣ ଆରମ୍ଭ କରିଦେଇଥିଲା। ପ୍ରଥମ ଆକ୍ରମଣ ସୁପ୍ରିମ ଲିଡର ଆାୟାତୁଲ୍ଲା ଅଲ୍ଲୀ ଖାମେନୀଙ୍କ ଅଫିସ ନିକଟରେ ହୋଇଥିଲା। ଇରାନ ଗଣମାଧ୍ୟମ ପୁରା ଦେଶରେ ଆକ୍ରମଣର ଖବର ଦେଇଥିଲା।