ପ୍ରମୂଖ ଖବର
  • ଜାଡେଜା-ସୁନ୍ଦରଙ୍କ ଅପରାଜିତ ଶତକ, ମାଞ୍ଚେଷ୍ଟର ଟେଷ୍ଟ ଡ୍ର
  • ||
  • SIR ରେଜଲ୍ଟ: ବିହାର ଭୋଟର ତାଲିକାରୁ କଟିଲା ୬୫ ଲକ୍ଷ ନାଁ, ମୋଟ ୭.୨୪ କୋଟି ମତଦାତା
  • ||
  • ବିହାରରେ ବଢ଼ୁଛି ଅପରାଧ, ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସମ୍ରାଟ ଚୌଧୁରୀଙ୍କୁ ହତ୍ୟା ଧମକ
  • ||
  • ନାବାଳିକା ଦୁଷ୍କର୍ମ ମାମଲାରେ କର୍ପୋରେଟର ଅମରେଶ ଜେନା ଗିରଫ, ଶନିବାର ଗିରଫ ହୋଇଥିଲେ ୫ ସହଯୋଗୀ
  • ||
  • ରାୟଗଡ଼ା : ଗ୍ୟାରେଜ୍‌ରେ ଲାଗିଲା ନିଆଁ, ଜଳିଗଲା ୩ ଗାଡ଼ି; ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ
  • ||
  • ଉତ୍ତରାଖଣ୍ଡ ହରିଦ୍ୱାର ଦେବୀ ମନ୍ଦିରରେ ଦଳଚକଟା, ୬ମୃତ ଅନେକ ଆହତ
  • ||
  • ଫିଡେ ମହିଳା ଚେସ୍‌ ବିଶ୍ୱକପ୍‌ ଫାଇନାଲ୍‌: ଦିବ୍ୟା-ହମ୍ପି ପ୍ରଥମ ଗେମ୍‌ ଡ୍ର’, ଆଜି ଖେଳିବେ ଦ୍ୱିତୀୟ କ୍ଲାସିକାଲ ଗେମ୍
  • ||
  • ସୋମବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଖସାପଡ଼ା ନୀତି, ସନ୍ଧ୍ୟାରେ ୪ ଘଣ୍ଟା ଦର୍ଶନ ମନା
  • ||
  • ଭଦ୍ରକ: ହଳଦୀଡିହ ଛକ ନିକଟରେ ଦୁଇ ବାଇକ୍ ମୁହାଁମୁହିଁ ଧକ୍କା, ଜଣେ ମୃତ, ୨ ଗୁରୁତର
  • ||
  • ଉତ୍ତର ଓଡ଼ିଶାରେ ବନ୍ୟା, ଉଛୁଳିଲା ବୈତରଣୀ, ଜଳକା, ଜମ୍ଭୀରା ନଦୀ,ପାଣିଘେରରେ ୩୦ରୁ ଅଧିକ ଗାଁ
  • ||
  • ଏଫ୍‌ଏମ୍‌ କଲେଜ ପୁଣି ଚର୍ଚ୍ଚାରେ, ପ୍ରାଧ୍ୟାପକଙ୍କ ପତ୍ନୀଙ୍କୁ ଗ୍ୟାସ୍‌ ଡେଲିଭରୀ ବୟର ଦୁଷ୍କର୍ମ ଉଦ୍ୟମ,ଅଭିଯୁକ୍ତ ଗିରଫ
  • ||
  • ଏବେ ବଡ଼ ବର୍ଷା ନାହିଁ, ଉତ୍ତର ଓଡ଼ିଶାର ଅନେକ ସ୍ଥାନରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା: ଆଜି ୧୫ ଜିଲ୍ଲାକୁ ଆଲର୍ଟ
  • ||

ଗାଜାରେ ରକ୍ତର ହୋଲି ଖେଳୁଛି ଇସ୍ରାଏଲ; ଶରଣାର୍ଥୀଙ୍କ ଉପରେ ଅତର୍କିତ ଗୁଳିମାଡ଼, ୫୩ ମୃତ

Published By : Swapna Ray | July 27, 2025 9:30 AM

ନୂଆଦିଲ୍ଲୀ, ୨୭।୭: ଗାଜାରେ ଗତ ଦୁଇ ଦିନ ଧରି ଇସ୍ରାଏଲର ନରସଂହାର ଜାରି । ଆଇଡିଏଫର ଏୟାରଷ୍ଟ୍ରଇକରେ ବର୍ତ୍ତମାନ ୫୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ପାଲେଷ୍ଟାଇନୀ ସ୍ୱାସ୍ଥ୍ୟ ଅଧିକାରୀ ଏବଂ ସ୍ଥାନୀୟ ଆମ୍ବୁଲାନ୍ସ ସେବା ଅନୁଯାୟୀ, ଲୋକ ସାହାଯ୍ୟ ମାଗୁଥିବା ସମୟରେ ଏହି ଗୁଳିମାଡ଼ କରାଯାଇଥିଲା । ଅନ୍ୟପଟେ ଗାଜାରେ ଖାଦ୍ୟାଭାବ ଯୋଗୁଁ ମଧ୍ୟ ମୃତ୍ୟୁ ଘଟୁଛି । କହିରଖୁଛୁ ଯେ, ଜିକିମ କ୍ରସିଂ ନିକଟରେ ଇସ୍ରାଏଲ ସେନା ପକ୍ଷରୁ କିଛି ଘଣ୍ଟା ମଧ୍ୟରେ ଦୁଇଟି ଘତକ  ହମଲା ହୋଇଥିଲା । ପ୍ରତ୍ୟକ୍ଷଦର୍ଶୀ ଶରିଫ୍ ଅବୁ ଆୟଶା କହିଛନ୍ତି ଯେ, ସ୍ଥାନୀୟ ଲୋକ ପ୍ରଥମେ ଏକ ଆଲୋକ ଦେଖିଥିଲେ, ଯାହାକୁ ସାହାଯ୍ୟ ଲାଗି ଆସିଥିବା ଟ୍ରକ୍ ବୋଲି ଭାବିଥିଲେ । ତେଣୁ ଲୋକମାନେ ଦୌଡ଼ିବାକୁ ଲାଗିଲେ, କିନ୍ତୁ ପାଖରେ ପହଞ୍ଚିବା ପରେ ଏହା ଏକ ଇସ୍ରାଏଲୀ ଟ୍ୟାଙ୍କ ଥିଲା । ପରେ ଇସ୍ରାଏଲୀ ସେନା ଗୁଳି ଚାଳନା ଆରମ୍ଭ କରିଥିଲେ ।

ଶନିବାର ସନ୍ଧ୍ୟାରେ ଶିଫା ହସ୍ପିଟାଲର ନିର୍ଦ୍ଦେଶକ ଡାକ୍ତର ମହମ୍ମଦ ଆବୁ ସେଲମିଆ କହିଛନ୍ତି ଯେ, ଗାଜାରେ ଶରଣାର୍ଥୀମାନେ ଏକ କାଫିଲାରୁ ଖାଦ୍ୟ ନେଉଥିବା ବେଳେ ଇସ୍ରାଏଲ ସେନା ସେମାନଙ୍କ ଉପରକୁ ଅତର୍କିତ ଗୁଳିମାଡ଼ କରିଥିଲା । ଯେଉଁଥିରେ ଅତି କମ୍‌ରେ ୧୧ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧୨୦ ଜଣ ଆହତ ହୋଇଛନ୍ତି । ସଂକଟାପନ୍ନଙ୍କ ସଂଖ୍ୟା ଅଧିକ ଥିବାରୁ ଆଗକୁ ମୃତକଙ୍କ ସଂଖ୍ୟା ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି । ଅନ୍ୟପଟେ ଏହି ହମଲାକୁ ନେଇ ଇସ୍ରାଏଲୀ ସେନା ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ନାସେର ହସ୍ପିଟାଲ ଅନୁଯାୟୀ, ଦକ୍ଷିଣ ସହର ଖାନ ୟୁନିସରେ ମୁୱାସିର ଜନଗହଳିପୂର୍ଣ୍ଣ ତମ୍ବୁ ଶିବିର ଉପରେ ଇସ୍ରାଏଲର ଅନ୍ୟ ଏକ ଆକ୍ରମଣରେ ୪ ଜଣ ଶିଶୁଙ୍କ ସମେତ ଅତି କମ୍‌ରେ ୮ ଜଣଙ୍କର ମୃତ୍ୟୁ ହୋଇଛି । ହସ୍ପିଟାଲ ମର୍ଗ ରେକର୍ଡ ଅନୁଯାୟୀ, ଖାନ୍ ୟୁନିସରେ ମଧ୍ୟ ଇସ୍ରାଏଲୀ ସେନା ଗୁଳି ଚଳାଇ ମୋରାଗ କରିଡରରେ ୯ ଜଣଙ୍କୁ ହତ୍ୟା କରିଥିଲେ । ଶନିବାର ଜିକିମରେ ଗୁଳିକାଣ୍ଡ ଘଟିବା ପରେ ସାହାଯ୍ୟ ପାଇବା ପାଇଁ କ୍ରସିଂରେ ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ୮୦ ଜଣ ପାଲେଷ୍ଟାଇନୀଙ୍କ ମୃତ୍ୟୁ ହୋଇଥିଲା । ୨୧ ମାସର ଯୁଦ୍ଧରେ ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କ ପାଇଁ ଏହା ସବୁଠାରୁ ଘାତକ ଦିନ ଥିଲା ।

ଇସ୍ରାଏଲ ବର୍ଦ୍ଧିତ ଅନ୍ତର୍ଜାତୀୟ ଚାପର ସମ୍ମୁଖୀନ ହେଉଛି । ଦୁଇ ଡଜନରୁ ଅଧିକ ପାଶ୍ଚାତ୍ୟ ଦେଶ ଏବଂ ୧୦୦ରୁ ଅଧିକ ମାନବଧିକାର ଗୋଷ୍ଠୀ ଯୁଦ୍ଧ ବନ୍ଦ କରିବାକୁ ଆହ୍ୱାନ ଦେଇଛନ୍ତି । ଜାତିସଂଘ ମାନବାଧିକାର କାର୍ଯ୍ୟାଳୟ କହିଛି , ଇସ୍ରାଏଲୀ ସେନା ମେ' ମାସରୁ ଖାଦ୍ୟାଭାବରେ ଥିବା ୧୦୦୦ରୁ ଅଧିକ ପାଲେଷ୍ଟାଇନୀଙ୍କୁ ହତ୍ୟା କରିଛି । ଲୋକଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇଥିବା ଏକ ସଂସ୍ଥା କହିଛନ୍ତି, ତାଙ୍କ କର୍ମଚାରୀମାନେ ନିଜେ ପର୍ଯ୍ୟାପ୍ତ ଖାଦ୍ୟ ସୁରକ୍ଷିତ ରଖିବା ପାଇଁ ସଂଘର୍ଷ କରୁଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.