ପ୍ରମୂଖ ଖବର
  • ଭଦ୍ରକ : ବିଦ୍ୟୁତ ଆଘାତରେ ମାମୁଁ -ଭଣଜା ମୃତ
  • ||
  • ବାଲେଶ୍ବର ଏଫଏମ କଲେଜ ପୀଡିତା ଛାତ୍ରୀଙ୍କ ମୃତ୍ୟୁ ଘଟଣା, ୟୁଜିସିର ଫ୍ୟାକ୍ଟ ଫାଇଣ୍ଡିଂ କମିଟି ଗଠନ
  • ||
  • ଆସନ୍ତାକାଲି ବାଲେଶ୍ବର ଜିଲ୍ଲା ବନ୍ଦ ଡାକରା ଦେଲା ବିଜେଡି, ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ବନ୍ଦ
  • ||
  • ସ୍ପେଶ ଡ୍ରାଗନ୍‌ର ସଫଳ ଅବତରଣ, ମହାକାଶରୁ ଫେରିଲେ ଶୁଭାଂଶୁ ଶୁକ୍ଳା ସମେତ ୪ ମହାକାଶଚାରୀ
  • ||
  • ଆସନ୍ତାକାଲି କେନ୍ଦ୍ର କ୍ୟାବିନେଟ୍ ବୈଠକ, ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବ ଗୁରୁତ୍ବପୂର୍ଣ୍ଣ ବୈଠକ
  • ||
  • ୩ ମାସ ବଢ଼ିଲା ରାସନ କାର୍ଡ ଇ-କେୱାଇସି ଅବଧି, ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର
  • ||
  • ନିରବୀ ଗଲା ସୌମ୍ୟାଶ୍ରୀଙ୍କ ସ୍ୱର, ଗାଁ ମଶାଣିରେ ପଞ୍ଚଭୂତରେ ଲୀନ ​ହୋଇଗଲା ପାର୍ଥିବ ଶରୀର
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ସୌମ୍ୟାଶ୍ରୀ ମୃତ୍ୟୁ ଘଟଣା, ଆସନ୍ତା ୧୭ରେ ଓଡ଼ିଶା ବନ୍ଦ ଡାକରା ଦେଲା କଂଗ୍ରେସ
  • ||
  • ସ୍ପେସ୍‌ ଷ୍ଟେସନରୁ ଫେରୁଛନ୍ତି ଶୁଭାଂଶ ଶୁକ୍ଳା, ଆଜି କାଲିଫର୍ଣ୍ଣିଆ ତଟରେ ଜଳାବତରଣ
  • ||
  • ବୌଦ୍ଧ: ଟ୍ରକକୁ ପଛରୁ ଧକ୍କା ଦେଲା ବୋଲବମ୍ ଯାତ୍ରୀଙ୍କୁ ନେଇ ଯାଉଥିବା ପିକଅପ ଭ୍ୟାନ,୫ ଗୁରୁତର
  • ||
  • ଏଫ୍‌ଏମ୍‌ ଛାତ୍ରୀ ସୌମ୍ୟାଶ୍ରୀଙ୍କ ମୃତ୍ୟକୁ ନେଇ ଶୋକବ୍ୟକ୍ତ କଲେ କେନ୍ଦ୍ରମନ୍ତ୍ରୀ ଏବଂ ଉପମୁଖ୍ୟମନ୍ତ୍ରୀ
  • ||
  • ସୃଷ୍ଟି ହେଲା ଅବପାତ: ଉତ୍ତର, ପଶ୍ଚିମରେ ଅତି ପ୍ରବଳ ବର୍ଷା ସମ୍ଭାବନା, ୫ ଜିଲ୍ଲାକୁ ସତର୍କ
  • ||

ଲେବାନନରେ ଇସ୍ରାଏଲର ଏୟାରଷ୍ଟ୍ରାଇକ୍, ୯ ଗାଁରେ ୫୦ରୁ ଉର୍ଦ୍ଧ୍ୱ ମୃତ

Published By : Swapna Ray | November 2, 2024 3:41 PM

୨।୧୧: ଲେବାନନରେ ଇସ୍ରାଏଲର ବୋମାବର୍ଷା । ୯ଟି ଗାଁରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ସୂଚନା । ପ୍ରାଣ ହରାଇଛନ୍ତି ୫୦ରୁ ଉର୍ଦ୍ଧ୍ୱ, ୭୨ ଜଣ ଆହତ ହୋଇଥିବା ରିପୋର୍ଟରୁ ଜଣାପଡ଼ିଛି । ଲେବାନନର ନ୍ୟାସନାଲ ନ୍ୟୁଜ ଏଜେନ୍ସିର ରିପୋର୍ଟ । ଲେବାନନର ଓଲାକର ଗାଁରେ ଉଗ୍ରବାଦୀ ସଂଗଠନ ହିଜବୁଲ୍ହାର ବଡ଼ ସମର୍ଥନ । 

ଲେବାନନ ବେରୁଟର ଉତ୍ତର-ପୂର୍ବାଞ୍ଚଳରେ ଏୟାର ଷ୍ଟ୍ରାଅକ୍ । ନିଆଁ ଲାଗି ଏକାଧିକ ଘର ଧ୍ୱଂସ ହୋଇଥିବା ଜଣାପଡ଼ିଛି । ଲେବାନନର ସ୍ୱାସ୍ଥ୍ୟ ମନ୍ତ୍ରୀଙ୍କ କହିବାନୁସାରେ, ୫୦ରୁ ଉର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଛି । ଗାଜାର ସେଣ୍ଟ୍ରାଲ୍ ଟାଉନ୍ ସମେତ ଡେର୍ ଅଲ୍-ବାଲ୍ହା, ନ୍ୟୁସିରତ୍ କ୍ୟାମ୍ପ ଓ ଅଲ୍-ଜ୍ୱାଦାରେ ଇସ୍ରାଅଲ୍ ଏୟାର୍ ଷ୍ଟ୍ରାଇକ୍ କରିଥିବା ଜଣାପଡ଼ିଛି । ଇସ୍ରାଏଲ୍ କ୍ରମାଗତ ଭାବେ ଲେବାନନ୍ ଏବଂ ଗାଜା ଉପରେ ଆକ୍ରମଣ କରୁଛି । 

ଲେବାନନର ନ୍ୟାସନାଲ ନ୍ୟୁଜ ଏଜେନ୍ସି (ଏନଏନଏ) ଦ୍ୱାରା ପୂର୍ବ ରିପୋର୍ଟ ଅନୁଯାୟୀ ଶନିବାରର ଅୟାରଷ୍ଟ୍ରାଇକ୍‌ରେ ମୃତ୍ୟୁ ସଂଖ୍ୟା ୧୭ ଅଧିକ ରହିଛି । ଏନଏନଏ କହିଛି ଯେ, ଲେବାନନରେ ଥିବା ଓଲାକର ନାମକ ଏକ ଛୋଟ ଗାଁରେ ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ୪ ଜଣଙ୍କର ମୃତ୍ୟୁ ଘଟିଛି । ଏହି ଗାଁରେ ଉଗ୍ରବାଦୀ ସଂଗଠନ ହିଜବୁଲ୍ହାର ବଡ଼ ସମର୍ଥନ ମଧ୍ୟ ରହିଛି । ନିକଟରେ ଇସ୍ରାଏଲ ଲେବାନନର ଦକ୍ଷିଣ ଉପକଣ୍ଠ ଦହିଆରେ ହିଜବୁଲ୍ହା ସ୍ଥିତିକୁ ଟାର୍ଗେଟ୍ କରି ଏୟାର ଷ୍ଟ୍ରାଇକ୍ କରିଥିଲା, ଯଦିଓ ଏଠାରେ ହୋଇଥିବା ଆକ୍ରମଣରେ ଏପର୍ଯ୍ୟନ୍ତ କୌଣସି କ୍ଷୟକ୍ଷତି ହୋଇନାହିଁ । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.